Below header

ରଜନୀକାନ୍ତଙ୍କ କରୋନା ସତର୍କତା ଭିଡିଓକୁ ହଟାଇଲା ଟ୍ଵିଟର, ଅସନ୍ତୋଷବ୍ୟକ୍ତ କରି ଫ୍ୟାନ୍‌ କରୁଛନ୍ତି ଏଭଳି କାମ

କରୋନା ଭାଇରସ୍‌ର ସଂକ୍ରମଣର ପ୍ରଭାବ କମ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲର ସମର୍ଥନ କରିଥିବା ମେଗା ଷ୍ଟାର ରଜନୀକାନ୍ତଙ୍କ ଭିଡିଓକୁ ଟ୍ଵିଟର ହଟାଇ ଦେଇଛି। ଏନେଇ ଜଣାପଡ଼ିବା ପରେ ଭାରତରେ #ShameOnTwitterIndia ଟ୍ରେଣ୍ଡ କରୁଛି।

rajnikanth3

ଶନିବାର ଦିନ ରଜନୀକାନ୍ତ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ମେଗାଷ୍ଟାର ଲୋକଙ୍କୁ ଜନତା କର୍ଫ୍ୟୁର ପାଳନ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ସମୟ ସକାଳ ୭ଟାରୁ ରାତି ୯ ଟା ଯାଏଁ ଘରେ ରହିବାକୁ ଅପିଲ କରିଥିଲେ। ରଜନୀକାନ୍ତ ଏହି ଭିଡିଓରେ ଆହୁରି ମଧ୍ୟ କହିଥିଲେ ଯେ ଜନତା କର୍ଫ୍ୟୁର ପାଳନ କରି ଦେଶର ଲୋକମାନେ ଇଟାଲୀ ଭଳି ସ୍ଥିତିରୁ ବର୍ତ୍ତିପାରିବେ ଓ କରୋନା ଭାଇରସ୍‌ର ତୃତୀୟ ଷ୍ଟେଜ୍‌ର ଆଶଙ୍କାକୁ ଦୂରେଇ ପାରିବେ।

Video Courtesy: Rajinikanth Official

ମାତ୍ର ଭିଡିଓଟିକୁ ଟ୍ଵିଟରର ଅଧିକାରୀମାନେ ନିଜ ତରଫରୁ ହଟାଇ ଦେଇଛନ୍ତି। ସେମାନଙ୍କ କହିବାନୁସାରେ ଭିଡିଓରେ ଗୋଟିଏ ତଥ୍ୟ ଭୁଲ ଥିଲା। ଭିଡିଓରେ କୁହାଯାଇଥିଲା ଯେ କରୋନା ଭାଇରସ୍‌ ମାତ୍ର ୧୪ ଘଣ୍ଟା ଜୀବିତ ରହିପାରେ। ଏହି ସୂଚନାକୁ ଭୁଲ ବୋଲି କହି ଟ୍ଵିଟର ହଟାଇ ଦେଇଛି।

ତେବେ ରଜନୀକାନ୍ତଙ୍କ ଏହି ଭିଡିଓକୁ ହଟାଇ ଦେବା ପରେ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ନାରାଜ ହୋଇଛନ୍ତି। ସେମାନେ ଟ୍ଵିଟରର ଭାରତୀୟ ଶାଖାଠାରୁ ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି। #ShameOnTwitterIndia ନାମକ ହ୍ୟାସ୍‌ଟ୍ୟାଗ୍‌ ଏବେ ଟ୍ରେଣ୍ଡ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.