ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ ବେଳେ ଥାଲାପତି ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଥାଲାପତି ବିଜୟଙ୍କ ସହ ଜଡ଼ିତ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହଠାତ୍‌ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲ ଫିଙ୍ଗୁଥିବା ଦେଖିବାକୁ ମିଳୁଛି। ଯେତେବେଳେ ଥାଲାପତି ବିଜୟ ବିଜୟକାନ୍ତଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ନିଜ କାର୍‌ ପାଖକୁ ଆସୁଥିଲେ, ସେହି ସମୟରେ କେହି ଜଣେ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।

ଅଭିନେତା ଏବଂ ରାଜନେତା ବିଜୟକାନ୍ତଙ୍କର ଶୁକ୍ରବାର ଅନ୍ତିମ ସଂସ୍କାର କରାଯାଇଛି। ଏହା ପୂର୍ବରୁ ତାଙ୍କ ଅନ୍ତିମ ଦର୍ଶନ ପାଇଁ ସାଉଥ୍‌ ଇଣ୍ଡଷ୍ଟ୍ରୀର ଅନେକ ବଡ଼ ବଡ଼ ସେଲିବ୍ରିଟି ପହଞ୍ଚିଥିଲେ। ଏହି ସମୟରେ ସାଉଥ୍‌ ସୁପରଷ୍ଟାର ଥାଲାପତି ବିଜୟ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଞ୍ଚିଥିଲେ। ଏହାରି ଭିତରେ ସୁପରଷ୍ଟାରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୋସିଆଲ ମିଡିଆରେ ଥାଲାପତି ବିଜୟଙ୍କ ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ହଠାତ୍‌ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲ ଫିଙ୍ଗୁଥିବା ଦେଖିବାକୁ ମିଳୁଛି। ଯେତେବେଳେ ଥାଲାପତି ବିଜୟ ବିଜୟକାନ୍ତଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ନିଜ କାର୍‌ ପାଖକୁ ଆସୁଥିଲେ, ସେହି ସମୟରେ କେହି ଜଣେ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।

ପୋଲିସର କଡ଼ା ସୁରକ୍ଷା ଭିତରେ ମଧ୍ୟ ଷ୍ଟାର୍‌ଙ୍କ ସହିତ ଏଭଳି ଘଟଣା ଘଟିଥିଲା। ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଭିନେତାଙ୍କୁ ନେଇ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ଚିନ୍ତିତ ଅଛନ୍ତି। ଏଭଳି ଅପମାନଜନକ ଘଟଣାର ସେମାନେ କଡ଼ା ନିନ୍ଦା କରିଛନ୍ତି। କହି ରଖୁଛୁ, ବିଜୟକାନ୍ତଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ନିଧନରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.