ସୁଶାନ୍ତ ସିଂ ରାଜପୁତଙ୍କ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ନୂଆ ପ୍ରେମ, ଏହି ବିଜନେସ୍ମ୍ୟାନଙ୍କୁ ଡେଟ୍ କରୁଛନ୍ତି ଅଭିନେତ୍ରୀ!

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଏଥର ଲାଇମଲାଇଟକୁ ଆସିବାର କାରଣ କୌଣସି ଫିଲ୍ମ କିମ୍ବା ବିବାଦ ନୁହେଁ, ବରଂ ରିୟାଙ୍କ ଜୀବନରେ ସୁଶାନ୍ତ ସିଂ ରାଜପୁତଙ୍କ ପରେ ପୁଣି ଏକ ନୂଆ ପ୍ରେମ ଆସିଛି। ମିଡିଆ ରିପୋର୍ଟ ମୁତାବକ, ଅଭିନେତ୍ରୀ ରିୟା, ସୀମା ସଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ କରୁଛନ୍ତି। ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ବିବାଦରେ ଫସିଥିଲେ।
ରିପୋର୍ଟ ଅନୁସାରେ, ରିୟା ଚକ୍ରବର୍ତ୍ତୀ ବଣ୍ଟିଙ୍କୁ ଡେଟ୍ କରୁଛନ୍ତି। ଉଭୟ ନିଜ ରିଲେସନଶିପ୍କୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ ସେମାନଙ୍କୁ ଏକାଠି ଖୁସିରେ ଦେଖି ବହୁତ ଭଲ ଲାଗୁଛି। ଗତ କିଛି ବର୍ଷ ମଧ୍ୟରେ ରିୟା ବହୁତ କିଛି ସାମ୍ନା କରିଛନ୍ତି, ବଣ୍ଟି ସବୁବେଳେ ତାଙ୍କର ସପୋର୍ଟ ସିଷ୍ଟମ୍ ରହିଛନ୍ତି।
ଯେତେବେଳେ ସବୁ କିଛି ଖରାପ ଚାଲିଥିଲା, ତ ବଣ୍ଟି ରିୟାଙ୍କୁ ପୂରା ସମର୍ଥନ ଦେଇଥିଲେ। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧରେ ରିୟାଙ୍କୁ ପଚରାଉଚରା କରାଯାଉଥିଲା, ତ ସେହି ସମୟରେ ସେ ବଣ୍ଟିଙ୍କ କ୍ଲାଇଣ୍ଟସ୍ମାନଙ୍କ ମଧ୍ୟରୁ ଜଣେ ଥିଲେ।
କହି ରଖୁଛୁ, ବଣ୍ଟି ସଜଦେହ କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟର ଏମ୍ଡି ଏବଂ ସିଇଓ। ଏଜେନ୍ସି ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧୱନଙ୍କ ସମେତ କ୍ରୀଡା ଜଗତର କେତେକ ବଡ଼ ନାମ ପାଇଁ ସୂଚନା ଏବଂ ପିଆର୍ ଦେଖୁଛି। ସେ ଧର୍ମା କର୍ଣ୍ଣରଷ୍ଟୋନ୍ ଏଜେନ୍ସିର ମଧ୍ୟ ଏକ ଅଂଶ ଅଛନ୍ତି। ରିୟାଙ୍କ ପୂର୍ବରୁ ବଣ୍ଟିଙ୍କ ନାମ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ସହ ଯୋଡ଼ି ହୋଇଥିଲା। ଗୁଜବ ଉଠିଥିଲା କି, ସୋନାକ୍ଷୀ ଓ ବଣ୍ଟି ପରସ୍ପରକୁ ଡେଟ କରୁଛନ୍ତି।
View this post on Instagram
View this post on Instagram