କେନ୍ଦ୍ରରୁ ମିଳିଲା ଗ୍ରୀନ ସିଗନାଲ୍, ଗର୍ଭବତୀ ନେଇପାରିବେ କରୋନା ଟିକା

କେନ୍ୟୁଜ୍(ବ୍ୟୁରୋ):  ଗର୍ଭବତୀ ନେଇପାରିବେ କରୋନା ଟିକା । ବିଭିନ୍ନ ପରୀକ୍ଷା ଓ ତର୍ଜମା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅଫଲାଇନ ଓ ଅନଲାଇନ ପଞ୍ଜୀକରଣ ପଦ୍ଧତିରେ ଟିକାର ଡୋଜ୍‌ ନେଇପାରିବେ । ଗର୍ଭବତୀମାନେ ଚାହିଁଲେ କୋୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ । ନଚେତେ ଟିକାକରଣ କେନ୍ଦ୍ରକୁ ସିଧାସଳଖ ଯାଇ ପଞ୍ଜୀକରଣ କରି ଟିକାର ଡୋଜ୍‌ ନେଇପାରିବେ । ସାଧାରଣ ଲୋକଙ୍କ ପାଇଁ ଯେଉଁ ସବୁ ନିୟମ ଲାଗୁ ହେଉଛି, ଗର୍ଭବତୀଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହେବ ।

ଗତ ମାସରୁ ସ୍ତନ ପାନ କରାଉଥିବା ମହିଳାଙ୍କୁ କରୋନା ଟିକାର ଡୋଜ୍‌ ନେବାକୁ ସରକାର ଅନୁମତି ଦେଇଥିଲେ । ତେବେ ସୁରକ୍ଷା ଓ ତଥ୍ୟ ଅଭାବରରୁ ଗର୍ଭବତୀଙ୍କ ଟିକାକରଣ ପାଇଁ ଅନୁମତି ମିଳି ନଥିଲା । ଗର୍ଭବତୀଙ୍କ ପ୍ରତି ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ବିଶେଷଜ୍ଞମାନେ ସେମାନଙ୍କର ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ସରକାର ସବୁ ଦିଗକୁ ବିଚାର କରିବା ପରେ ଗର୍ଭବତୀଙ୍କୁ ଟିକାର ଡୋଜ୍‌ ନେବାକୁ ଅନୁମତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.