ଉର୍ବଶୀ ରୌତେଲା କରିପାରନ୍ତି ରାଜନୀତିରେ ଏଣ୍ଟ୍ରି, ଜାଣନ୍ତୁ ଏହାକୁ ନେଇ କ’ଣ ରହିଛି ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ଉର୍ବଶୀ ରୌତେଲା ତାଙ୍କ ଫିଲ୍ମ ଅପେକ୍ଷା ପରର୍ସନାଲ ଲାଇଫ୍‌ ପାଇଁ ଅଧିକ ହେଡଲାଇନରେ ରହିଥାନ୍ତି । ନିକଟରେ ତାଙ୍କର ଏକ ବିବୃତ୍ତି ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ସୂଚାଇଛି । ତେବେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ଏକ ଅଫର ମିଳିଛି, ଏହାର ଅର୍ଥ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦିଆଯାଇଛି ।

ଆପଣମାନେ ତ ଜାଣିଥିବେ ଯେ ଉର୍ବଶୀ ରୌତେଲା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀର ଷ୍ଟାଇଲ୍ ଆଇକନ୍ । ତାଙ୍କ ଡ୍ରେସିଂ ସେନ୍ସ ଏବଂ ସୁନ୍ଦରତାର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ପ୍ରାୟତଃ ସୋସିଆଲ ମିଡିଆରେ ଉର୍ବଶୀ ଚର୍ଚ୍ଚାରେ ରହିଥାନ୍ତି । ତେବେ ଉର୍ବଶୀ ରୌତେଲା ତାଙ୍କ ଫିଲ୍ମ ଅପେକ୍ଷା ପରର୍ସନାଲ ଲାଇଫ୍‌ ପାଇଁ ଅଧିକ ହେଡଲାଇନରେ ରହିଥାନ୍ତି । ନିକଟରେ ତାଙ୍କର ଏକ ବିବୃତ୍ତି ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ସୂଚାଇଛି । ତେବେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ଏକ ଅଫର ମିଳିଛି, ଏହାର ଅର୍ଥ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦିଆଯାଇଛି ।
ସୂଚନା ଅନୁସାରେ, ଯେତେବେଳେ ଉର୍ବଶୀ ରୌତେଲାଙ୍କୁ ରାଜନୀତିରେ ତାଙ୍କର କେତେ ଆଗ୍ରହ ଅଛି ବୋଲି ପଚରାଯାଇଥିଲା ସେ ଉତ୍ତର ଦେଇଥିଲେ, ‘ମୁଁ ଟିକେଟ୍ ପାଇସାରିଛି, କିନ୍ତୁ ମୁଁ ନିର୍ବାଚନରେ ଲଢିବି କି ନାହିଁ ତାହା ସ୍ଥିର କରିନାହିଁ । ଏହା ସହ ସେ ଏପରି ମଧ୍ୟ କହିଛନ୍ତି ଯେ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ ଯେ ମୁଁ ରାଜନୀତିରେ ଆସୁଛି କି ନାହିଁ, କିନ୍ତୁ ମୁଁ ଆପଣଙ୍କ ମତାମତ ଜାଣିବାକୁ ଚାହେଁ । ଉର୍ବଶୀଙ୍କ ଏହି ବିବୃତ୍ତି ଶୁଣିବା ପରେ ପ୍ରଶଂସକମାନେ ଚକିତ ହୋଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ତେବେ ଅନେକ ଫ୍ୟାନ୍ସ କହିଛନ୍ତି ଯେ ସେ ରାଜନୀତିରେ ଏଣ୍ଟ୍ରି କରିବା ଉଚିତ୍ ନୁହେଁ, କେବଳ ତାଙ୍କ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ୍ ।

 

ସୋସିଆଲ ମିଡିଆରେ ଏହି ଖବର ଆସିବା ପରେ ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାରର ମତ ଦେବାରେ ଲାଗିଛନ୍ତି । ଯେପରି ଜଣେ ସୋସିଆଲ ମିଡିଆ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ରାଖୀ ସାୱନ୍ତ ଏହାଠାରୁ ଭଲ ଲାଗିବାକୁ ଆରମ୍ଭ କରିଛନ୍ତି’ । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ବର୍ତ୍ତମାନ ଦେଶର କ’ଣ ହେବ ?’ ଏହା ବ୍ୟତୀତ ଜଣେ ୟୁଜର ଲେଖିଛନ୍ତି, ନାହିଁ ଭଉଣୀ ତୁମେ ଯେଉଁଠି ଅଛ ସେଇଠି ରୁହ । ଲୋକମାନେ ଏହି ପରି ନିଜର ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଏହି ସବୁ କଥାରୁ ଜଣାପଡିଛି, ଯେ ଦର୍ଶକ ତାଙ୍କୁ ରଜନୀତିରେ ନୁହେଁ ବରଂ ଫିଲ୍ମରେ କାମ କରୁଥିବାର ଦେଖିବାକୁ ଚାହିଁଛନ୍ତି ।

 

ଯଦି ଉର୍ବଶୀଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବା, ତାହେଲେ ସେ ବବି ଦେଓଲ୍, ଦୁଲକିର୍ ସଲମାନ୍, ନନ୍ଦାମୁରୀ ବାଲକ୍ରିଷ୍ଣା ଏବଂ ସନ୍ନି ଦେଓଲ୍ ଏବଂ ସଞ୍ଜୟ ଦତ୍ତଙ୍କ ସହିତ ଫିଲ୍ମ ‘NBK109’ ଭଳି ପ୍ରୋଜେକ୍ଟରେ ନଜର ଆସିପାରନ୍ତି । ଏହା ବ୍ୟତୀତ ଉର୍ବଶୀଙ୍କୁ ଅପ୍‌କମିଂ ଫିଲ୍ମ ‘ଜେଏନୟୁ’ରେ ଦେଖିବାକୁ ମିଳିବ । ଯେଉଁଠାରେ ସେ ‘ଜାଲେବି’ ଫ୍ରେମ୍‌ ଜେସନ୍ ଡେରୁଲୋଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ଜଣେ କଲେଜ ନେତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଉର୍ବଶୀ ରୌତେଲା ଏହି ପରି ଅନେକ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.