‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌ ପରେ ପ୍ରିୟଙ୍କା ଓ ଫରହାନ୍‌ଙ୍କୁ ଚେତାବନୀ ଦେଲା ମହାରାଷ୍ଟ୍ର ପୋଲିସ

ମହାରାଷ୍ଟ୍ର ପୋଲିସ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖତରଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ରହିଥିବା ଏକ ଦୃଶ୍ୟ ପାଇଁ ଚେତାବନୀ ଦେଇଛି। ଦୁଇଦିନ ତଳେ ଫିଲ୍ମର ଟ୍ରେଲର ଯେବେ ମୁକ୍ତିଲାଭ କରିଥିଲା, ସେତେବେଳେ ଏହାର ଏକ ଦୃଶ୍ୟ ମହାରାଷ୍ଟ୍ର ପୋଲିସ ନଜରରେ ପଡ଼ିଥିଲା। ଯେଉଁଥିରେ ପ୍ରିୟଙ୍କା ଅଭିନୟ କରୁଥିବା ଚରିତ୍ର ଫରହାନଙ୍କୁ କହୁଛି, ‘ଯେମିତି ହିଁ ତାଙ୍କ ଝିଅ ଆଇଶା ବଡ଼ ହେବ, ସେତେବେଳେ ସେ ବ୍ୟାଙ୍କ ଲୁଟି ନେବ’।

ପୋଲିସ ଟୁଇଟରରେ ଚେତାବନୀ ଦେଇଛି କି, ‘ବ୍ୟାଙ୍କ ଡକାୟତିରେ ଆଇପିସି ଧାରା ୩୯୩ ଅନୁସାରେ ଅଭିଯୁକ୍ତଙ୍କୁ ଜରିମାନା ସହିତ ୭ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ’। ପ୍ରିୟଙ୍କା ଜବାବ ଦେଇଛନ୍ତି ଯେ, ‘ଉଫ୍‌, ଧରାପଡ଼ିଗଲି… ପ୍ଲାନ୍‌ ବିକୁ ସକ୍ରିୟ କରିବାର ସମୟ’। ସେଠି ଫରହାନ୍‌ ମଜାଳିଆ ଢଙ୍ଗରେ କହିଛନ୍ତି, ‘କେବେ ବି କ୍ୟାମେରାରେ ଡକାୟତି ଯୋଜନା କରିବନି’। ତେବେ ଫରହାନଙ୍କ ଟୁଇଟ ର ଉତ୍ତର ଦେବାକୁ ଯାଇ ପୋଲିସ କହିଛି, ଯେଉଁଠି ବି ଯୋଜନା କରାଯାଉଥିବ, ସେମାନଙ୍କୁ କଠୋର କାରାବାସ ଦଣ୍ଡ ଦିଆଯିବ, ଯାହାକି ୧୦ବର୍ଷ ପଯ୍ୟର୍ନ୍ତ ହୋଇପାରେ। ଧାରା ୩୯୯ ଅଧୀନରେ ତାଙ୍କୁ ଜରିମାନା ମଧ୍ୟ ଭରିବାକୁ ପଡ଼ିବ। ସବୁଠାରୁ ଭଲ ଯୋଜନା ସବୁବେଳେ ବାସ୍ତବ ଜୀବନରେ ସଫଳ ହୋଇ ନ ଥାଏ। #ReelvsReal’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.