ଶାହରୁଖ ଘୋଷଣା କଲେ ନିଜର ନୂଆ OTT ପ୍ଲାଟଫର୍ମ SRK +, ସଲମାନ କହିଲେ ‘ଆଜ କି ପାର୍ଟି ତେରୀ ତରଫ ସେ’

ବର୍ତ୍ତମାନ ଖୁବ୍ ଭଲ ଚାଲିଛି OTT ପ୍ଲାଟଫର୍ମ। ତେଣୁ ଅନେକ କମ୍ପାନୀ ଏହି ଓଟିଟି ପ୍ଲାଟଫର୍ମ ତିଆରି କରୁଛନ୍ତି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଶାହରୁଖଙ୍କ ପୁଅ ଆର୍ଯ୍ୟାନ୍ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ତେବେ ତାହା କେବେ ହେବ ଜଣାପଡିନି। କିନ୍ତୁ ବଲିଉଡ ବାଦଶାହ ଶାହରୁଖ ଖାନ ଘୋଷଣା କରିଛନ୍ତି, ନିଜର ନୂଆ OTT ପ୍ଲାଟଫର୍ମ SRK +। ପୁଣି ତାଙ୍କ ଘନିଷ୍ଟ ବନ୍ଧୁ ସଲମାନ ଖାନ୍ ସେ ସେୟାର କରିଥିବା ପୋଷ୍ଟରେ କମେଣ୍ଟ କରି କହିଛନ୍ତି ‘ଆଜ କି ପାର୍ଟି ତେରୀ ତରଫ ସେ’। ନିଜ ସାଙ୍ଗକୁ ପାର୍ଟି ମାଗିଛନ୍ତି ସଲମାନ।

 

ଅଭିନେତା ଶାହରୁଖ ଖାନ ମଙ୍ଗଳବାର ଦିନ ତାଙ୍କ OTT ପ୍ଲାଟଫର୍ମ SRK + ର ଶୁଭାରମ୍ଭ କରିଛନ୍ତି। ତେବେ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ଵାରା ନିର୍ଦ୍ଦେଶନା ଦିଆଯାଇଥିବା ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ ଆଗକୁ ଆସିବାକୁ ଯାଉଛି। ଯାହାକୁ ନେଇ ଏହି ଫିଲ୍ମର ଟିଜର ଟ୍ୱିଟରରେ ସେୟାର କରିଥିଲେ ଏହି ୫୬ ବର୍ଷୀୟ ଅଭିନେତା। ତେବେ ସଲମାନ ଶାହରୁଖଙ୍କ ନୂଆ ଓଟିଟି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହାପୂର୍ବରୁ, ସଲମାନ ଖାନ ୨୦୨୧ ସେପ୍ଟେମ୍ବର ରେ ‘ସିୱେ SRK’ ହ୍ୟାସଟ୍ୟାଗ ଲଞ୍ଚ କରିଥିଲେ। ଏହି ପ୍ରୋମୋରେ ଶାହରୁଖ ଖାନଙ୍କ OTT ଡେବ୍ୟୁ ଥିବା ଦେଖାଯାଇଥିଲା। କେବଳ ସଲମାନ୍ ନୁହେଁ ଶାହରୁଖଙ୍କ ପ୍ରିୟ ବନ୍ଧୁ କରନ୍ ଜୋହର୍ ମଧ୍ୟ ତାଙ୍କ ପୋଷ୍ଟକୁ ସେୟାର କରିଛନ୍ତି।

ତେବେ ଖୁବ୍ ଶୀଘ୍ର ଶାହରୁଖଙ୍କୁ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି ଅନେକ କିଛି। ଏହା ଛଡ଼ା ଶାହରୁଖ ଖାନ ଭିଜୁଆଲ୍ ଇଫେକ୍ଟ, ପ୍ରଡକ୍ସନ ଏବଂ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍ର ସହ-ମାଲିକ ଅଟନ୍ତି। ରେଡ୍ ଚିଲିର ଅନ୍ୟ ସହ-ମାଲିକ ହେଉଛନ୍ତି ତାଙ୍କ ପତ୍ନୀ ଗୌରୀ ଖାନ୍। ଇଣ୍ଡିଆନ୍ ପ୍ରିମିୟର ଲିଗ୍ କ୍ରିକେଟ୍ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ କାରିବିଆନ୍ ପ୍ରିମିୟର ଲିଗ୍ ଟ୍ରିନବ୍ୟାଗୋ ନାଇଟ୍ ରାଇଡର୍ସରେ ମଧ୍ୟ ସେ ଅଂଶୀଦାର ଅଛନ୍ତି।

ଏହାପୂର୍ବରୁ ମାର୍ଚ୍ଚରେ ଶାହରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ର ରିଲିଜ ଘୋଷଣା କରିଥିଲେ। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରହାମଙ୍କୁ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିବ। ଆଗାମୀ ବର୍ଷ ଅର୍ଥାତ ୨୦୨୩ ମସିହା ଜାନୁୟାରୀ ୨୫ ରେ ଆସିବାକୁ ଯାଉଛି ତାଙ୍କର ଫିଲ୍ମ ପଠାନ।