ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ, ମାଲକାନଗିରିଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍‌

କାଲିମେଳା(କେନ୍ୟୁଜ୍): ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ। ଗୋଦାବରୀ ନଦୀରେ ବର୍ତ୍ତମାନ ୧୦ଫୁଟର ପାଣି ହ୍ରାସ ପାଇ ବର୍ତ୍ତମାନ ୫୬ ଫୁଟରେ ପାଣି ପ୍ରବାହିତ ହେଉଛି। ମୋଟୁ ଓ ପୁସୁଗୁଡ଼ା ପଞ୍ଚାୟତର ୭ଟି ଗ୍ରାମର ୫୬୫ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୋଟୁ ଓ ବିନାୟକପୁର ଗାଁର ୭୦ଟି ଘର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବିନାୟକପୁର, କତାଗୁଡ଼ା,ରେଡିପାଲେମ, ଆଲମା, ମୁରଲୀ ଗୁଡ଼ା , ମୋଟୁ ଏହି ଗାଁର ପ୍ରାୟ ୧୫୦୦ ହେକ୍ଟର ଜମି ସଂପୂର୍ଣ୍ଣ ଜଳମଗ୍ନ। ମୋଟୁ ସ୍କୁଲର ୩୨୮ ଛାତ୍ରଛାତ୍ରୀଙ୍କୁ ଏମ୍‌.ଭି-୮୮ ସ୍କୁଲରେ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସମସ୍ତ ୫୬୫ ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତରିତ କରିଛି।

ମାଲକାନଗିରିଠୁ ରାଞ୍ଚି ବିଜୟୱାଡ଼ା ୩୨୬ ଜାତୀୟ ରାଜପଥକୁ ଯାନବାହାନ ଠପ୍‌ ହୋଇଛି। ସୀମାନ୍ତ ମୋଟୁର କୁଇଗୁର ବ୍ରିଜ୍‌ ଉପରେ ଆଜି ମଧ୍ୟ ୫ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି। ୫୦ରୁ ୭୦ଟି ଗାଡ଼ି ଅଟକି ରହିଛି। ସେହିପରି ନେଲିପାକା ବ୍ରିଜ୍‌ ମଧ୍ୟ ସଂପୂର୍ଣ୍ଣ ଠପ୍‌ ହୋଇଛି। ସୀମାନ୍ତ ମୋଟୁର କୁନାବାରାମ, ଏଟାପାର, ବିରାପୁରମ୍‌ , ଚିନ୍ତୁର ଏହି ୪ଟି ବ୍ଲକ୍‌ର ୪୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିଛନ୍ତି ଆନ୍ଧ୍ର ସରକାର। ୫ଟି NDRFଟିମ୍‌ ମୁତୟନ ରହିଛନ୍ତି। ଚାଟି ଓ କଣ୍ଟା ରାସ୍ତା ଉପରେ ୫ଫୁଟର ପାଣି ପ୍ରବାହିତ ହେଉଛି। ମାଲକାନଗିରିଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍‌ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.