ଦଶ ବର୍ଷର ସମ୍ପର୍କକୁ ଭୁଲି ଆସୀମଙ୍କ ହାତ ଧରିଲେ ହିମାଂଶୀ ଖୁରାନା ! ସୋସିଆଲ ମିଡିଆରେ କଲେ ଏଭଳି ପୋଷ୍ଟ

ବିଗବସ ୧୩ ଶେଷ ହେବାର ପ୍ରାୟ ଏକ ମାସ ବିତିଯାଇଛି । ଚାରି ମାସରୁ ଅଧିକ ଦିନ ଧରି ଚାଲିଥିବା ଏହି ରିୟାଲିଟି ଶୋ’ ରେ ଅନେକ ପ୍ରତିଯୋଗୀ ନିଜ ନିଜ ଭିତରେ ସମ୍ପର୍କ ବନାଇଛନ୍ତି । କିଏ ଏହି ସମ୍ପର୍କକୁ ବନ୍ଧୁତାର ନାମ ଦେଇଛି ତ କିଏ ଏହି ସମ୍ପର୍କକୁ ପ୍ରେମର ନାମ ଦେଇଛି । ଏହି ଶୋ ରେ କିଛି ଏପରି ଯୋଡି ମଧ୍ୟ ଦେଖିବାକୁ ମିଳିଛି ଯିଏ ନିଜର ପୁରୁଣା ସମ୍ପର୍କକୁ ଛାଡି ଆଗକୁ ବଢ଼ିଯାଇଛନ୍ତି । ତେବେ ଆମେ କହୁଛୁ ପଞ୍ଜାବର ଐଶ୍ଵର୍ଯ୍ୟା ରାୟ’ ହିମାଂଶୀ ଖୁରାନା ନିଜର ୧୦ ବର୍ଷ ପୁରୁଣା ସମ୍ପର୍କକୁ ଭାଙ୍ଗି ଆସୀମ ରିୟାଜଙ୍କ ସହିତ ବନ୍ଧୁତା କରିଥିଲେ । ଆଉ ଧୀରେ ଧୀରେ ଏହି ବନ୍ଧୁତା ସମ୍ପର୍କରେ ବଦଳିଯାଇଥିଲା । ତେବେ ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକି ଅସୀମାଂଶୀଙ୍କ ଫ୍ୟାନ୍ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।


ବିଗବସ ୧୩ରେ ଅସୀମ ଓ ହିମାଂଶୀ ନିଜର ବନ୍ଧୁତାକୁ ଆଗକୁ ନେଇଥିଲେ । ଆଉ ତାପରେ ହିମାଂଶୀ ସ୍ୱୀକାର କରିଥିଲେ ଯେ ସେ ଅସୀମଙ୍କୁ ପସନ୍ଦ କରନ୍ତି ବୋଲି । ଶୋ ଶେଷ ହେବା ମାତ୍ରେ ହିମାଂଶୀ ଆସୀମଙ୍କୁ ନିଜ ମାଙ୍କ ସହିତ ମିଳାଇଥିଲେ କିନ୍ତୁ ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ଇସାରା କରୁଛି ଯେ ହିମାଂଶୀ ଖୁରାନାଙ୍କର ନିକଟରେ ନିର୍ବନ୍ଧ ହୋଇଯାଇଛି ।

Image result for asim himanshi pics

ନିକଟରେ ହିମାଂଶୀ ନିଜର ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଏକ ସୁନ୍ଦର ହିରାମୂଦି ପିନ୍ଧିଥିଲେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ସେ ବୋଧେ ଅସୀମଙ୍କ ସହିତ ନିର୍ବନ୍ଧ କରିଦେଇଛନ୍ତି କିନ୍ତୁ ନା ପ୍ରକୃତରେ ସେ ଏହି ଜୁଏଲାରୀର ବ୍ରାଣ୍ଡ ପ୍ରମୋସନ କରାଇଛନ୍ତି । ସେ ଏହାର କ୍ୟାପ୍ସନରେ ଲେଖିଛନ୍ତି ଯେ ଏହା ଏତେ ସୁନ୍ଦର ଯେ ତା ଉପରୁ ମୋର ନଜର ହଟୁନାହିଁ ।
ସୂଚନା ମୁତାବକ ଅସୀମ ନିକଟରେ ହିମାଂଶୀଙ୍କ ମାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତା ସହିତ ନିକଟରେ ଆସୀମ ଓ ହିମାଂଶୀଙ୍କର ଏକ ନୂଆ ଆଲବମ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.