କରୋନାରୁ ସୁସ୍ଥ ହେବା ପରେ ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ, ନଚେତ ପୁଣିଥରେ ଆକ୍ରାନ୍ତ ହୋଇପାରନ୍ତି

ଦେଶରେ ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି। କରୋନାର ନୂଆ ରୂପ ଓମିକ୍ରନ ଭାରିଏଣ୍ଟ ବେଶ୍‌ ଘାତକ ସାଜିଛି।  ତେବେ କରୋନାରୁ ସୁସ୍ଥ ହେବା ପରେ ବି ଆପଣ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ଯଦି କୌଣସି ପୁରୁଣା ରୋଗ କିମ୍ବା ଅନ୍ୟ ସମସ୍ୟା ଥାଏ, ତେବେ ସୁସ୍ଥ ହେବା ପରେ ତାହା ଲେଉଥିବା ଆଶଙ୍କା ରହିଛି। ଏମିତିରେ କରୋନାରୁ ଠିକ୍‌ ହେଉଥିବା ଲୋକ ସତର୍କ ରହିବା ଜରୁରୀ। ଏଥିପାଇଁ କରୋନାରୁ ଠିକ୍‌ ହେବା ପରେ କିଛି ଅଭ୍ୟାସ ଆମକୁ ବଦଳାଇବାକୁ ପଡିବ। ଯାହା ଫଳରେ ଆଉ ସଂକ୍ରମିତ ହେବାକୁ ଭୟ ନଥିବ। କରୋନାରୁ ସୁସ୍ଥ ହେବା ପରେ ଅନେକ ଲୋକଙ୍କ ଠାରେ ମୁଣ୍ଡ ବିନ୍ଧା, ଥକାପଣ ଆଦି ସମସ୍ୟା ଦେଖାଯାଉଛି।

ତେବେ କରୋନାରୁ ସୁସ୍ଥ ହେବା ପରେ କେଉଁ ଅଭ୍ୟାସ ବଦଳାଇବା ନିତାନ୍ତ ଆବଶ୍ୟକ। ତେବେ ଜାଣନ୍ତୁ କେଉଁ ଅଭ୍ୟାସ ବଦଳାଇବେ ?

ଟୁଥବ୍ରଶ ବଦଳାନ୍ତୁ:

କରୋନା ହେବା ପୂର୍ବରୁ ଆପଣ ଯେଉଁ ବ୍ରଶକୁ ବ୍ୟବହାର କରୁଥିଲେ, ତାହାକୁ କରୋନା ଭଲ ହେବା ପରେ ଆଉ ବ୍ୟବହାର କରନ୍ତୁ ନାହିଁ। ବିଶେଷଜ୍ଞଙ୍କ ମୁତାବକ, କରୋନା ଭାଇରସ ପ୍ଲାଷ୍ଟିକ ଜିନିଷରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ। ଯଦି ଆପଣ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଚନ୍ତି, ତେବେ ପୁରୁଣା ଟୁଥବ୍ରଶକୁ ନିଶ୍ଚିତ ବଦଳାନ୍ତୁ। ଏମିତି କଲେ ଆପଣ ପୁଣି ଥରେ ସଂକ୍ରମିତ ହେବାରୁ ବର୍ତ୍ତି ପାରିବେ।

brush

ଜିଭ ଛେଲିବା ପାତିଆ ବଦଳାନ୍ତୁ:

କେବଳ ବ୍ରଶ ନୁହେଁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆପଣଙ୍କ ଜିଭ ଛେଲିବା ପାତିଆ ନିଶ୍ଚିତ ବଦଳାନ୍ତୁ। ଏହାସହିତ ପୁରୁଣା ଟାେଓ୍ଵଲ, ରୁମାଲ ଇତ୍ୟାଦିର ବ୍ୟବହାର କରନ୍ତୁ ନାହିଁ। ଏମିତି ଜିନିଷ ଉପରେ ଧ୍ୟାନ ରଖିବା ଦ୍ୱାରା ଆପଣ ନିଶ୍ଚିତ ସଂକ୍ରମଣରୁ ବଞ୍ଚିପାରିବେ।

ଭଲଭାବେ ଦାନ୍ତକୁ ବ୍ରଶ କରନ୍ତୁ:

କରୋନାରୁ ସୁସ୍ଥ ହେବା ପରେ ଦାନ୍ତକୁ ବ୍ରଶ କରିବା ପୂର୍ବରୁ ହାତକୁ ଭଲଭାବେ ଧୁଅନ୍ତୁ। ଏହାଛଡା ଦିନକୁ ଦୁଇଥର ବ୍ରଶ କରିବା ସହିତ ଜିଭକୁ ଭଲଭାବେ ସଫା କରନ୍ତୁ। ଏମିତି କରିବା ଦ୍ୱାରା ଆପଣ ସଂକ୍ରମଣ ବଢିବାରୁ ନିଜକୁ ରକ୍ଷା କରିପାରିବେ ଏବଂ ସୁରକ୍ଷିତ ରହିବେ। ଏହା ସହିତ ନିଜ ଡାଏଟ୍‌ରେ ସବୁବେଳେ ପନିପରିବାକୁ ରଖନ୍ତୁ, ମାସ୍କ ଲଗାନ୍ତୁ।