ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ଯ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଅଭିନବ ଉପାୟରେ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା ।ଏଭଳି ଲୁଟ୍‌ ହୋଇଛି ନୟାପଲ୍ଲୀ IRC ଭିଲେଜ ଅଞ୍ଚଳରେ ।

ଗତକାଲି ଦିନ ବେଳା ଦୋକାନୀ ଆଖିରେ ଧୂଳି ଦେଇ ୩ ଜଣ ଲୁଟେରା ଲୁଟିନେଲେ ଟଙ୍କା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ଲୁଟ୍‌ ବେଳର ସମସ୍ତ ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ସିସିଟିଭ ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.