ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହେବା ମାତ୍ରେ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ରିଆକ୍ସନ, ସୋସିଆଲ ମିଡିଆରେ କହିଲେ ଏମିତି କଥା

ସୁଶାନ୍ତଙ୍କ ମୃତୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଅଭିନେତାଙ୍କ ମୃତ୍ୟୁର ଏକମାସ ପରେ ତାଙ୍କ ପିତା ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ନିଜ ପୁଅର ମୃତ୍ୟୁ ପାଇଁ ସେ ସିଧାସଳଖ ଭାବେ ରିୟାଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଅନେକ ଗମ୍ଭୀର ଆରୋପ ମଧ୍ୟ ଆଣିଛନ୍ତି । ତେବେ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକ ଅଙ୍କିତା ଲୋଖଣ୍ଡେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯଦିଓ ତାଙ୍କ ମୃତ୍ୟୁପରେ ଅଙ୍କିତା ଆଜି ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜର ମତ ରଖିନାହାନ୍ତି କିନ୍ତୁ କୋଉଠି ନ କୋଉଠି ସେ ସୋସିଆଲ ମିଡ଼ିଆ ଜରିଆରେ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଚେଷ୍ଟା କରି ଆସୁଛନ୍ତି ।

सुशांत सिंह राजपूत और अंकिता लोखंडे का घर

ତେବେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି “ସତ ଜିତିବ” । ଯଦିଓ ସେ ଏହି ପୋଷ୍ଟରେ କୋୖଅଂଶୀ ବି ସ୍ଥାନରେ ସୁଶାନ୍ତଙ୍କ ନାମ ଲେଖିନାହାନ୍ତି କିନ୍ତୁ ତାଙ୍କର ଏହି ପୋଷ୍ଟ ସେ କେବଳ ସୁଶାନ୍ତଙ୍କ ପାଇଁ କରିଛନ୍ତି ବୋଲି ତାଙ୍କର ଫ୍ୟାନମାନେ ଜାଣିସାରିଛନ୍ତି । କେବଳ ସେତିକି ନୁହେଁ ଅଙ୍କିତା ଓ ସୁଶାନ୍ତଙ୍କ ଫ୍ୟାନ ମାନେ ଏହି ପୋଷ୍ଟରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

 

View this post on Instagram

 

A post shared by Ankita Lokhande (@lokhandeankita) on

सुशांत सिंह राजपूत, अंकिता लोखंडे, रिया चक्रवर्ती

ଏଠାରେ କହି ରଖିବୁ ଯେ ମେଗା ସିରିୟଲ “ପବିତ୍ର ରିସ୍ତା” ଜରିଆରେ ଅଙ୍କିତା ଏବଂ ସୁଶାନ୍ତ ନିକଟତର ହୋଇଥିଲେ । ଏହାପରେ ଅନେକଦିନ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ କରିଥିଲେ । ଯଦିଓ ଅଙ୍କିତା ଏବଂ ସୁଶାନ୍ତଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିନଥିଲା ଏବଂ ଦୁହେଁ ବ୍ରେକଅପ କରିଦେଇଥିଲେ । ସୁଶାନ୍ତ ସିଂ ରାଜପୁତ ଜୁନ 14 ତାରିଖରେ ନିଜର ମୁମ୍ବାଇସ୍ଥିତ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.