ଶ୍ୱେତା ତିଓ୍ଵାରୀ ଆପଣାଇଲେ ବୋଲ୍ଡ ଅବତାର, ଇଣ୍ଟିମେଣ୍ଟ ସିନ୍‌ କରିବା ପରେ ଏକୁଟିଆ ବସି ଘଣ୍ଟାଏ କାନ୍ଦୁଥିଲେ

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ସେ ଏକତା କପୁରଙ୍କ େଓ୍ଵବ୍‌ ଶୋ’ ‘ହମ୍‌ ତୁମ ଆଣ୍ଡ ଦେମ୍‌’ରେ ନଜର ଆସିଛନ୍ତି। ଏହି ଶୋ’ରେ ଶ୍ୱେତାଙ୍କ ସହ ଅଭିନେତା ଅକ୍ଷୟ ଓବରାୟ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ‘ହମ୍‌ ତୁମ ଆଣ୍ଡ ଦେମ୍‌’ରେ ପ୍ରଥମ ଥର ଶ୍ୱେତା ପରଦା ଉପରେ ବୋଲ୍ଡ ଏବଂ ଇଣ୍ଟିମେଣ୍ଟ ସିନ୍‌ ଦେଇଛନ୍ତି, ଯେଉଁ କାରଣରୁ ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି।

ଇଂଲିଶ େଓ୍ଵବ୍‌ସାଇଟ୍‌ ସ୍ପଟବୟର କହିବା ଅନୁସାରେ, ଯେତେବେଳେ ଶ୍ୱେତାଙ୍କ ଝିଅ ପଲକ୍‌ ମା’ଙ୍କର ଇଣ୍ଟିମେଣ୍ଟ ସିନ୍‌ ଦେଖିଲେ, ସେତେବେଳେ ସେ ମା’ଙ୍କୁ ପରାମର୍ଶ ଦେଇଥିଲେ ଯେ ୨୦୧୯ର ଅଭିନେତ୍ରୀମାନଙ୍କ ଭଳି ସେ ବି ସେମିତି ଇଣ୍ଟିମେଣ୍ଟ ସିନ୍‌ ଦିଅନ୍ତୁ।

se22

ଶ୍ୱେତା କୁହନ୍ତି, ଶୁଟିଂରେ ଇଣ୍ଟିମେଣ୍ଟ ସିନ୍‌ ଦେବା ପରେ ସେ ନିଜ ଭାନିଟି ଆଡ଼କୁ ଦୌଡ଼ି ପଳାଉଥିଲେ ଏବଂ ନିଜକୁ ସେଠାରେ ବନ୍ଦ କରିଦେଉଥିଲେ। ଏହାପରେ ସେ ଖୁବ୍‌ ଜୋର୍‌ରେ କାନ୍ଦିବାକୁ ଲାଗୁଥିଲେ। ଶ୍ୱେତା କହିଥିଲେ, ମୁଁ ପ୍ରଥମେ ଭାବୁଥିଲି, ମୁଁ ଏହା କରିପାରିବି ନାହିଁ। ଯେତେବେଳେ ମୋ ପାଖକୁ ସ୍କ୍ରିପ୍ଟ ଆସିଥିଲା, ସେତେବେଳେ ମୁଁ ପଲକ୍‌କୁ ଏ ବିଷୟରେ ଜଣାଇଥିଲି। ଆଉ ପଲକ୍‌ ମୋତେ କହିଥିଲା, ଆପଣ ଏବେ ଅଭିନୟରୁ ବାହାରି ଆସିଲେଣି। ଏଣୁ ୯୦ ଦଶକର ଅଭିନେତ୍ରୀଙ୍କ ଭଳି ଅଭିନୟ ନ ଛାଡ଼ି ବରଂ ଆଜିକାଲିର ଅଭିନେତ୍ରୀଙ୍କ ଭଳି ନିଜକୁ ବନାଇ କାମ ଛାଡ଼ନ୍ତୁ’।

se3

‘ମୋ ଝିଅ ମୋତେ ବୁଝାଇଥିଲା। ଅନ୍‌ସ୍କ୍ରିନ୍‌ କିସ୍‌ କରିବା କିଛି ଖରାପ ନୁହେଁ’। ତେବେ ମୋ କୋ-ଷ୍ଟାର୍‌ ମୋତେ ଏଥିରେ ଖୁବ୍‌ ସହଯୋଗ କରିଥିଲେ। ସେ ସବୁବେଳେ ମୋତେ ପଚାରୁଥିଲେ, ମୁଁ ଏଥିପାଇଁ ପ୍ରସ୍ତୁତ ଅଛି କି ନାହିଁ। ମୋ ଝିଅ ପଲକ୍‌ ଓ କୋ-ଷ୍ଟାର୍‌ ଅକ୍ଷୟଙ୍କର ଏଥିରେ ବହୁତ ସହଯୋଗ ରହିଛି। କହି ରଖୁଛୁ କି, ଗତ ଡିସେମ୍ବର ୬ରେ ‘ହମ୍‌ ତୁମ ଆଣ୍ଡ ଦେମ୍‌’ ଶୋ’ ALT ବାଲାଜୀରେ ରିଲିଜ୍‌ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.