ମ୍ୟାଚ୍‌ ମଝିରେ କ୍ରିକେଟରଙ୍କ ପେଟ ଖରାପ ହୋଇଗଲା, କଣ୍ଟ୍ରୋଲ କରିନପାରି ପ୍ୟାଣ୍ଟରେ ହିଁ କରିଦେଲେ ଝାଡ଼ା; ଦେଖନ୍ତୁ ଭିଡିଓ

କ୍ରିକେଟ୍‌ ଖେଳ ବେଳେ ଫିଲ୍ଡରେ ବେଳେବେଳେ ଏଭଳି ଘଟଣା ଘଟେ ଯାହା ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ମଧ୍ୟ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍‌ ମ୍ୟାଚ୍‌ ବେଳେ। ଇଂଲଣ୍ଡ ଟିମ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମ୍ୟାଚ୍‌ ଖେଳିବା ବେଳେ ହଠାତ୍‌ କ୍ରିକେଟର ବେନ୍‌ ଷ୍ଟୋକ୍ସଙ୍କ ପେଟ ଖରାପ ହୋଇଗଲା ଓ ସେ ପଡ଼ିଆରେ ହିଁ ପ୍ୟାଣ୍ଟରେ ମଳ ତ୍ୟାଗ କରିଥିଲେ।

cricket2

ଏହା କ୍ୟାପ୍‌ଟେନ୍‌ ଜୋ ରୁଟ୍‌ଙ୍କ ନଜରରେ ପଡ଼ିବାରୁ ସେ ବହୁତ ଜୋରରେ ହସିବାକୁ ଲାଗିଥିଲେ। ରୁଟ୍‌ ହସୁଥିବା ଦେଖି ବେନ୍‌ ଷ୍ଟୋକ୍ସ ନିଜ ପ୍ୟାଣ୍ଟକୁ ଟିକେ ତଳକୁ କରିଦେଲେ। ରୁଟ୍‌ ବୁଝିଯାଇଥିଲେ ଯେ ଷ୍ଟୋକ୍ସଙ୍କ ପେଟ ଖରାପ ଅଛି ଓ ସେ ପ୍ୟାଣ୍ଟରେ ହିଁ ଝାଡ଼ା କରିଦେଇଛନ୍ତି। ଏହା ଦେଖି ଅନ୍ୟମାନେ ମଧ୍ୟ ଜୋରରେ ହସିବାକୁ ଲାଗିଲେ। ସେହିପରି ଷ୍ଟୋକ୍ସ ମଧ୍ୟ ଲାଜରେ ହସିଥିଲେ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଦେଖି କିଛି ଫ୍ୟାନ୍‌ ୧୯୯୦ରେ ଘଟିଥିବା ଗେରୀ ଲିଙ୍କରଙ୍କ ମ୍ୟାଚ୍‌ ବେଳେ ପେଟ ଖରାପ ହୋଇଥିବା କଥାକୁ ମନେ ପକାଇଛନ୍ତି।

ଦେଖନ୍ତୁ ଭିଡିଓ:


ଟିମ୍‌ କମ୍ବସ୍‌ ନାମକ ଜଣେ ୟୁଜର ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଟୋକ୍ସ ପ୍ୟାଣ୍ଟ ଅପରିଷ୍କାର କରିସାରିବା ପରେ ସାର୍ଟରେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.