ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଦମ୍‌ଦାର ଟିଜର ରିଲିଜ୍‌; ସଲମାନଙ୍କ ସ୍ୱାଗ୍‌ ଦେଖି ଫ୍ୟାନମାନେ ଫିଦା…

ବଲିଉଡ୍‌ ଅଭିନେତା ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ପ୍ରଥମ ଲୁକ୍‌ ସେୟାର କରିଥିଲେ। ଫଟୋରେ ଅଭିନେତାଙ୍କ ଲୁକ୍‌ ବହୁତ ଭିନ୍ନ ନଜର ଆସିଥିଲା। ଏବେ ସଲମାନଙ୍କ ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇଛି। ଏଥିରେ ଭାଇଜାନଙ୍କ ଅନ୍ଦାଜ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସୁଛି। ସଲମାନଙ୍କ ଏମିତି ଅବତାର ପୂର୍ବରୁ ଆପଣ କେବେ ଦେଖି ନ ଥିବେ। ଭିଡିଓରେ ଅଭିନେତାଙ୍କ ସ୍ୱାଗ୍‌ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଅଭିନେତା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ନିଜର ୩୪ ବର୍ଷ ପୂରଣ ହେବା ଖୁସିରେ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ବିଷୟରେ ଘୋଷଣା କରିଥିଲେ। ସେତେବେଳେ ସେ ନିଜର ଛୋଟିଆ ଝଲକ୍‌ ଦେଖାଇଥିଲେ। ଏହାର ଠିକ୍‌ ୧୦ ଦିନ ପରେ ସଲମାନ ଅଫିସିଆଲ ଆକାଉଣ୍ଟରୁ ଫିଲ୍ମର ଶର୍ଟ ଟିଜର ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସଲମାନ ଏକ ଶୂନ୍‌ଶାନ ରାସ୍ତାରେ ଗାଡ଼ି ଚଲାଉଥିବାର ଦେଖା ଯାଉଛନ୍ତି। ଏଥିରେ ସେ ଲଦାଖରେ ବୁଲୁଥିବାର ନଜର ଆସୁଛନ୍ତି। ଭିଡିଓରେ ଆପଣ ଦେଖି ପାରିବେ ଯେ ସେ ନିଜର କେଶ ଲମ୍ବା ରଖିଛନ୍ତି ଏବଂ ଆଖିରେ ଚଷମା ଲଗାଇଛନ୍ତି।

ଅଭିନେତା ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି। ଶୂନ୍‌ଶାନ ରାସ୍ତାରେ ବାଇକ୍‌ ଚଲାଉଥିବା ବେଳେ ସଲମାନଙ୍କ ବ୍ୟାକ୍‌ଗ୍ରାଉଣ୍ଡରେ ଗୁଳି ଶବ୍ଦ ଶୁଣିବାକୁ ମିଳୁଛି। ଏହି ଭିଡିଓ ଆସୁ ଆସୁ ଇଣ୍ଟରନେଟ୍‌ରେ ଛାଇ ଯାଇଛି ଏବଂ ଖୁବ୍‌ ଧମାଲ କରୁଛି। ଫ୍ୟାନମାନଙ୍କୁ ସଲମାନଙ୍କ ନୂଆ ଅବତାର ଖୁବ୍‌ ପସନ୍ଦ ଆସୁଛି। କହି ରଖୁଛୁ, ସଲମାନ ଖାନଙ୍କ ପସନ୍ଦର ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି।

ସଲମାନ ଖାନ ଓ ଶେହନାଜ ଗିଲ୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ପୂଜା ହେଗ୍‌ଡେ, ଦଗୁବତୀ ଭେଙ୍କଟେଶ୍‌, ଜସି ଗିଲ୍‌, ପଲକ ତିଓ୍ଵାରୀ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଓ ବିନାଲି ଭଟନାଗର ବି ନଜର ଆସିବାକୁ ଯାଉଛନ୍ତି। କହି ରଖୁଛୁ କି, ପ୍ରଥମେ ଏହି ଫିଲ୍ମର ନାମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ଥିଲା, କିନ୍ତୁ ପରେ ଟାଇଟଲ ବଦଳାଯାଇ ଏହାକୁ ‘କିସି କା ଭାଇ କିସି କି ଜାନ୍‌’ କରି ଦିଆଯାଇଛି।

ଫରହାଦ୍‌ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ଫ୍ୟାନମାନଙ୍କର ଉତ୍ସାହ ଆହୁରି ବଢ଼ିଯାଇଛି। ସଲମାନ ‘କିସି କା ଭାଇ କିସି କି ଜାନ୍‌’ ବ୍ୟତୀତ ଫିଲ୍ମ ଟାଇଗର ୩କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଟାଇଗର ୩ରେ ସଲମାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ି ପୁଣିଥରେ ଦେଖିବାକୁ ମିଳିବ। କହି ରଖୁଛୁ, ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର ୩’ ଆଗାମୀ ବର୍ଷ ଏପ୍ରିଲ ୨୧ରେ ସିନେମା ଘରେ ରିଲିଜ୍ ହେବ। ଦୀର୍ଘ ଦିନରୁ ଏହି ଫିଲ୍ମକୁ ଫ୍ୟାନମାନେ ଅପେକ୍ଷା କରି ରହିଛନ୍ତି। କିଛି ଦିନ ତଳେ ସାମ୍ନାକୁ ଆସିଥିବା ଫିଲ୍ମର ଟିଜରରେ ସଲମାନ ଖାନ ଓ କ୍ୟାଟ୍ରିକା କୈଫ୍ ପୁଣିଥରେ ଆକ୍ସନ ମୁଡ୍‌ରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.