ରେସ୍ତୋରାଁରେ ଗ୍ରାହକ ହେଲେ ସନ୍ତୁଷ୍ଟ, ୨୭୫୦ ଟଙ୍କା ବିଲରେ ଦେଲେ ୧୨ ଲକ୍ଷ ଟଙ୍କାର ବକ୍ସିସ

ହୋଟେଲ ବା ରେସ୍ତୋରାଁରେ ସମସ୍ତେ ପ୍ରାୟ ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଜଣ ଖାଇବାରେ ସନ୍ତୁଷ୍ଟ ହୋଇ କର୍ମଚାରୀଙ୍କୁ ବକ୍ସିସ ଦେଇଥାନ୍ତି ।  କିନ୍ତୁ ଏହା ସବୁବେଳେ ଖାଇବାର ବିଲଠୁ କମ ହୋଇଥାଏ । କିନ୍ତୁ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଗ୍ରାହକ ଜଣକ ଖୁସି ହୋଇ ବକ୍ସିସରେ ଦେଲେ ୧୨ ଲକ୍ଷ ଟଙ୍କା ବା ୧୬ ହଜାର ଡଲାର ଅର୍ଥରାଶି ।

ଘଟଣାଟି ଶୁଣିଲା ପରେ ଏହା ବିଶ୍ୱାସ କରି ହଉନି । ମାତ୍ର ଏଭଳି ଘଟଣା ପ୍ରକୃତରେ ଘଟିଛି । ରେସ୍ତୋରାଁରେ ଗ୍ରାହକ ୨ଟି ହଟଡଗ୍‌,  ଗୋଟିଏ ପିକଲ ଚିପ୍ସ ଏବଂ ତା ସହ କିଛି କୋଲଡ୍ରିଙ୍କସ ମଗାଇଥିଲେ । ଏହାର ଦାମ ସମୁଦାୟ ୩୭ ଡଲାର ବା ୨୭୫୦ ଟଙ୍କା ହୋଇଥିଲା । ଏହାପରେ ବ୍ୟକ୍ତି ଜଣକ ଖୁସି ହୋଇ କର୍ମଚାରୀଙ୍କୁ ଟିପ ଦେଲେ । ତାହା ପୁଣି ବିଲ ଠାରୁ ଢ଼େର ଅଧିକ । ଏହାକୁ ଦେଖି ହୋଟେଲ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

234235
pc: the park hotels

ଟିପ୍ସ ପାଇଥିବା ବ୍ୟକ୍ତି ଜଣକ ଫେସବୁକରେ ପୋଷ୍ଟ କରି ଲୋକଟିକୁ ଧନ୍ୟବାଦ ଜଣାଇଥିଲେ । ଟଙ୍କା ଦେଇଥିବା ବ୍ୟକ୍ତି ଜଣକ କେବଳ ଜଣକୁ ନୁହେଁ ବରଂ ସେଠାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଟିପ ଦେଲେ । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ହୋଟେଲ ମାଲିକ ମାଇର ଜାରେଲାଙ୍କ କହିବା ଅନୁଯାୟୀ, ଏହି ସମୟରେ ଦିଆଯାଇଥିବା ସମସ୍ତ ଟିପକୁ ହୋଟେଲ କର୍ମଚାରୀଙ୍କ ମଧ୍ୟ ସମାନ ଭାବେ ବାଣ୍ଟି ଦିଆଯାଇଛି । ଏହାଦ୍ୱାରା ସମସ୍ତେ ନିଜ ଇଚ୍ଛେ ପୂରଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.