ଗ୍ରୀଷ୍ମରେ ମୁଗ ଡାଲି ଖାଇବା ଦ୍ୱାରା ହାଇ କୋଲେଷ୍ଟ୍ରଲ ଓ ବିପି ଭଳି ଅନେକ ରୋଗ ରହିବ ନିୟନ୍ତ୍ରଣ, ଜାଣନ୍ତୁ ଏହାର ଫାଇଦା

ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସବୁଠାରୁ ପୁଷ୍ଟିକର ଡାଲି ଭାବରେ ବିବେଚନା କରାଯାଏ । ତେବେ କିଛି ଲୋକ ମୁଗ ଡାଲକୁ ଶରୀର ପାଇଁ ଯାଦୁ ବୋଲି କହିଥାନ୍ତି । ମୁଗ ଡାଲି ଖରାପ କୋଲେଷ୍ଟ୍ରଲ କମ୍‌ କରିବାରେ ଏବଂ ହାଇ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଅଧିକାଂଶ ଲୋକଙ୍କ ଘରେ ମଧ୍ୟାହ୍ନ ଭୋଜନରେ ଡାଲି ଅନ୍ତର୍ଭୁକ୍ତ ରହିଥାଏ । ତେବେ ମସୁର ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତଥାପି ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଡାଲି ସଠିକ୍‌ ପରିମାଣରେ ଖାଇବା ଉଚିତ୍ । ଆପଣମାନେ ମୁଗ ଡାଲିର ଫାଇଦା ବିଷୟରେ ଜାଣିଥିବେ, ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସବୁଠାରୁ ପୁଷ୍ଟିକର ଡାଲି ଭାବରେ ବିବେଚନା କରାଯାଏ । ତେବେ କିଛି ଲୋକ ମୁଗ ଡାଲକୁ ଶରୀର ପାଇଁ ଯାଦୁ ବୋଲି କହିଥାନ୍ତି । ଏହି ଡାଲ ଲୁ ଜନିତ ବିପଦକୁ କମ୍‌ କରିଥାଏ ଏବଂ ଖାଦ୍ୟକୁ ଅତି ସହଜରେ ହଜମ କରାଇଥାଏ । ମୁଗ ଡାଲି ଖରାପ କୋଲେଷ୍ଟ୍ରଲ କମ୍‌ କରିବାରେ ଏବଂ ହାଇ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୁଗ ଡାଲି ଖାଇବା ଶରୀରକୁ ତୁରନ୍ତ ଏନର୍ଜି ଯୋଗାଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ମୁଗ ଡାଲି କାହିଁକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ?

ଜାଣନ୍ତୁ ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଭଲ ?
ଆୟୁର୍ବେଦରେ ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଅସୁସ୍ଥ ହେଲେ ଡାକ୍ତରମାନେ ପ୍ରଥମେ ପରାମର୍ଶ ଦିଅନ୍ତି ଯେ ମୁଗ ଡାଲି ଖିଚିଡି କିମ୍ବା ସୁପ୍ ପିଇବା ପାଇଁ କହିଥାନ୍ତି । ଏହାର କାରଣ ହେଉଛି ଏହି ଡାଲି ପେଟ ପାଇଁ ଏବଂ ଖାଦ୍ୟ ହଜମ କରାଇବା ପାଇଁ ବହୁତ ଭଲ ହୋଇଥାଏ । ମୁଗ ଡାଲି ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟରେ ଗ୍ୟାସ୍, ପେଟ ଫୁଲିବା ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ । ମୁଗ ଡାଲି ବହୁତ ହାଲୁକା ହୋଇଥାଏ । ତେବେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ବ୍ୟତୀତ ମୁଗ ଡାଲିରେ କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ C ମଧ୍ୟ ରହିଥାଏ ।

ଡାଏଟିସିଆନ୍‌ଙ୍କ ଅନୁଯାୟୀ, ମୁଗ ଡାଲି ଖାଇବା ଶରୀରକୁ ପ୍ରୋଟିନ୍ ଯୋଗାଇଥାଏ ଏବଂ ଏଥିରେ ବହୁତ କମ୍ ଫ୍ୟାଟ୍‌ ମିଳିଥାଏ । ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ କମ କରିବାରେ ମୁଗ ଡାଲି ସାହାଯ୍ୟ କରିଥାଏ । ଯେଉଁଥିପାଇଁ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିପାରେ । ଯଦି ଆପଣ ଏହି ଡାଲିକୁ କେବଳ ଫୁଟାଇ ଖାଆନ୍ତି ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ ।

ମୁଗ ଡାଲିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫାଇବର ଥାଏ ଯାହା ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୁଗ ଡାଲ ଖାଇବା ଦ୍ୱାରା ବ୍ଲଡ ବେଲ୍ସଗୁଡ଼ିକ ସୁରୁଖୁରୁରେ କାମ କରେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ । ମୁଗ ଡାଲି ମସ୍ତିଷ୍କକୁ ଥଣ୍ଡା କରିବାରେ ମଧ୍ୟ ସାହାଯ୍ୟ କରେ ।

ମୁଗ ଡାଲି ମଧ୍ୟ ଅନ୍ତନଳୀ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ ଏବଂ ଏହି ଡାଲିରେ ଥିବା ଫାଇବର ପେଟକୁ ଭଲ ରଖିଥାଏ । ଏହି କାରଣରୁ କ୍ଷତିକାରକ ଜୀବାଣୁ ଅନ୍ତନଳୀରେ ବଢନ୍ତି ନାହିଁ ।

ମୁଗ ଡାଲି ଖାଇବା ଓଜନ କମ୍‌ କରିବାରେ ସାହାଯ୍ୟ କରେ । ଏହି ଡାଲି ଫାଇବରରେ ଭରପୂର ହୋଇଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଅନ୍ୟ ଡାଲି ତୁଳନାରେ ସହଜରେ ହଜମ ହୋଇଯାଏ । ମୁଗ ଡାଲି ଖାଇବା ଦ୍ୱାରା ଫ୍ଲାଟୁଲେନ୍ସ, ଗ୍ୟାସ୍ ଏବଂ ପେଟ ଫୁଲିବା ଭଳି ଅନେକ ସମସ୍ୟା ଦୂର ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.