‘ଲୋଭୀ’ ଡାକିବାରୁ ଟ୍ରୋଲର୍ସଙ୍କ ଉପରେ ରାଗିଗଲେ ସୁସ୍ମିତା ସେନ୍‌! କହିଲେ, ଏମିତି ମାନସିକତା ରଖୁଥିବା ଲୋକ…

ସୁସ୍ମିତା ସେନ୍‌ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ଆଇପିଏଲ୍‌ ଫାଉଣ୍ଡର ଲଲିତ୍‌ ମୋଦିଙ୍କ ଫଟୋ ସୋସିଆଲ ମିଡିଆରେ ଯେବେଠାରୁ ଭାଇରାଲ ହେଲାଣି, ସେବେଠାରୁ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି।

ଏହାରି ଭିତରେ ସୁସ୍ମିତା ସେନ୍‌ଙ୍କୁ ଆଙ୍ଗୁଠି ଦେଖାଇବାରେ ଟିକିଏ ବି ହାତଛଡ଼ା କରୁ ନାହାନ୍ତି ଟ୍ରୋଲର୍ସ। ସୁସ୍ମିତାଙ୍କୁ ଟାର୍ଗେଟ କରି କିଛି ଲୋକ ତାଙ୍କୁ ଲୋଭୀ ବୋଲି କହୁଥିବା ବେଳେ ଆଉ କିଛି ଲୋକ ତାଙ୍କ ବୟସକୁ ନେଇ ନାନା ସମାଲୋଚନା କରୁଛନ୍ତି। ସେପଟେ ଏ ସମସ୍ତ କଥା ଶୁଣି ଏବେ ଅଭିନେତ୍ରୀ ନିଜ ନୀରବତା ଭଙ୍ଗ କରିଛନ୍ତି। ନିକଟରେ ସୁସ୍ମିତା ଏକ ପୋଷ୍ଟ ମାଧ୍ୟମରେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ମାଲଦ୍ୱୀପରୁ ଏକ ସୁନ୍ଦର ଫଟୋ ସେୟାର କରି ଲମ୍ବା କ୍ୟାପସନ ଲେଖିଛନ୍ତି।

ସୁସ୍ମିତା ସେନ ଲେଖିଛନ୍ତି, ‘ବିଗତ ଦିନରେ ଯାହା ବି କିଛି ହୋଇଛି, ସେଥିରେ ମୋ ନାମ ସାମ୍ନାକୁ ଆସିଛି। ଟ୍ରୋଲର୍ସ ମୋତେ ‘ଗୋଲ୍ଡ ଡିଗର’ କହି ଡାକୁଛନ୍ତି। ଲୋକେ ମୋତେ ଖୁବ୍‌ ସମାଲୋଚନା କରୁଛନ୍ତି। କିନ୍ତୁ ଏ ସମସ୍ତ କଥାରୁ ମୋତେ କୌଣସି ଫରକ୍‌ ପଡ଼ୁନାହିଁ। ଯେଉଁ ବି ବୁଦ୍ଧିଜୀବୀ ଏମିତି ଭାବୁଛନ୍ତି, ତାହା ସେମାନଙ୍କ ମାନସିକତାକୁ ସ୍ପଷ୍ଟ ଦେଖାଉଛି। ଏହି ତୁଚ୍ଛ ମାନସିକତା ରଖିଥିବା ଲୋକଙ୍କୁ ଛାଡ଼ି ମୋ ଶୁଭଚିନ୍ତକମାନେ ଅଛନ୍ତି ଏବଂ ମୋ ପରିବାର ମୋ ସହିତ ଅଛି। ମୁଁ ଏକ ସୂର୍ଯ୍ୟ ଭଳି, ଯିଏ ସବୁବେଳେ ଉଜ୍ଜ୍ୱଳ ରହିବ’।

କହି ରଖୁଛୁ, ଲଲିତ ମୋଦିଙ୍କ ସହ ସୁସ୍ମିତା ସେନଙ୍କ ଫଟୋ ଭାଇରାଲ ହେବା ପରେ ଲୋକେ ସୁସ୍ମିତାଙ୍କୁ ଖୁବ୍‌ ଟ୍ରୋଲ କରୁଥିଲେ। କିନ୍ତୁ ଏହାରି ଭିତରେ ଅଭିନେତ୍ରୀଙ୍କ ପରିବାର ତାଙ୍କ ସହିତ ଛିଡ଼ା ହୋଇଥିଲା। ସୁସ୍ମିତାଙ୍କ ଭାଇ, ଭାଉଜ ଏବଂ ଫ୍ୟାନମାନେ ତାଙ୍କୁ ସମର୍ଥନ ଦେଇଛନ୍ତି। ସୁସ୍ମିତା ବି ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇ ଚାଲିଛନ୍ତି।

ସୂଚନାଥାଉ କି, କିଛି ଦିନ ତଳେ ଲଳିତ ମୋଦି ଟ୍ଵିଟ୍‌ କରି ଲେଖିଥିଲେ, ‘କ୍ଲାରିଟି ପାଇଁ ମୁଁ ଆପଣଙ୍କୁ କହିବି ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏ ପର୍ଯ୍ୟନ୍ତ ବାହା ହୋଇନାହୁଁ। ହଁ, କିନ୍ତୁ ଶୀଘ୍ର ଏହା କରିପାରୁ’। ଏହା ପୂର୍ବରୁ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ କିଛି ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଏବଂ ଦୁହେଁ ବିବାହ କରିଥିବା ସୂଚନା ଦେଇଥିଲେ। ଏହି ପୋଷ୍ଟ ମାଧ୍ୟମରେ ଲଳିତ ଲେଖିଥିଲେ ଯେ ସେ ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଲଣ୍ଡନକୁ ଫେରିଛନ୍ତି। ସେ ପରିବାର ସହିତ ମାଳଦ୍ୱୀପ ଏବଂ ସର୍ଦ୍ଦାରିଆ ଯାଇଥିଲେ। ସେ ସୁସ୍ମିତା ସେନଙ୍କୁ ଏଥିରେ ବେଟର ହାପ୍ ବୋଲି ବର୍ଣ୍ଣନା କରିଥିଲେ।

 

View this post on Instagram

 

A post shared by Sushmita Sen (@sushmitasen47)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.