ରଣବୀର କପୁରଙ୍କୁ ସାମ୍ନାରେ ଦେଖି ଇମୋସ୍‌ନାଲ ହେଲେ ଜିତେନ୍ଦ୍ର, ସ୍ନେହରେ କଲେ ଆଲିଙ୍ଗନ

ଭେଟେରାନ ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କୁ ଆଜିକାଲି କ୍ୱଚିତ୍ ଦେଖିବାକୁ ମିଳୁଛି । ତାଙ୍କୁ ବେଳେବେଳେ ଇଭେଣ୍ଟ ଏବଂ ପାର୍ଟିରେ ଦେଖିବାକୁ ମିଳେ । କିଛି ଦିନ ପୂର୍ବରୁ ଅଭିନେତାଙ୍କୁ ଫିଲ୍ମ ‘ଆନିମଲ’ର ଷ୍ଟାର ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା । ଉଭୟଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଏବଂ ଏହା ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ବଲିଉଡରେ ଭଲ ବନ୍ଧୁତା ବହୁତ କମ୍‌ ଦେଖିବାକୁ ମିଳିଥାଏ, କିନ୍ତୁ ଜିତେନ୍ଦ୍ର ଏବଂ ରିଷି କପୁରଙ୍କ ମଧ୍ୟରେ ବନ୍ଧୁତା କାହାଠାରୁ ଅଛୁପା ନୁହେଁ । ଦୁହିଁଙ୍କ ମଧ୍ୟରେ ବହୁତ ଗଭୀର ବନ୍ଧୁତା ଥିଲା ଏବଂ ସେମାନେ ଅନେକ ପାର୍ଟିରେ ଏକାଠି ଦେଖାଯାଆନ୍ତି । ଭେଟେରାନ ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କୁ ଆଜିକାଲି କ୍ୱଚିତ୍ ଦେଖିବାକୁ ମିଳୁଛି । ତାଙ୍କୁ ବେଳେବେଳେ ଇଭେଣ୍ଟ ଏବଂ ପାର୍ଟିରେ ଦେଖିବାକୁ ମିଳେ । କିଛି ଦିନ ପୂର୍ବରୁ ଅଭିନେତାଙ୍କୁ ଫିଲ୍ମ ‘ଆନିମଲ’ର ଷ୍ଟାର ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା । ଉଭୟଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଏବଂ ଏହା ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଉଭୟଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଦେଖିବାକୁ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ‘viralbhayani’ ରେ ଦେଖିବାକୁ ମିଳିଛି ।

ନିକଟରେ ଏକ ଆଓ୍ଵାର୍ଟ ନାଇଟ୍‌ର ଏହି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଣବୀର କପୁରଙ୍କ ସହ ଜିତେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା । ଦୁହେଁ ଗୋଟିଏ ସମୟରେ ଆଓ୍ଵାର୍ଡ କାର୍ଯ୍ୟରେ ପହଞ୍ଚିଥିଲେ ଏବଂ ଦୁହେଁ ଏଣ୍ଟ୍ରି ସମୟରେ ଭେଟିଥିଲେ । ରନବୀର ଜିତେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ପାଖକୁ ଯାଇଥିଲେ । ରନବୀର କପୁରଙ୍କ ପାଖକୁ ଆସିବା ପରେ ଜିତେନ୍ଦ୍ର ଟିକିଏ ଇମୋସ୍‌ନାଲ ହୋଇଥିଲେ । ସେ ସଙ୍ଗେ ସଙ୍ଗେ ରଣବୀର କପୁରଙ୍କୁ ଆଲିଙ୍ଗନ କରି ସ୍ନେହରେ ଚୁମ୍ବନ ଦେଇଥିଲେ । କେବଳ ଏତିକି ନୁହେଁ ରନବୀର ମଧ୍ୟ ଆଶୀର୍ବାଦ ନେଇ ତାଙ୍କ ହାତକୁ ଚୁମ୍ବନ ଦେଇଥିଲେ । ଏହା ପରେ ରଣବୀର କପୁର ନିଜେ ଜିତେନ୍ଦ୍ରଙ୍କ ହାତ ଧରି ଭିତରକୁ ନେଇଥିବାର ନଜର ଆସିଥିଲେ । ଏହି ସମୟରେ ଜିତେନ୍ଦ୍ର ଇମୋସ୍‌ନାଲ ଦେଖାଯାଉଥିଲେ ଏବଂ ରଣବୀରଙ୍କୁ ଭେଟି ଖୁସି ମଧ୍ୟ ହୋଇଥିଲେ ।

ତେବେ କିଛି ଦିନ ପୂର୍ବରୁ ରଣବୀର କପୁରଙ୍କ ଝଲକ୍‌ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା । ତାଙ୍କ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଅଭିନେତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୯୦୦ କୋଟି ଟଙ୍କା ରୋଜଗାର କରିଛି । ତେବେ ଆପଣ ବର୍ତ୍ତମାନ ନେଟଫ୍ଲିକ୍ସରେ ଏହି ଫିଲ୍ମ ଦେଖିପାରିବେ । ଏହି ଫିଲ୍ମଟି ୨୦୨୩ ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା । ସୂଚନା ମୁତାବକ, ଫିଲ୍ମ ‘ଆନିମଲ’ ଭାଗ ୨ ବ୍ୟତୀତ ରଣବୀର କପୁରଙ୍କୁ ଫିଲ୍ମ ‘ରାମାୟଣ’ରେ ରାମ ରୂପେ ଦେଖିବାକୁ ମିଳିପାରନ୍ତି । ବର୍ତ୍ତମାନ ରଣବୀର କପୁର ଝିଅ ରାଧା କପୁରଙ୍କ ସହ ବହୁତ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ।

ଏହା ସହ ବର୍ତ୍ତମାନ ଜିତେନ୍ଦ୍ରଙ୍କ ବିଷୟରେ କହିବାକୁ ଗଲେ ସେ ପରଦାରେ ଅଭିନୟ କରୁନାହଁନ୍ତି । ତେବେ ଅଭିନେତାଙ୍କୁ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଂ’ ସ୍କ୍ରିନିଂରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ତାଙ୍କ ଝିଅ ଏକତା କପୁରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.