ଉଗାଣ୍ଡାର ପ୍ରସିଦ୍ଧି ଗାୟକ କଲେ ଧର୍ମ ପରିବର୍ତ୍ତନ ; କହିଲେ – ‘ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି’

ନୂଆଦିଲ୍ଲୀ : ବିଶ୍ୱରେ ଅନେକ ଧର୍ମର ଲୋକମାନେ ବାସ କରନ୍ତି। ଯଦିଓ ସମସ୍ତ ଧର୍ମରେ ଅନେକ କିଛି ଜନିଷ ସମାନ ଥାଏ। କିନ୍ତୁ ପ୍ରତ୍ୟେକ ଧର୍ମର ନିଜସ୍ୱ ସ୍ୱତନ୍ତ୍ରତା ଅଛି। ପ୍ରତ୍ୟେକ ଧର୍ମରେ ଏପରି ଅନେକ ଜିନିଷ ଅଛି ଯାହା ଅନ୍ୟ ଧର୍ମର ଲୋକଙ୍କୁ ପ୍ରଭାବିତ କରିଥାଏ । ତଥାପି, ଅନେକ ଥର ଲୋକମାନେ ବହୁତ ଅଜବ କାରଣରୁ ଧର୍ମ ପରିବର୍ତ୍ତନ କରିବାକୁ ଚାହାଁନ୍ତି। ଉଗାଣ୍ଡାରୁ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି।

ଉଗାଣ୍ଡାର ପ୍ରସିଦ୍ଧି ଗାୟକ ୱାଇକ୍ଲିଫ ତୁଗୁମେ ଓରଫ ୟକି ବେଣ୍ଡା ୟକି କହିଛନ୍ତି ଯେ, ସେ ଇସ୍‌ଲାମ୍‌ରେ ଧର୍ମାନ୍ତରଣ କରିବାକୁ ଚାହୁଁଛନ୍ତି । ଇସଲାମ ଧର୍ମ ପରିବର୍ତ୍ତନ କରିବାର ସେ କାରଣ କହିଛନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସ୍ଥାନୀୟ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଇସଲାମ ଧର୍ମ ଏଇଥି ପାଇଁ ପସନ୍ଦ କରୁଛନ୍ତି ଯେ, ଏଥିରେ ଅନେକ କଥା ସ୍ୱତନ୍ତ୍ର । ଉଦାହରଣ ସ୍ୱରୂପ ଆପଣ ୪ ଜଣ ମହିଳାଙ୍କୁ ବିବାହ କରିପାରିବେ ।

ନିକଟରେ ହୋଇଥିବା ଇଦ୍ ସମାରୋହ ସମୟରେ ମୁସଲମାନମାନଙ୍କୁ ଖାଦ୍ୟ ବାଣ୍ଟିବା ସମୟରେ ୟକୀ ନିଜର ଏହି ଇଚ୍ଛା ସଂପର୍କରେ ଗଣମାଧ୍ୟମକୁ କହିଥିଲେ । ସେ କହିଛନ୍ତି ଯେ, ତାଙ୍କୁ ଏହା ଦେଖି ଖୁସି ଲାଗୁଛି ଯେ, ଇସଲାମିକ ବିବାହରେ ସମସ୍ତ ସ୍ତ୍ରୀମାନେ ଅନ୍ୟ ସହିତ ବିନା ଲଢ଼େଇରେ ଏକାଠି ହୋଇ ମିଳାମିଶା କରି ରୁହନ୍ତି । ଅନ୍ୟ ଧର୍ମରେ ବୋଧେ ଏମିତି ହୋଇପାରି ନଥାଏ ।

ସୂଚନାଯୋଗ୍ୟ, ଉଗାଣ୍ଡାର ଏହି ଗାୟକ ଅନେକ ସମୟରେ ବିବାଦ ଘେରକୁ ଆସିଥାନ୍ତି । ଜଣେ ପିଲାର ବାପା ହୋଇଥିଲେ ମଧ୍ୟ ମହିଳାମାନଙ୍କ ସହିତ ତାଙ୍କର ସଂପର୍କ ଯୋଡ଼ି ହୋଇଥାଏ ଓ ପରେ ଭାଙ୍ଗିଯାଇଥାଏ । ଏହି କାରଣରୁ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି । ୟକି ହେଉଛନ୍ତି ଜେଣ କ୍ୟାମିକାଲ ଇଞ୍ଜିନିୟରିଂ ଛାତ୍ର । କିନ୍ତୁ ସେ କୌଣସି କାର୍ଯ୍ୟାଳୟରେ କାମ କରିନାହାନ୍ତି । ଏହା ବ୍ୟତୀତ ସେ ଜଣେ ସଂଗୀତଜ୍ଞ ଭାବରେ ତାଙ୍କର ସ୍ୱପ୍ନକୁ ପୂରଣ କରିଥିଲେ ଏବଂ ଏହାକୁ ତାଙ୍କ କ୍ୟାରିଅର୍ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.