ସ୍କୁଲ ବହିରେ ସୁଶାନ୍ତ ସିଂହ ରାଜପୁତ୍‌, ପିଲାଙ୍କୁ ଶିକ୍ଷା ଦିଆଯିବ ଏହି ଗୁରୁତ୍ୱପୂର୍ଣ୍ଣ କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦୁନିଆରୁ ଅଚାନକ ଚାଲିଯିବାର ଦୁଃଖକୁ ଆଜି ବି ଗ୍ରହଣ କରିପାରୁନାହାଁନ୍ତି ଲୋକେ। ମୃତ୍ୟୁ ପରେ ବି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚ୍ଚା ଥମୁନି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନମାନେ ତାଙ୍କୁ ମନେ ରଖିଥିବା ଦେଖିବାକୁ ମିଳେ । ସେ ଆଜି ନଥିଲେ ବି ତାଙ୍କର ଏମିତି ଅନେକ ସ୍ମୃତି ଅଛି, ଯାହା ତାଙ୍କୁ ଜୀବିତ କରି ରଖିଛି। ଲୋକମାନେ ଏବି ବି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି।
ଏବେ ସୁଶାନ୍ତଙ୍କ ବିଷୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ବିଦ୍ୟାଳୟର ପିଲାଙ୍କ ପୁସ୍ତକରେ ସୁଶାନ୍ତଙ୍କ ଚିତ୍ର ଦେଖି ତାଙ୍କ ପ୍ରଶଂସକମାନେ ଖୁସି ବ୍ୟକ୍ତ କରୁଛନ୍ତି । ସ୍କୁଲ ବହିରେ ଦେଖିବାକୁ ମିଳିଛି ତାଙ୍କ ଚରିତ୍ର । ଏହି ପୋଷ୍ଟଗୁଡିକରେ ବହିର ଫଟୋ ମଧ୍ୟ ସେୟାର କରାଯାଇଛି ।

ଟ୍ଵିଟରରେ ସୁଶାନ୍ତଙ୍କ ସହ ଜଡିତ ଏକ ପୋଷ୍ଟ ସାଣ୍ଡି (ଜଷ୍ଟିସ ଫର ଏସଏସଆର) ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ‘ଏହା ମୋର ଛୋଟ ଭଉଣୀଙ୍କର ସ୍କୁଲର ବିଜ୍ଞାନ ପୁସ୍ତକ । ସେ ତୃତୀୟ ଶ୍ରେଣୀରେ ପଢୁଛି । ପୁସ୍ତକରେ ଲେଖାଯାଇଛି ଯେ ମଣିଷ କ’ଣ, ପଶୁ କ’ଣ ? ମଣିଷର ଉଦାହରଣ ଭାବରେ ଏଠାରେ SSRଙ୍କର ଚିତ୍ର ଅଛି । ଏହି ପୁସ୍ତକ ବଙ୍ଗଳା ଭାଷାରେ ଅଛି ।

ଆଉ ଏକ ପୋଷ୍ଟରେ Smita GLK Parikh – SSR ନାମକ ଟ୍ୱିଟର ଆକାଉଣ୍ଟରେ ଅନ୍ୟ ଏକ ସମାନ ପୋଷ୍ଟ ସେୟାର କରାଯାଇଛି। ଯେଉଁଥିରେ ଏହା ଲେଖାଯାଇଛି – ‘ଅନ୍ୟ ଏକ ପ୍ରାଥମିକ ବଙ୍ଗଳା ପାଠ୍ୟ ପୁସ୍ତକ ଆମର ପ୍ରିୟ ସୁଶାନ୍ତଙ୍କ ଛବି ରହିଛି ଯାହା ଗୋଟିଏ ପରିବାରର ପିତାଙ୍କ ଚରିତ୍ରକୁ ଦର୍ଶାଉଛି। ଏହା ଦେଖି ମୁଁ ବହୁତ ଗର୍ବିତ ଅନୁଭବ କରୁଛି। ବୋଧହୁଏ ଆମର ଶିକ୍ଷା ବୋର୍ଡ ମଧ୍ୟ ଅନୁଭବ କରୁଛନ୍ତି ଯେ ସୁଶାନ୍ତ ହେଉଛନ୍ତି ବେଷ୍ଟ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫଟୋ ସୁଶାନ୍ତଙ୍କ ଟିଭି ଧାରାବାହିତ ‘ପବିତ୍ର ରିସ୍ତା’ର ଏକ ଛବି। ଯେଉଁଥିରେ ସୁଶାନ୍ତଙ୍କ ପତ୍ନି ଭୂମିକାରେ ଆକ୍ଟ୍ରେସ ଅଙ୍କିତା ଲୋଖଣ୍ଡେ ନଜର ଆସୁଛନ୍ତି। ଏହାଛଡା ଅନ୍ୟଜଣେ ଶିଶୁ କଳାକାର ମଧ୍ୟ ତାଙ୍କ ସହ ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.