ଖରା ଦିନେ ପିଅନ୍ତୁ ଆଖୁ ରସ, କର୍କଟ ଠାରୁ ଆରମ୍ଭ କରି ମଧୁମେହ ଯାଏଁ ସବୁ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ

ଚଳିତ ବର୍ଷ ଖରାର ପ୍ରକୋପ କଥା ନକହିବା ଭଲ । ତା ସାଙ୍ଗକୁ ମହାମାରୀର ଆତଙ୍କ। ଯେମିତି ସାଧାରଣରେ ବଞ୍ଚିବା ମୁସ୍କିଲ୍ କରିଦେଉଛି । ଖାସ୍ ଖରା ଦିନେ ଲୋକମାନେ ବାହାରୁ ବୁଲିକି ଯିବା ସମୟରେ କିମ୍ବା ଘରେ ଥିବା ସମୟରେ କିଛି ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ଯେପରି କୋଲ୍ଡ ଡ୍ରିଙ୍ଗସ୍, ଆଖୁର ରସ, ପଇଡ ପାଣି ଇତ୍ଯାଦି। ଏସବୁ ଭିତରେ ଆଖୁର ରସକୁ ପିଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ଆଉ ଏଥରୁ ମଧ୍ଯ ଖୁବ୍ ଫାଇଦା ମିଳୁଥାଏ।

ତେବେ ଆଜି ଆମେ ଖରା ଦିନେ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ :

୧. ଆଖୁର ରସ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ।

୨. ଏଥିରେ ପୋଟାସିୟମ୍‌, କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ୍‌ ଏବଂ ଆଇରନର ମାତ୍ରା ଅଧିକ ରହିଥାଏ । ଯାହା ଶରୀରକୁ କର୍କଟ ରୋଗରୁ ରକ୍ଷା କରିଥାଏ । ଏହା ଶରୀରକୁ ପ୍ରୋଷ୍ଟେଟ୍‌ ଏବଂ ସ୍ତନ କର୍କଟରୁ ରକ୍ଷା କରିଥାଏ ।

୩. ଆଖୁର ରସ ପିଇବା ଦ୍ୱାରା  ଓଜନ କମ୍‌ ହୋଇଥାଏ । ମୋଟାପଣର ଶିକାର ଥିବା ଲୋକେ ଏହାକୁ ପିଇ ପାରିବେ ।

Sugarcane୪.ଆଖୁର ରସ ମିଠା ଥିଲେ ମଧ୍ୟ ଏଥିରେ ପ୍ରାକୃତିକ ମିଠା ରହିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

୫.ଆଖୁ ରସରେ କୋଲେଷ୍ଟ୍ରଲ କମ୍ ଥାଏ ।

୬-ଆଖୁ ରସ ହୃଦୟରେ ଜମିଥିବା ଫ୍ୟାଟ୍‌କୁ ଜମିବାକୁ ଦେଇ ନଥାଏ । ଯାହାଦ୍ୱରା ହାର୍ଟ ଆଟାକ୍ ହେବାର ଆଶଙ୍କା ଦେଖା ଯାଇନଥାଏ ।

୭- ଆଖୁର ରସରେ ପାଖାପାଖି ୧୧୧କ୍ୟାଲୋରୀ, ୨୭ଗ୍ରାମ କାର୍ବୋହାଇଡ୍ରେଟ୍‌, ୦.୨୭ଗ୍ରାମ୍‌ ପ୍ରୋଟିନ୍‌ ଏବଂ ୧୩ଗ୍ରାମ୍‌ ଡାଏଟ୍ରୀ ଫାଇବର ରହିଥାଏ । ଖାଲି ସେତିକି ନୁହେଁ, ଏହା ସହିତ ଏଥିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଇତ୍ୟାଦି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.