ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡି ଖାଇବା ଲାଭଦାୟକ, ଏହି ୩ଟି ଉପାୟରେ ଖାଆନ୍ତୁ ମିଳିବ ଅନେକ ଫାଇଦା

ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ, ଆପଣଙ୍କ ଖାଦ୍ୟରେ ମିଠାକୁ ଯଥାସମ୍ଭବ ବ୍ୟବହାର କରିବା କମ୍‌ କରନ୍ତୁ । ତେବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।

ଆଜିକାଲି ଦେଶରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । କେବଳ ବୃଦ୍ଧ ବ୍ୟକ୍ତି ନୁହଁନ୍ତି ବରଂ କମ୍‌ ବୟସର ପିଲାମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ତେବେ ଡାଇବେଟିସ୍‌ ଯୋଗୁ ଲୋକମାନେ ଅନ୍ୟ ଗୁରୁତର ରୋଗର ଶିକାର ମଧ୍ୟ ହେଉଛନ୍ତି । ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ, ଆପଣଙ୍କୁ ନିଜ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାକୁ ପଡିବ । ତେବେ ଆପଣଙ୍କୁ ନିଜ ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ, ଔଷଧ ସହିତ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ । ଯଦି ଆପଣ ଏହାକୁ ଠିକ୍ ସମୟରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହେଉ ନାହାନ୍ତି, ତେବେ ଆପଣଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ, ଆପଣଙ୍କ ଖାଦ୍ୟରେ ମିଠାକୁ ଯଥାସମ୍ଭବ ବ୍ୟବହାର କରିବା କମ୍‌ କରନ୍ତୁ । ତେବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ କାକୁଡିରେ ଥିବା ଫାଇବର ଆପଣଙ୍କ ସ୍ଲୋ ମେଟାବୋଲିଜିମ୍ କୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ । ତାହେଲେ ଆସନ୍ତୁ ଜାଣିବା ଯେ ଡାଇବେଟିସ୍‌ ରୋଗୀମାନେ ନିଜ ଖାଦ୍ୟରେ କାକୁଡି କେଉଁ ସବୁ ଉପାୟରେ ସାମିଲ କରିପାରିବେ ।

 

ଏହିପରି ଖାଦ୍ୟରେ କାକୁଡି ବ୍ୟବହାର କରନ୍ତୁ :
କାକୁଡିର ସୁପ୍ : କୁହାଯାଏ କାକୁଡି ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ଆସନ୍ତୁ ଜାଣିବା ଯେ କେଉଁ ଉପାୟରେ କାକୁଡି ଖାଦ୍ୟରେ ସାମିଲ କରିବେ । ସର୍ବପ୍ରଥମେ କାକୁଡି କାଟି ଦିଅନ୍ତୁ ଏବଂ ତାପରେ ସେଥିରେ ୩ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହା ପରେ ଗ୍ରାଇଣ୍ଡରରେ ଏକ ଛୋଟ ପିଆଜ, କିଛି ରସୁଣ, ୪ ଚାମଚ ଅଲିଭ୍ ଅଏଲେ, ଅଧା କପ୍ ଧନିଆ, ଗୋଟିଏ ଚାମଚ ଜିରା, ଲୁଣ ଏବଂ ଲଙ୍କା ପାଉଡର ଏବଂ କଟା କାକୁଡି ମିଶାଇ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ । ତାପରେ ଏକ ବଡ ପାତ୍ରରେ ଏହି ପେଷ୍ଟ ବାହାର କରନ୍ତୁ । ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ ବସାଇ ସେଥିରେ ରସୁଣ ଏବଂ ଲଙ୍କାକୁ ଗରମ କରନ୍ତୁ, ତାପରେ ପାଣି ମିଶାନ୍ତୁ ଏବଂ ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବା, ସେଥିରେ ଏହି ପେଷ୍ଟ ମିଶାନ୍ତୁ । ଏହାପରେ ଦେଖିବେ ସେହି ସୁପ୍ ପ୍ରସ୍ତୁତ ହୋଇଯିବ । ତେବେ ଏହାକୁ ଖାଇବା ଦ୍ୱାରା କେବଳ ଡାଇବେଟିସ୍ ନିୟନ୍ତ୍ରଣରେ ରହିବ ନାହିଁ ବରଂ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ ।

 

କାକୁଡି ସାଲାଡ୍ : ଯଦି ଆପଣ କାକୁଡି ପସନ୍ଦ କରନ୍ତି ତେବେ ଆପଣ ନିଜ ଖାଦ୍ୟରେ କାକୁଡି ସାଲାଡ୍ ଅନ୍ତର୍ଭୁକ୍ତ କରିପାରିବେ । ଆପଣ ଏହାକୁ ପ୍ରତିଦିନ ଖାଇପାରିବେ । ସାଲାଡ ଆପଣଙ୍କୁ କେବଳ ଭିଟାମିନ୍ ଏବଂ ପ୍ରୋଟିନ୍ ଦେଇନଥାଏ ବରଂ ଏହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

 

କାକୁଡି ରାଇତା : ଯଦି ଆପଣ ଜଣେ ଡାଇବେଟିସ୍‌ ରୋଗୀ ତେବେ ଆପଣ ନିଜ ଖାଦ୍ୟରେ କାକୁଡି ରାଇତା ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ କାକୁଡିକୁ ଛୋଟ ଛୋଟ ପିସ୍‌ରେ କାଟି ଦହିରେ ସହିତ ମିଶାନ୍ତୁ । ଏହା ପରେ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲଙ୍କା ପାଉଡର ମିଶାନ୍ତୁ । ତେବେ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ ଏବଂ ଆପଣଙ୍କ ଓଜନ ମଧ୍ୟ କମ୍‌ ରହିବ । ସେଥିପାଇଁ ଆପଣ ନିଜ ପ୍ରତିଦିନ ଡାଏଟ୍‌ରେ କାକୁଡିକୁ ଏହି ୩ଟି ଉପାୟରେ ସାମିଲି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.