ଏବେ ବଡ଼ ପରଦାରେ ନଜର ଆସିବ ସର୍ଜିକାଲ ଷ୍ଟାଇକ୍

ମୁମ୍ବାଇ  : ଦୁଇ ବର୍ଷ ପୂର୍ବେ ସର୍ଜିକାଲ ଷ୍ଟାଇକରେ ପାକ୍‌ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ଏବେ ସେହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ର ସପୂର୍ଣ୍ଣ କାହାଣୀ ସିଲଭର ସ୍କ୍ରିନରେ ଦେଖିବେ ଦର୍ଶକ । ଆସିଲା ବଲିଉଡ୍‌ ଫିଲ୍ମ ‘ଉରି-ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ଟିଜର୍‌ । ଯେଉଁଥିରେ ସେନା ପୋଷାକରେ ନଜର ଆସିଛନ୍ତି ଅଭିନେତା ଭିକି କୌଶଲ୍‌ । ସର୍ଜିକାଲ୍‌  ଷ୍ଟ୍ରାଇକକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଫିଲ୍ମର ଟିଜର୍‌ ରିଲିଜ ହୋଇଛି ।

Uri-Teaser

ଟିଜର୍‌ ଓ ଫାଷ୍ଟ ପୋଷ୍ଟରକୁ ନିଜ ଟ୍ଵିଟର୍‌ ପେଜରେ ସେୟାର କରିଛନ୍ତି ଅଭିନେତା ଭିକି କୌଶାଲ । ୧୮ ସେପ୍ଟେମ୍ବର ୨୦୧୬ରେ ଜମ୍ମୁ କାଶ୍ମୀର ଉରି ବେସ୍‌ କ୍ୟାମ୍ପରେ ଆତଙ୍କବାଦୀମାନେ ବଡ଼ ଧରଣର ହମଲା କରିଥିଲେ । ଏଥିରେ ସହିଦ ହୋଇଥିଲେ ୧୯ ଜଣ ଭାରତୀୟ ସେନା ଅଧିକାରୀ ଓ କର୍ମଚାରୀ । ଏହାପରେ ଆତଙ୍କୀଙ୍କୁ ଗୁଳିରେ ଜବାବ ଦେଇଥିଲା ଭାରତୀୟ ସେନା ।

ପାକ୍‌ ଅଧିକୃତ କାଶ୍ମୀରରେ ହୋଇଥିଲା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ଭାରତୀୟ କମାଣ୍ଡୋ ଧ୍ୱଂସ କରିଥିଲେ ଆତଙ୍କୀ ଆଡ୍ଡା । ସତ୍ୟ ଆଧାରିତ ସମସ୍ତ ଘଟଣାବଳୀକୁ ସିଲଭର ସ୍କ୍ରିନରେ ଉତାରିବାକୁ ଚେଷ୍ଟ କରିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର । ମେଲ୍‌ ଲିଡ୍‌ରେ ଭିକି କୌଶାଲ ଥିବା ବେଳେ ଫିମେଲ୍‌ ଲିଡ୍‌ରେ ଅଭିନୟ କରିଛନ୍ତି ୟାମି ଗୌତମ । ଆସନ୍ତାବର୍ଷ ଜାନୁଆରୀ ୧୧ ତାରିଖରେ ବକ୍ସ ଅଫିସରେ ବାଜିମାତ କରିବ ଉରି-ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.