ପୁଣି ଥରେ ଅସୁସ୍ଥ ହେଲେ ଦିଲୀପ କୁମାର, ଚିକିତ୍ସା ପାଇଁ ହସ୍ପିଟାଲରେ ହେଲେ ଭର୍ତ୍ତି

ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବାଇର ଖାର ସ୍ଥିତ ପିଡ଼ି ହିନ୍ଦୁଜା ହସ୍ପିଟାଲରେ ରୁଟିନ ଚେକଅପ ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ୯୮ ବର୍ଷୀୟ ଏହି ବର୍ଷିଆନ ଅଭିନେତା ଛାତିଯନ୍ତ୍ରଣା ଅନୁଭବ କରିବା ସହ ଶ୍ଵାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବାବଦରେ ଦିଲୀପଙ୍କ ଜଣେ ପାରିବାରିକ ବନ୍ଧୁ ହିଁ ପ୍ରଥମେ ସୂଚନା ଦେଇଥିଲେ ।

ଦିଲୀପଙ୍କୁ ଚିକିତ୍ସା ପାଇଁ ଆଇସିୟୁ ୱାର୍ଡ଼ରେ ରଖାଯାଇଥିଲା । ଅକ୍ସିଜେନ ସପୋର୍ଟରେ ରହିଥିଲେ ଦିଲୀପ | ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ଏହି ବର୍ଷୀୟାନ ଅଭିନେତା ଜଣଙ୍କ ଅସୁସ୍ଥ ରହି ଆସୁଛନ୍ତି । ଆଉ ଏହି କାରଣରୁ ତାଙ୍କୁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏହା ପୂର୍ବରୁ ଅସୁସ୍ଥତା କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଦିଲୀପ । ଗତ ଜୁନ ୧୧ ତାରିଖରେ ହିଁ ଡିସଚାର୍ଜ କରାଯାଇଥିଲା । ଏହା ପରେ ପତ୍ନୀ ସାଇରାବାନୋ ନିଜ ମତ ରଖିଥିଲେ ଆଉ ଏହା ସହ ପ୍ରଶଂସଙ୍କ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

କହିରଖିବା ଉଚିତ ହେବକି, ଦିଲୀପଙ୍କ ପତ୍ନୀ ତଥା ପୂର୍ବତନ ଅଭିନେତ୍ରୀ ସାୟରାବାନୋ ଦିଲୀପଙ୍କ ଯତ୍ନ ନେବା ସହ ସୋସିଆଲ ମିଡ଼ିଆରେ ତାଙ୍କ ବିଷୟରେ ନିୟମିତ ଭାବରେ ସୂଚନା ଦେଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.