ଖତରନାକ ରୋଗରୁ ମୁକ୍ତି ଦିଏ ଜୀରା, ଜାଣନ୍ତୁ ଏହାର ଫାଇଦା

କୌଣସି ବି ତରକାରୀକୁ ଛୁଙ୍କ ଦେବା ପାଇଁ ଜୀରାକୁ ଖାସ କରି ବ୍ୟବହାର କରାଯାଏ। ଏହା ଖାଇବାର ସ୍ୱାଦକୁ ବଢ଼ାଇବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ସକାଳୁ ଖାଲି ପେଟରେ ଜୀରାକୁ ପାଣି ସହିତ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ। ଏହାଦ୍ୱାରା ବ୍ଲଡପ୍ରେସର ନିୟନ୍ତ୍ରଣରେ ରହିବା ସହିତ ହୃଦୟ ସହ ଜଡିତ ରୋଗର ଭୟକୁ କମ୍‌ କରିଥାଏ।

ଜୀରା ସ୍ବାସ୍ଥ୍ୟ ପାଇଁ ଏକ ଭଲ ବିକଳ୍ପ ଅଟେ। ଏହା ଓଜନ କମାଇବାରେ ଖୁବ୍ ସାହାୟକ ହୋଇଥାଏ। ନିୟମିତ ଜୀରା ସେବନ କଲେ ପେଟ କମିବା ସହ ଶରୀରର ଓଜନ ମଧ୍ୟ କମିବାରେ ହୋଇଥାଏ। ଏହା ବ୍ୟତୀତ ଜୀରା ଶରୀରରେ ମେଟାବାଲିକ ରେଟ ଏବଂ ପାଚନ ପକ୍ରିୟା ବୃଦ୍ଧି କରି କ୍ୟାଲୋରୀ ସୃଷ୍ଟି କରିଥାଏ। ଜୀରାରେ ଭିଟାମିନ, କ୍ୟାଲସିୟମ, ମାଙ୍ଗାନିଜ, କପର, ଆଇରନ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଓଜନ ନିୟନ୍ତ୍ରଣ କରିବାରେ ଖୁବ ସହାୟକ ହୋଇଥାଏ।

ଜୀରା ଶରୀରରେ ଅତିରିକ୍ତି କ୍ୟାଲୋରୀ ହାସ୍ର କରିବା ସହ ମୋଟାପଣ ମଧ୍ୟ ଦୂର କରିଥାଏ। ଏଥିରେ ଭରପୁର ପରିମାଣର ପୋଷକ ତତ୍ତ୍ବ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଥିବା କାରଣରୁ ଏହା ଶରୀରରେ ମେଟାବାଲିଜମ୍ ବଢାଇବା ସହ ଓଜନ ହ୍ରାସ କରିଥାଏ।

-ଓଜନ କମ କରିବା ପାଇଁ ଲେମ୍ବୁ ଏବଂ ଅଦା ସହ ଜୀରା ସେବନ କରିବା ସବୁଠାରୁ ଭଲ ଉପାୟ। ଅଦା ଏବଂ ଲେମ୍ବୁ ଜୀରା ସହ ମିଶି ଶରୀରରେ ଓଜନ କମାଇବାର କ୍ଷମତା ବୃଦ୍ଧି କରିଥାଏ।
-ଆପଣ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଜୀରା ସେବନ କରିପାରିବେ। ପ୍ରତ୍ୟେକ ଦିନ ୫ ଗ୍ରାମ ଦହି ସହିତ ଏକ ଚାମଚ ଜୀରା ପାଉଡର ମିଶାଇ ସେବନ କରନ୍ତୁ। ଏପରି ସେବନ କରିବା ଦ୍ବାରା ଶରୀରର ମୋଟାପଣ ଜଲଦି ଦୂର ହୋଇଥାଏ।

-ଜୀରା ପାଣୀ ଏବଂ ମହୁରେ ପୋଟାସିୟମ, କପର ଏବଂ ଫସଫରସ ରହିଥାଏ, ଯାହା ଶରୀରରେ ଥିବା ଅତ୍ୟଧିକ ଚର୍ବି ହାସ୍ର କରିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଜୀରା ପାଣୀରେ ଏକ ଚାମଚ ମହୁ ମିଶାଇ ସେବନ କରିବା ଦ୍ବାରା ଆପଣ ଶରୀରରେ ଏହାର ପ୍ରଭାବ ନିଶ୍ଚିନ୍ତ ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.