କୃଷକଙ୍କୁ ପ୍ରତ୍ୟେକ ସମସ୍ୟାର ସାମ୍ନା କରିବା ଆସିଥାଏ କହିଲେ ଧର୍ମେନ୍ଦ୍ର, ସେୟାର କଲେ ଏହି ଭିଡ଼ିଓ

ବଲିଉଡ ଅଭିନେତା ଧର୍ମେନ୍ଦ୍ର ନିଜର ଫାର୍ମ ହାଉସର ଭିଡ଼ିଓ ସହ ସୋସିଆଲ ମିଡିଆରେ ସର୍ବଦା ଅପଡେଟ ରହିଥାନ୍ତି। ଏଥର ମଧ୍ୟ ସେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି, ଘାସ କାଟିବା ମେସିନ ଖରାପ ହୋଇଯିବା କାରଣରୁ ତାଙ୍କୁ କେତେ ସମସ୍ୟାର ସାମ୍ନା କରିବାକୁ ପଡୁଛି। କିନ୍ତୁ ଧର୍ମେନ୍ଦ୍ର ଏହି ସମୟରେ ସାହାସ ବଢ଼ାଇବା ସହ ଭିଡ଼ିଓ ସେୟାର କରିବା ସହ ଲେଖିଛନ୍ତି, “କୃଷକଙ୍କୁ ପ୍ରତ୍ୟେକ ସମସ୍ୟାରେ ଗତି କରିବା ଆସିଥାଏ।”

ଏହା ପୂର୍ବରୁ ଧର୍ମେନ୍ଦ୍ର ନିଜ ଫାର୍ମହାଉସର ଫଳ, ଫୁଲର ଭିଡ଼ିଓ ସେୟାର କରିଥିଲେ କିନ୍ତୁ ଗୋଟିଏ ଭିଡ଼ିଓରେ ମଧ୍ୟ ସେ ଖେତରେ କାମ କରୁଥିବାର ନଜର ଆସିନାହାନ୍ତି। କିନ୍ତୁ ଏଥର ଧର୍ମେନ୍ଦ୍ର ଫଳ ଏବଂ ପନିପରିବା ଅଲଗା ହେବା ପରେ ନିଜ ଫାର୍ମହାଉସରେ ଖରାପ ହୋଇଥିବା ଘାସ କାଟିବା ମେସିନର ଭିଡ଼ିଓ ସେୟାର କରିଛନ୍ତି।

ଏହି ଭିଡ଼ିଓରେ ଧର୍ମେନ୍ଦ୍ର କହିଛନ୍ତି, ‘ହାୟେ ଦୋସ୍ତ କିଷାନକୋ କୁଛ ନା କୁଛ ତକଲିଫ ହୋତି ରହତି ହେ”, ଏବେ ମୋ ଘାସ କାଟୁଥିବା ମେସିନ ଖରାପ ହୋଇଛି, ଏହି ଘାସ ବଡ ହୋଇଯାଇଛି, ମୁଁ ଭାବୁଛି ଏହାକୁ ଗୋଟେ ଲେବଲର କରିଦେବା ଠିକ ହେବ, ଆପଣ ନିଜର ଧ୍ୟାନ ରଖନ୍ତୁ। ସୂଚନା ମୁତାବକ ଧର୍ମେନ୍ଦ୍ରଙ୍କର ଏହି ଭିଡ଼ିଓରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.