Below header

ପାର୍ଟିରେ ଛାଇଗଲା ସୋନାକ୍ଷୀଙ୍କ ବ୍ଲାକ୍‌ ଲୁକ୍‌, ବଡି ହଙ୍ଗିଗ୍‌ ଡ୍ରେସରେ ଆସିଲେ ନଜର

ବି-ଟାଉନରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଆଓ୍ଵାର୍ଡ ଶୋ’ ଇଭେଣ୍ଟ ହୋଇଥାଏ। ଏହି ଇଭେଣ୍ଟରେ ସେଲିବ୍ରିଟିମାନଙ୍କର ବିଭିନ୍ନ ପ୍ରକାର ଲୁକ୍‌ ଦେଖିବାକୁ ମିଳିଥାଏ। ଏଭଳି ପୁଣି ଏକ ନୂଆ ଲୁକ୍‌ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତ କାଲି ମହେଶ ମାଂଜେକରଙ୍କ ଝିଅ ସାଇ ମାଂଜେକରଙ୍କର ୧୮ତମ ଜନ୍ମଦିନ ସେଲିବ୍ରେଟ କରାଯାଇଥିଲା। ଏହି ପାର୍ଟିରେ ଅନେକ ଷ୍ଟାର୍ସ ଭିନ୍ନ ଭିନ୍ନ ଲୁକ୍‌ ରେ ନଜର ଆସିଥିବା ବେଳେ ସମସ୍ତଙ୍କ ଲୁକ୍‌ ସୋନାକ୍ଷୀଙ୍କ ଉପରେ ରହିଥିଲା। ଏହି ପାର୍ଟିରେ ସୋନାକ୍ଷୀଙ୍କୁ ସୁପର ଷ୍ଟାଇଲିଶ୍‌ ଲୁକ୍‌ ରେ ନଜର ଆସିଥିଲେ।

sona-ଏହି ପାର୍ଟିରେ ସୋନାକ୍ଷୀ ବ୍ଲାକ କଲର୍‌ ର ସ୍ୟାଣ୍ଡେଲ ସହ ବ୍ଲାକ୍‌ କଲର୍‌ ର୍‌ ହଙ୍ଗିଗ୍‌ ଡ୍ରେସ୍‌ରେ ବୋଲ୍ଡ ଲୁକରେ ନଜର ଆସିଛନ୍ତି। ଏଥିସହ ସୋନାକ୍ଷୀ ହାତରେ ମୁଦି ପିନ୍ଧିବା ସହ ଡାର୍କ ଆଇ ମେକ୍‌ଅପ୍‌ରେ ନଜର ଆସିଥିଲେ।

ଓ୍ଵାର୍କଫ୍ରଣ୍ଟ କଥା କହିବାକୁ ଗଲେ ଏବେ ସୋନାକ୍ଷୀ ଫିଲ୍ମ ‘ଦବଙ୍ଗ ୩’ ରେ ନଜର ଆସିଛନ୍ତି। ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଖୁବ୍‌ ଭଲ ଆୟ କରିପାରିଛି। ଏହାବ୍ୟତୀତ ସୋନାକ୍ଷୀ ରିୟଲ ସୁପର ହିରୋ ସ୍କଓ୍ଵାର୍ଡନ ଲିଡର ବିଜୟ କାର୍ଣିକଙ୍କ ବାୟୋପିକ୍‌ ‘ଭୁଜ ଦ ପ୍ରାଇଡ ଅଫ୍‌ ଇଣ୍ଡିଆ’ ରେ ନଜର ଆସିବେ। ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଭୁଷଣ କୁମାର। ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ୧୪ ଅଗଷ୍ଟରେ ଏହି ଫିଲ୍ମ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.