‘ଲକ୍ଷ୍ମୀବମ୍‌’ର ପ୍ରମୋସନରେ ଯୋଗ ଦେଲେ ରିୟଲ ଲକ୍ଷ୍ମୀ, ଫଟୋ ସେୟାର କରି ସୂଚନା ଦେଲେ ଅକ୍ଷୟ କୁମାର

ଖିଲାଡ଼ି କୁମାର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’ ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଗତକାଲି ପ୍ରଥମ ଗୀତ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍‌ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଫିଲ୍ମର ପ୍ରମୋସନ୍‌ ପାଇଁ ଜୋରଦାର ଲାଗିପଡ଼ିଛନ୍ତି ପୂରା ଟିମ୍‌।

 

ନିକଟରେ ଫିଲ୍ମର ପ୍ରମୋସନ୍‌ ପାଇଁ ଅକ୍ଷୟ କୁମାର ଓ କିଆରା ଆଡଭାନୀ ‘ଦ କପିଲ ଶର୍ମା ଶୋ’କୁ ଯାଇଥିଲେ। ଏହି ଶୋ’ରେ ତାଙ୍କୁ ଜଏନ୍‌ କରିଥିଲେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ। ଏନେଇ ଅକ୍ଷୟ କୁମାର ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି।

ଅକ୍ଷୟ ନିଜ ସୋସିଆଲ ମିଡିଆରେ ସୁଟିଂବେଳର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଲକ୍ଷ୍ମୀଙ୍କ ସହ ଅକ୍ଷୟ ଓ କିଆରା ନଜର ଆସିଛନ୍ତି। ଫଟୋ ସେୟାର କରି ଅକ୍ଷୟ କ୍ୟାପସନ୍‌ରେ ଲେଖିଛନ୍ତି କପିଲ ଶର୍ମାଙ୍କ ସେଟ୍‌ରେ ପ୍ରକୃତ ଲକ୍ଷ୍ମୀଙ୍କ ସହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.