ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦଙ୍କୁ ୬କୋଟି ଟଙ୍କା ସହ ମିଳିଲା ଗ୍ରୁପ ‘ଏ’ ସରକାରୀ ଚାକିରି

ଭୁବନେଶ୍ୱର(କେନ୍ୟୁଜ): ପ୍ରମୋଦ ଭଗତଙ୍କୁ ରାଜ୍ୟ ସରକାରଙ୍କ ୬କୋଟିର ପୁରସ୍କାର ଘୋଷଣା। ଟୋକିଓ ପାରା ଅଲିମ୍ପିକ୍‌ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତଙ୍କୁ ୬କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୬କୋଟିର ଚେକ୍‌ ପ୍ରଦାନ କରିବେ। ଏହା ସହ ସରକାରୀ ଚାକିରିରେ ତାଙ୍କୁ ଗ୍ରୁପ ଏ ଲେବଲର ଚାକିରି ମଧ୍ୟ ପ୍ରଦାନ କରାଯିବ।

କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରୋତ୍ସାହନ ଯୋଗାଇ ଦେଇ ଆସିଛନ୍ତି। ପୂର୍ବରୁ ଅଲିମ୍ପିକ୍‌ସ ଓ ପାରା ଅଲିମ୍ପିକ୍‌ସରେ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର। ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ରୌପ୍ୟ ପଦକ ବିଜେତାଙ୍କୁ ୪ କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ଅଢେଇ କୋଟିର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.