ଥାୟରଏଡ୍‌ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ନଡ଼ିଆ ଲଡୁ, ଘରେ ଏମିତି ହିଁ ବନାନ୍ତୁ

ବେସନ ଲଡ଼ୁ ହେଉ କି ଖୁଆ ଲଡ଼ୁ, ଲଡ଼ୁ ଦେଖିଲେ ହିଁ ସମସ୍ତଙ୍କ ପାଟିରୁ ଲାଳ ବାହାରି ଆସେ। କିନ୍ତୁ ଯଦି ଆପଣଙ୍କର ଥାୟରଏଡ୍‌ ସମସ୍ୟା ଅଛି, ତ ଏହି ଲଡ଼ୁ ବଦଳରେ ଆପଣ ନଡ଼ିଆ ଲଡ଼ୁ ଖାଇ ପାରିବେ। ଏହା ଥାୟରଏଡ୍‌କୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆ ଲଡ଼ୁକୁ କଞ୍ଚା ନଚେତ୍‌ ଶୁଖିଲା ନଡ଼ିଆ କୋରାରେ ପ୍ରସ୍ତୁତ କରାଯାଇ ପାରିବ। ନଡ଼ିଆ ଆପଣଙ୍କ ଶରୀରର ମେଟାବଲିଜମ୍‌ ସ୍ତରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ, ଯେଉଁଥିରୁ ଥାୟରଏଡ୍‌ କଣ୍ଟ୍ରୋଲ କରିବାରେ ସହାୟତା ମିଳିଥାଏ। ଆଜି ଆମେ ନଡ଼ିଆ ଲଡୁ ବନାଇବାର ପ୍ରଣାଳୀ ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ

-ଦେଢ଼ କପ୍‌ ନଡ଼ିଆ କୋରା

-୨ ଚାମଚ ଘିଅ

-୧ କପ୍‌ କ୍ଷୀର

-ମିଠାପଣ ପାଇଁ ଅଳ୍ପ ଚିନି

-ଅଳ୍ପ ଗୁଜୁରାତି ଗୁଣ୍ଡ

ବନାଇବାର ବିଧି

ପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ନଡ଼ିଆ କୋରା ପକାଇ କିଛି ସମୟ ପାଇଁ ହାଲୁକା ଭାଜି ନିଅନ୍ତୁ। ଏହାପରେ ସେଥିରେ କ୍ଷୀର ମିଶାଇ ଆଉ କିଛି ସମୟ ରାନ୍ଧନ୍ତୁ। ଏବେ ଚିନି ପକାଇ ମିଶାନ୍ତୁ। ଯେତେବେଳେ ଚିନି ନଡ଼ିଆରେ ଭଲ ଭାବେ ମିଶିଯିବ, ତ ସେଥିରେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ ଏବଂ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ ନିଜ ହାତ ସାହାଯ୍ୟରେ ନେଇ ଲଡୁ ତିଆରି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନଡ଼ିଆ ଲଡୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.