Below header

ଜାଣନ୍ତୁ କ’ଣ କ୍ୟାନସରର ପ୍ରାରମ୍ଭିକ ୭ ଲକ୍ଷଣ, ଯାହାକୁ ଅଣଦେଖା କରନ୍ତି ଲୋକେ

କ୍ୟାନ୍‌ସର ବା କର୍କଟ ଅତି ଭୟଙ୍କର ରୋଗ । ପ୍ରାରମ୍ଭିକ ଅବସ୍ଥାରେ ଯଦି ଏହାକୁ ଚିହ୍ନଟ କରାନଗଲା ତାହାଲେ ଜୀବନ ଯିବାର ଅଧିକ ଆଶଙ୍କା ଥାଏ । କ୍ୟାନ୍‌ସର ଏପରି ରୋଗ ଯାହା ଶରୀରରେ ଧିରେ ଧିରେ କାବୁ କରିଦେଇଥାଏ । ସାଧାରଣତଃ କ୍ୟାନ୍‌ସର ଶେଷ ଷ୍ଟେଜରେ ଲକ୍ଷଣ ପ୍ରକାଶ କରିଥାଏ । ଯଦ୍ୱାରା ରୋଗୀ ପାଇଁ ବହୁତ ବିଳମ୍ବ ହୋଇଯାଇଥାଏ । ତେଣୁ ଏଥିପ୍ରତି ପ୍ରଥମରୁ ସଜାଗ ହୋଇପାରିଲେ ଏହି ରୋଗ ଠାରୁ ବୀଜୟ ପାଇ ହେବ । ଆସନ୍ତୁ ଜାଣିବା କ୍ୟାନ୍‌ସରର ପ୍ରାରମ୍ଭିକ ୭ ଲକ୍ଷଣ ।

କ୍ୟାନ୍‌ସରର ପ୍ରାରମ୍ଭିକ ୭ ଲକ୍ଷଣ :

୧. ଶରୀରରେ କୌଣସି ବି ସ୍ଥାନରେ ଦୀର୍ଘ ସମୟ ଦରଜ ରହିବା । ଔଷଧ କାମ ନକରିବା । ଦୀର୍ଘ ସମୟ ଧରି ଛାତି, ଫୁସଫୁସ୍‌ ଆଦି ସ୍ଥାନରେ ଦରଜ ହେଲେ ତୁରନ୍ତ ପରୀକ୍ଷା କରିବା ଉଚିତ୍‌ ।

୨. ଦୀର୍ଘ ସମୟ ଧରି କାଶ ରହିବା ଓ କାଶରେ କଫ ଓ ରକ୍ତ ପଡ଼ିବା ।

୩. ମୁତ୍ରାଶୟ ବା ପରିସ୍ରା ସହ ଜଡିତ କିଛି ରୋଗ ହେଲେ ଯାଞ୍ଚ ଜରୁରୀ । ପରିଶ୍ରାରେ ରକ୍ତ ପଡ଼ିବା ଏକ ଗମ୍ଭୀର ସମସ୍ୟା ଭାବେ ଧରିବାକୁ ହେବ ।

୪. ମହିଳାଙ୍କ ମେନୋପଜ ପରେ ନିୟମିତ ଯାଞ୍ଚ ଜରୁରୀ । ମେନୋପଜ ପରେ ବ୍ଲିଡିଂ ହେବା ସାଧାରଣ ନୁହେଁ ।

୫. ବିନା କିଛି କାରଣରେ ଓଜନ କମିଯିବା ମଧ୍ୟ ଚିନ୍ତାଜନକ । ତେଣୁ ଆପଣଙ୍କ ଶରୀରରେ କିଛି ଗମ୍ଭୀର ସମସ୍ୟା ଅଛି ବୋଲି ଧରିବାକୁ ହେବ ।

୬. ପେଟରେ ବାରମ୍ବାର କୌଣସି ସମସ୍ୟା ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

୭. ଦୀର୍ଘ ସମୟ ଧରି ଲଗାତାର ଥକ୍କା ଲାଗିବା । ଭଲ ଖାଦ୍ୟ ନେବା ପରେ ମଧ୍ୟ ଥକ୍କା ଲାଗିବା କ୍ୟାନ୍‌ସର କାରଣ ହୋଇପାରେ । ଅତ୍ୟଧିକ କାମ ପରେ ଥକ୍କା ଲାଗିବା ସ୍ୱାଭାବିକ୍‌ । ହେଲେ ବିନା କିଛି କାରଣରେ ଥକ୍କା ଲାଗିବା ଚିନ୍ତାଜନକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.