୫୦ ବର୍ଷ ବୟସରେ ବାପା ହେଲେ ଅପୂର୍ବ ଅଗ୍ନିହୋତ୍ରୀ, ବିବାହର ୧୮ ବର୍ଷ ପରେ ମା’ ହେଲେ ଶିଳ୍ପା ସକଲାନୀ; ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ଟିଭି ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଓ ଅଭିନେତ୍ରୀ ଶିଳ୍ପା ସକଲାନୀ ଗ୍ଲାମର ଜଗତର ସବୁଠାରୁ ଚର୍ଚ୍ଚିତ କପଲ। ଉଭୟ ଇଣ୍ଡଷ୍ଟ୍ରୀର ଜଣାଶୁଣା ଦମ୍ପତି। ୧୯୯୭ରେ ଆସିଥିବା ଫିଲ୍ମ ‘ପରଦେଶ’ରୁ ଅଭିନେତା ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ୫୦ତମ ଜନ୍ମଦିନ ଅବସରରେ ଫ୍ୟାନ୍ମାନଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି।
ଅପୂର୍ବ ଅଗ୍ନିହୋତ୍ରୀ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଶିଳ୍ପା ସକଲାନୀ ବିବାହର ୧୮ ବର୍ଷ ପରେ ମା’ ହୋଇଛନ୍ତି। ସେ ଇନ୍ଷ୍ଟାରେ ଏକ ପୋଷ୍ଟ ସେୟାର କରି ନିଜର ଖୁସି ସେୟାର କରିଛନ୍ତି। ଏତିକି ହିଁ ନୁହେଁ, ଦମ୍ପତି ନିଜ ଫ୍ୟାନ୍ମାନଙ୍କୁ ଝିଅର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ତାଙ୍କ ପୋଷ୍ଟ ଉପରେ ଫ୍ୟାନ୍ମାନେ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଅପୂର୍ବ ଅଗ୍ନିହୋତ୍ରୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଦମ୍ପତି ନିଜ ଝିଅକୁ ଏକାଠି ଧରିଥିବାର ନଜର ଆସୁଛନ୍ତି। ହ୍ଵାଇଟ୍ ଏବଂ ପିଙ୍କ୍ ରଙ୍ଗର ଡ୍ରେସ୍ରେ ତାଙ୍କ ଛୋଟ ବେବି ଗାର୍ଲ ବହୁତ କ୍ୟୁଟ୍ ଲାଗୁଛି। ସେପଟେ ଶିଳ୍ପା ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ଅପୂର୍ବ କାଜୁଆଲ ଲୁକ୍ରେ ବହୁତ ହ୍ୟାଣ୍ଡସମ୍ ଲାଗୁଛନ୍ତି। ଅପୂର୍ବଙ୍କର ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓ ସେୟାର କରି ଅପୂର୍ବ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଏହିପରି ଭାବେ ମୋ ଜନ୍ମଦିନ ମୋ ଜୀବନର ସବୁଠାରୁ ଖାସ୍ ଜନ୍ମଦିନ ପାଲଟିଛି। କାହିଁକି ନା, ଭଗବାନ ଆମକୁ ଏ ପର୍ଯ୍ୟନ୍ତର ସବୁଠାରୁ ସ୍ୱତନ୍ତ୍ର, ଅବିଶ୍ୱସନୀୟ, ଅଦ୍ଭୁତ ଏବଂ ଚମତ୍କାର ଉପହାର ଦେଇଛନ୍ତି। ବହୁତ ଖୁସିର ସହିତ ଶିଳ୍ପା ଓ ମୁଁ ଆମର ସୁନ୍ଦର ଝିଅ ଇଶାନୀ କାନୁ ଅଗ୍ନିହୋତ୍ରୀଙ୍କୁ ପରିଚୟ କରାଇବାକୁ ଚାହୁଁଛୁ। ଦୟାକରି, ତାକୁ ଭଲ ପାଇବା ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ’।
View this post on Instagram
ସୂଚନାଥାଉ କି, ଶିଳ୍ପା, ଅପୂର୍ବଙ୍କୁ ପ୍ରଥମେ ଏକ କଫି ଶପ୍ରେ ଭେଟିଥିଲେ। ତାଙ୍କୁ ଫିଲ୍ମ ‘ପରଦେଶ’ ପରେ ଅପୂର୍ବଙ୍କ ଉପରେ କ୍ରଶ୍ ଥିଲା। ଦମ୍ପତିଙ୍କର ସାକ୍ଷାତ ସେମାନଙ୍କର ଜଣେ କମନ୍ ଫେଣ୍ଡ୍ ତଥା ଟିଭି ଅଭିନେତ୍ରୀ ରକ୍ଷନ୍ଦା ଖାନଙ୍କ ଜରିଆରେ ହୋଇଥିଲା।