Below header

ହଳଦିଆ ସାଢ଼ୀ ପିନ୍ଧା ଅଫିସର ପୁଣି ଟିକଟକରେ କଲେ ବୋବାଲ୍, ଦର୍ଶକ କହିଲେ ସପନା ଚୌଧୁରୀଙ୍କୁ ପକାଇଦେବେ ପଛରେ

ଲୋକସଭା ନିର୍ବାଚନରେ ଡ୍ୟୁଟିରେ ଯାଉଥିବା ଏକ ନିର୍ବାଚନ ଅଧିକାରୀ ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଥିଲେ। ହଳଦିଆ ସାଢ଼ୀ ପିନ୍ଧିଥିବା ମହିଳା ଅଧିକାରୀ ସବୁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଯାଇଥିଲେ। ନିର୍ବାଚନ ଡ୍ୟୁଟିରେ କାମ କରୁଥିବା ମହିଳା ପିଡବ୍ଲ୍ୟୁଡିର ଅଧିକାରୀ ରୀନା ଦ୍ବିବେଦୀ। ନିର୍ବାଚନ ପରେ ରୀନା ଦ୍ବିବେଦୀଙ୍କୁ ନେଇ ଲୋକଙ୍କର କ୍ରେଜ୍ ବଢ଼ିବାକୁ ଲାଗିଥିଲା।

କାରଣ ଟିକଟକରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ତାଙ୍କୁ ହରୀୟାଣୀ ଡ୍ୟାନସର ସପନା ଚୌଧୁରୀଙ୍କ କପି ବୋଲି କହୁଛନ୍ତି। ତାଙ୍କର ଏହି ଟିକଟକ ଭିଡିଓରେ ସେ ସବୁଜ ରଙ୍ଗର ସାଢ଼ୀ ପିନ୍ଧି ସପନା ଚୌଧୁରୀଙ୍କ ଭଳି ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ସପନାଙ୍କର ଫେମସ୍ ଗୀତ ‘ତେରୀ ଆଖ୍ୟା କା କାଜଲ’ରେ ରୀନା ଝୁମି ନାଚୁଛନ୍ତି।

ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି। ନିକଟରେ ଦେ ନିଜର ପ୍ରଥମ ଟିକଟକ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କୁହାଯାଉଛି ରୀନାଙ୍କୁ ଭୋଜପୁରୀ ଫିଲ୍ମର ଅଫର ମିଳିଥିବା ସତ୍ତ୍ବେ ସେ ଏହି ଅଫରକୁ ମନା କରିଦେଇଛନ୍ତି।

ଏହା ସହ ପଢ଼ନ୍ତୁ : ପୋଲିସ ବନାଇଲେ ସପନା ଚୌଧୁରୀଙ୍କ ଡ୍ୟାନ୍ସ ଭିଡିଓ, ଜାଣନ୍ତୁ କାରଣ

ରୀନାଙ୍କ ଜୀବନରେ ୬ ବର୍ଷ ପୂର୍ବେ ଏକ ଦୁର୍ଘଟଣା ଘଟିଥିଲା ଯାହା ତାଙ୍କ ଜୀବନକୁ ବଦଳାଇଦେଇଥିଲା। ଦୁର୍ଘଟଣାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଯାହା ପରେ ତାଙ୍କୁ ତାଙ୍କ ସ୍ବାମୀଙ୍କର ପିଡବ୍ଲ୍ୟୁଡି ଚାକିରୀ ମିଳିଥିଲା। ତାଙ୍କର ୧୩ ବର୍ଷର ଏକ ପୁଅ ମଧ୍ୟ ଅଛି।

https://www.facebook.com/reena.dwivedi.official/videos/1320677404767746/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.