‘ମହାଭାରତ’ର ୫ ପାଣ୍ଡବଙ୍କ ଷ୍ଟାଇଲିସ ଫଟୋ ହେଲା ଭାଇରଲ, ‘ନିକ୍କର-ଟିଶାର୍ଟ’ରେ ନଜର ଆସିଲେ ସମସ୍ତେ

ଏବେ ଲକଡାଉନ ଭିତରେ ନିର୍ଦ୍ଦେଶକ ବି ଆର ଚୋପ୍ରାଙ୍କ ‘ମହାଭାରତ’ ଦୂରଦର୍ଶନରେ ପୁନଃପ୍ରସାରଣ ହେଉଛି। 80 ଦଶକରେ ଏହି ପୌରାଣିକ ଧାରାବାହିକ ଯେପରି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଥିଲା, ଏବେ ବି ଏହା ଦର୍ଶକଙ୍କୁ କିମିଆ କରୁଛି। ଧାରାବାହିକର ପରଦା ଉପର କାହାଣୀ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଭରି ରହିଛି, ପରଦା ପଛର କାହାଣୀ ଜାଣିବାକୁ ମଧ୍ୟ ଲୋକେ ସେତିକି ଉତ୍ସାହିତ ଅଛନ୍ତି।

2

ତେବେ କିଛିଦିନ ହେବ ‘ମହାଭାରତ’ର ପାଣ୍ଡବମାନଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। କିନ୍ତୁ ଫଟୋରେ ସେମାନେ ପୌରାଣିକ ବେଶରେ ନୁହନ୍ତି, ବରଂ ‘କୁଲ’ ଲୁକରେ ଦେଖିବାକୁ ମିଳୁଛନ୍ତି। ଇନଷ୍ଟାଗ୍ରାମରେ @ mahabharat1988 ନାମକ ଏକ ଆକାଉଣ୍ଟରୁ ଫଟୋ ସେୟାର ହୋଇଛି, ଯେଉଁଥିରେ ପାଣ୍ଡବଙ୍କ ଚରିତ୍ରରେ ଅଭିନୟ କରିଥିବା 5ଜଣ ଆକ୍ଟର ଶର୍ଟସ ଏବଂ ଟି-ଶାର୍ଟରେ ନଜର ଆସୁଛନ୍ତି।

ସୂଚନା ମୁତାବକ, ଏହି ଫଟୋଟି ‘ଶୋଟାଇମ’ ମାଗାଜିନର, ଯାହାକି 1989ରେ ପ୍ରକାଶିତ ହୋଇଥିଲା। ଫଟୋରେ ଗଜେନ୍ଦ୍ର ଚୌହାନ(ଯୁଧିଷ୍ଠିର), ପ୍ରବୀଣ କୁମାର(ଭୀମ), ଫିରୋଜ ଖାନ(ଅର୍ଜୁନ), ସମୀର ଚିତେରା(ନକୁଳ) ଓ ସଞ୍ଜୀବ ଚିତେରା(ସହଦେବ) ଏକାଠି ଦେଖିବାକୁ ମିଳୁଛନ୍ତି। ଏ ସମସ୍ତେ ମାଗାଜିନର କଭର ଫଟୋରେ ମଧ୍ୟ ନଜର ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.