ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନରେ ଭଉଣୀ ଶ୍ୱେତା ହେଲେ ଇମୋସନାଲ, ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଜଣାଇଲେ ଶୁଭେଚ୍ଛା

ଆଜି ତଥା ୨୧ ତାରିଖରେ ସୁଶାନ୍ତଙ୍କ ପରିବାର ଏବଂ ଫ୍ୟାନ୍ସ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ତାଙ୍କ ଭାଇ ସୁଶାନ୍ତଙ୍କ ପାଇଁ ଏକ ସୁନ୍ଦର ମ୍ୟାସେଜ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି ଏବଂ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ହୁଏତ ଏବେ ଏହି ଦୁନିଆରେ ନାହାନ୍ତି । କିନ୍ତୁ ସେ ତାଙ୍କ ଫ୍ୟାନ୍ସଙ୍କ ମନରେ ଏବେ ବି ଜୀବିତ ଅଛନ୍ତି । ଜାନୁଆରୀ ୨୧ରେ ସୁଶାନ୍ତଙ୍କ ଜନ୍ମ ହୋଇଥିଲା । ତେବେ ଆଜି ତଥା ୨୧ ତାରିଖରେ ସୁଶାନ୍ତଙ୍କ ପରିବାର ଏବଂ ଫ୍ୟାନ୍ସ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ତାଙ୍କ ଭାଇ ସୁଶାନ୍ତଙ୍କ ପାଇଁ ଏକ ସୁନ୍ଦର ମ୍ୟାସେଜ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି ଏବଂ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ସୁଶାନ୍ତଙ୍କର ଅନେକ ଖୁସିର ମୁହୂର୍ତ୍ତ ରହିଛି । ଶ୍ୱେତା ଭିଡିଓର କ୍ୟାପସନରେ ଲେଖିଛନ୍ତି – ମୋର ସୁନାର ଭାଇ, ଜନ୍ମଦିନର ଶୁଭେଚ୍ଛା । ଏହା ବ୍ୟତୀତ ଏପରି ମଧ୍ୟ ଲେଖିଛନ୍ତି ଯେ ଲଭ୍‌ ୟୁ, ମୁଁ ଆଶା କରେ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଘର କରିଥିବ ଏବଂ ସେମାନଙ୍କୁ ଭଲ ହେବାକୁ ମୋଟିଭେଟ୍‌ ମଧ୍ୟ କରିଥିବ । ଏହାସହ ଜନ୍ମଦିନର ଶୁଭେଚ୍ଛା ମୋର ଗାଇଣ୍ଡିଗିଂ ଷ୍ଟାର । ତେବେ ଶ୍ୱେତା ଏପରି ଅନେକ କଥା କ୍ୟାପ୍‌ସନରେ ଲେଖିଛନ୍ତି । ଏହା ବ୍ୟତୀତ ସେ ଆହୁରି କିଛି କଥା ଲେଖିଛନ୍ତି ଯେପରି ମୋର ଭଲ ପାଇବା ଏବଂ ଶୁଭକାମନା ପଠାଉଛି, ଯାହା ଦ୍ୱାରା ତୁମେ ସ୍ୱର୍ଗରେ ମଧ୍ୟ ଭଲ ପାଇବା ଅନୁଭବ କରିପାରିବ ।

ଯଦି ଆମେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ କଥା କହିବା ତାହେଲେ ସେମାନେ ତାଙ୍କୁ ଏବେ ମଧ୍ୟ ଭଲ ଭାବେ ମନେ ରଖିଛନ୍ତି । ସୁଶାନ୍ତଙ୍କ ପ୍ରଶଂସକମାନେ କ୍ରମାଗତ ଭାବରେ ଶ୍ୱେତାଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଉଛନ୍ତି ଏବଂ ସୁଶାନ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେହି ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି, ହାପି ବର୍ଥ ଡେ ଷ୍ଟାର । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ହାପି ବର୍ଥ ଡେ ମୋଷ୍ଟ ଟ୍ୟାଲେଣ୍ଟଡେ ଏବଂ ଦୟାଳୁ ସୁପରଷ୍ଟାର । ଏହା ବ୍ୟତୀତ ଆଉ କିଛି ଫ୍ୟାନ୍ସ ଲେଖିଛନ୍ତି ଯେ ଆମେ ଏବେ ମଧ୍ୟ ସୁଶାନ୍ତଙ୍କୁ ମିସ୍‌ କରୁଛୁ ।

ତେବେ ଜୁନ୍ ୧୪ ତାରିଖ ୨୦୨୦ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଘରେ ତାଙ୍କର ମୃତଦେହ ମିଳିଥିଲା । ସୁଶାନ୍ତ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଷ୍ଟାର ଥିଲେ । ସେ ସୋ ‘ପବିତ୍ର ରିସିତାରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସୋରେ ସେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଅଭିନୟ କରିଥିଲେ । ସୁଶାନ୍ତ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଫିଲ୍ମ ‘କୋଇ ପୋ ଚେ’ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସୁଶାନ୍ତ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’, ପି.କେ., ‘ଏମ୍‌ ଏସ୍‌ ଧୋନି’, ‘ରାବତା’ ଭଳି ଅନେକ ଫିଲ୍ମରେ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.