Below header

ଜିମ୍‌ରେ ଝାଳ ବୁହାଇ ବୁହାଇ ପୁଣିଥରେ ଆଗ ଭଳି ଫିଟ୍‌ ହୋଇଗଲେ ୟୋ ୟୋ ହନି ସିଂହ, ସେୟାର କଲେ ଲାଟେଷ୍ଟ ଫଟୋ

ସିଙ୍ଗର ତଥା ରାପର ୟୋ ୟୋ ହନି ସିଂହଙ୍କ କ୍ରେଜ୍‌ ଏବେ ବି ବଜାୟ ରହିଛି। ଭାରତୀୟ ରାପରଙ୍କ ତାଲିକାରେ ହନି ସିଂହ ଟପ୍‌ ୫ ଜଣଙ୍କ ମଧ୍ୟରୁ ଜଣେ। କିନ୍ତୁ ଗତ କିଛି ଦିନ ହେଲାଣି ହନି ସିଂହ ନିଜ ଗୀତ ଯୋଗୁ ଯେତିକି ଚର୍ଚ୍ଚାରେ ନଥିଲେ, ତା’ଠୁ ଅଧିକ ଚର୍ଚ୍ଚାରେ ଥିଲେ ବ୍ୟକ୍ତିଗତ ଜୀବନ ଯୋଗୁ। କିନ୍ତୁ ବର୍ତ୍ତମାନ ସବୁ ବିବାଦଠାରୁ ଦୂରକୁ ଯାଇ ନିଜ ଉପରେ ଧ୍ୟାନ ଦେଉଛନ୍ତି ହନି ସିଂହ। ନିକଟରେ ସେ ନିଜର ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ହନି ସିଂହ ଏବେ ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଉଛନ୍ତି। ଶୁକ୍ରବାର ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଚକିତ ହୋଇଯାଇଛନ୍ତି। ଫଟୋରେ ହନି ସିଂହ ପୁରୁଣା ଗେଟ୍‌ ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ଓଜନ ଆଶ୍ଚର୍ଯ୍ୟ ଜନକ ଭାବେ କମ୍‌ କରି ନେଇଛନ୍ତି। ହନି ସିଂହ ଏବେ ଫ୍ୟାଟ୍‌ରୁ ଫିଟ୍‌ ହୋଇଯାଇଛନ୍ତି। ତାଙ୍କ ବଡି ଟ୍ରାନ୍ସଫର୍ମେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ନଜର ପକାନ୍ତୁ:

 

View this post on Instagram

 

A post shared by Yo Yo Honey Singh (@yoyohoneysingh)

ହନି ସିଂହଙ୍କ ଫଟୋରେ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି- ୟୋ ୟୋ ପୁଣି ଆସିଗଲେ, ବାଦଶାହ ଏବେ ତୁମର କଣ ହେବ?
ଏଭଳି ଅନେକ ୟୁଜର ହନି ସିଂହଙ୍କ ଟ୍ରାନ୍ସଫର୍ମେସନ୍‌କୁ ପ୍ରଶଂସା କରୁଛନ୍ତି। ଫଟୋ ସହ ହନି ସିଂହ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଛନ୍ତି। ଏହା ତାଙ୍କ ହାଇଦ୍ରାବାଦ ନାଇଟ୍‌ ଶୋ’ର। ଭିଡିଓରେ ହନି ସିଂହ ପୂର୍ବାପେକ୍ଷା ଅଧିକ ଫିଟ୍‌ ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.