ବାପା ହେଲେ ବିକ୍ରାନ୍ତ ମେସୀ, ଶିଶୁପୁତ୍ରକୁ ଜନ୍ମ ଦେଲେ ପତ୍ନୀ ଶୀତଲ

ଫିଲ୍ମର ସଫଳତା ପରେ ବିକ୍ରାନ୍ତଙ୍କୁ ମିଳିଲା ଆଉ ଏକ ଖୁସି ଖବର । ଶିଶୁପୁତ୍ରକୁ ଜନ୍ମଦେଲେ ବିକ୍ରାନ୍ତଙ୍କ ପତ୍ନୀ ଶୀତଲ । ଦୁହେଁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା ।

ବିକ୍ରାନ୍ତ ମେସିଙ୍କ ଘରକୁ ଆସିଲେ କୁନି ଅତିଥି । ବିକ୍ରାନ୍ତଙ୍କ ପତ୍ନୀ ଶୀତଲ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିକ୍ରାନ୍ତ ଏବଂ ପତ୍ନୀ ଶୀତଲ ଠାକୁର ମିଶି ଏକ ପୋଷ୍ଟ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି ।

ଦୁହେଁ ଇନଷ୍ଟାଗ୍ରାମେର ଏକ କମ୍ବାଇଣ୍ଡ ପୋଷ୍ଟ ସେୟାର କରି ପୁଅ ଜନ୍ମ ହୋଇଥିବା ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ୭ ଫେବୃଆରୀରେ ଆମେ ଏକ ହୋଇଯାଇଛୁ । ପୁଅ ହେବା ପରେ ଆମେ ଖୁସିରେ ଝୁମି ଯାଇଛି । ପ୍ୟାର୍‌ ଶୀତଲ ଏବଂ ବିକ୍ରାନ୍ତ ।

 

View this post on Instagram

 

A post shared by Vikrant Massey (@vikrantmassey)


ଏହି ପୋଷ୍ଟ ଦେଖିବା ପରେ ସେଲିବ୍ରିଟି ଏବଂ ଫ୍ୟାନ୍ସ ପ୍ରତିକ୍ରିୟା ଦେଇ ଶୁଭେଚ୍ଛା ଜଣାଉଛନ୍ତି । ତେବେ ବିକ୍ରାନ୍ତଙ୍କ ପୋଷ୍ଟରେ ଭୂମି ପେଡେନକର, ଶୋଭିତା ଧୁଲିପାଲା, ତାହିରା କଶ୍ୟପ, ସୁରଭି ଜ୍ୟୋତି, ମନୀଷ ମଲହୋତ୍ରା, ନୀତି ମୋହନ, ବାଣୀ କପୁର ଭଳି ସେଲିବ୍ରିଟି କମେଣ୍ଟ ଦେଉଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ବ୍ରିକାନ୍ତଙ୍କ ଫିଲ୍ମ ‘12th Fail’ ରିଲିଜ ହୋଇଥିଲା । ୨୦ କୋଟିର ଫିଲ୍ମ ୭୦ କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମକୁ ବିଧୁ ବିନୋଦ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ବିକ୍ରାନ୍ତ ମେସୀଙ୍କ ଅଭିୟନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଫିଲ୍ମକୁ ଇଣ୍ଡିପେଣ୍ଡଣ୍ଟ ନୋମିନେସନ ଭାବେ ଓସ୍କାର ୨୦୨୪ ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.