କରୋନା ଭୟରେ ମୃତଦେହକୁ ନ ଦେଖି ଅନ୍ତ୍ୟେଷ୍ଟି କରିଦେଲେ ପରିବାର ଲୋକ, ମାସେ ପରେ ଜୀବିତ ଫେରିଲେ ବୃଦ୍ଧା

କରୋନା ଭାଇରସ ଯୋଗୁ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅଛନ୍ତି। କେତେକ ସ୍ଥାନରେ ଲୋକମାନେ ପରିଜନଙ୍କ ଶେଷକୃତ୍ୟରେ ମଧ୍ୟ ସାମିଲ ହେଉନାହାନ୍ତି। ଆଉ କିଛି ସ୍ଥାନରେ ସଂକ୍ରମଣ ଭୟରେ ଲୋକମାନେ ପରିଜନଙ୍କ ଶବକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଉଛନ୍ତି। କରୋନା ଆତଙ୍କ ମଧ୍ୟରେ ଏଭଳି ବିଚିତ୍ର ଘଟଣାମାନ ସାମ୍ନାକୁ ଆସୁଛି। ଏକ ପରିବାର ନିଜ ପରିଜନଙ୍କୁ ନ ଦେଖି ତାଙ୍କର ଅନ୍ତିମ ସଂସ୍କାର କରିଥିବା ବେଳେ ପରେ ଯାହା ହେଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଇକ୍ବାଡୋରରେ ଡାକ୍ତର ଯାହାକୁ ମୃତ ଘୋଷଣା କରିଥିଲେ ସେ ଅଚାନକ ବଞ୍ଚି ଉଠିଥିବା ଦେଖାଯାଇଛି।

Funeral Poems for Dad | LoveToKnow

ରିପୋର୍ଟ ମୁତାବକ, ମାର୍ଚ୍ଚ ୨୭ ତାରିଖରେ ଡାକ୍ତର ୭୪ ବର୍ଷୀୟ ମହିଳା ଅଲବା ମାରୁରୀଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ଶରୀରକୁ ଶବ ଗୃହକୁ ପଠାଇ ଦିଆଯାଇଥିଲା। ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଶବ ଚିହ୍ନଟ କରିବାକୁ କହିଥିଲେ ମଧ୍ୟ ସଂକ୍ରମଣ ଭୟରେ ସେମାନେ ମୃତଦେହକୁ ନ ଦେଖି ତାଙ୍କର ଭାବି ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ।

Funeral Tech Startups Expand Your Posthumous Possibilities | WIRED

ମାତ୍ର ପ୍ରକୃତରେ ମହିଳାଙ୍କ ମୃତ୍ୟୁ ଘଟିନଥିଲା। ସେ ୩ ସପ୍ତାହ ହେଲା ଅଚେତ ହୋଇରହିଥିଲେ। ଏପ୍ରିଲ ୨୩ ତାରିଖରେ ସମ୍ପୃକ୍ତ ମହିଳାଙ୍କ ହୋସ ଆସିଥିଲା। ସେ ଡାକ୍ତରଙ୍କୁ ନିଜ ବିଷୟରେ କହିଥିଲେ। ପରେ ମେଡିକାଲ ତରଫରୁ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଘରଲୋକ ଏନେଇ ଜାଣିବା ପରେ ବିଶ୍ୱାସ କରିପାରିନଥିଲେ। ସେମାନେ ଏଥିପାଇଁ ଡାକ୍ତରଙ୍କୁ ଦୋଷ ଦେବା ସହ ଅନ୍ତ୍ୟେଷ୍ଟିରେ ଖର୍ଚ୍ଚ ହୋଇଥିବା ଅର୍ଥ ଦେବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.