ସ୍କିନ୍‌ରେ ଏପରି ଦାଗ ଦେଖାଯାଉଛି କି ? ପ୍ରତିଦିନ ମୁହଁରେ ଲଗାନ୍ତୁ ଏହି ୨ଟି ଜିନିଷ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଗ୍ରୀଷ୍ମର ଆଗମନ ଯୋଗୁ ସ୍କିନ୍‌ ଭିତରୁ ନଷ୍ଟ ହେବାକୁ ଲାଗେ ଏବଂ ତାପରେ ମୁହଁରେ ଲାଲ ରଙ୍ଗ ଏବଂ ଫୁଲିବା ଭଳି ସମସ୍ୟା ଆରମ୍ଭ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ଏହି ଦୁଇଟି ଘରୋଇ ଜିନିଷକୁ ନିଜ ସ୍କିନ୍‌ରେ ବ୍ୟବହାର କରିପାରିବେ ।

ଗ୍ରୀଷ୍ମର ଆଗମନ ସହିତ ସ୍କିନ୍‌ ବହୁତ ଶୀଘ୍ର ଖରାପ ହେବାକୁ ଲାଗେ । ଏପରି ପରିସ୍ଥିତି ସ୍କିନ୍‌ ଭିତରୁ ନଷ୍ଟ ହେବାକୁ ଲାଗେ ଏବଂ ତାପରେ ମୁହଁରେ ଲାଲ ରଙ୍ଗ ଏବଂ ଫୁଲିବା ଭଳି ସମସ୍ୟା ଆରମ୍ଭ ହୋଇଥାଏ । ବାସ୍ତବରେ ଖରା ଯୋଗୁ ସ୍କିନ୍‌ ଭିତରୁ ନଷ୍ଟ ହେବାକୁ ଲାଗେ ଏବଂ ଆପଣଙ୍କ ସ୍କିନ୍‌ ପିଗମେଣ୍ଟେସନର ଶିକାର ହୋଇଥାଏ । ଏହା ବ୍ୟତୀତ ଚେହେରା ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ମାତ୍ରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ଯାହାର ପ୍ରଭାବ ବହୁତ ସମୟ ପର୍ଯ୍ୟନ୍ତ ସ୍କିନ୍‌ରେ ଦେଖାଯାଇଥାଏ । ଏପରି ପରିସ୍ଥିତିରେ ଆପଣ ଏହି ଦୁଇଟି ଘରୋଇ ଜିନିଷକୁ ନିଜ ସ୍କିନ୍‌ରେ ବ୍ୟବହାର କରିପାରିବେ । ଯାହା ଫଳରେ ଆପଣ ଆରାମ ପାଇପାରିବେ ।

ସ୍କିନ୍‌ରୁ ପୋଡା ଏବଂ ଦାଗ ଦୂର କରିବା ପାଇଁ ଏହି ୨ଟି ଜିନିଷ ପ୍ରୟୋଗ କରନ୍ତୁ :

ବରଫ କ୍ୟୁବ୍ ଲଗାନ୍ତୁ :
ତେବେ ଖରା ସମୟରେ ନିଜ ସ୍କିନ୍‌ରୁ ପୋଡା ଏବଂ ଦାଗ ଦୂର କରିବା ପାଇଁ ଆପଣ ତ୍ୱଚାରେ ବରଫ ଲଗାଇବା ଉଚିତ୍ । ଆପଣ କେବଳ ରୁମାଲ ନେଇ ସେଥିରେ କିଛି ବରଫ କ୍ୟୁବ୍ ପୂରାଇ ସ୍କିନ୍‌ରେ ଲଗାନ୍ତୁ । ତେବେ ଆପଣ କିଛି ସମୟ ପାଇଁ ଏପରି କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ଏବଂ ସ୍କିନ୍‌ ଭିତରୁ ଥଣ୍ଡା ହୋଇଯିବ । ଯାହା ଫଳରେ ଆପଣଙ୍କ ସ୍କିନ୍‌ରୁ ପୋଡା, ଫୁଲା, କୁଣ୍ଡେଇ ହେବା ଏବଂ ଲାଲ ରଙ୍ଗ ଦୂର ହୋଇଯିବ ।

ମୁହଁରେ ଦହି ଲଗାନ୍ତୁ :
ଚେହେରାରେ ଦହି ଲଗାଇବା ଦ୍ୱାରା ସ୍କିନ୍‌ ଭିତରୁ ଭଲ ରହିଥାଏ । ତେଣୁ ଆପଣ ବହାରରୁ ଫେରିବା ମାତ୍ରେ ମୁହଁରେ ଦହି ଲାଗାଇବା ଉଚିତ । ଯାହାଦ୍ୱାରା ଆପଣଙ୍କ ଚେହେରା ଏହି ସବୁ ଯନ୍ତ୍ରଣାରୁ ମକ୍ତି ପାଇବ । ତେବେ ଫ୍ରିଜରୁ କିଛି ଥଣ୍ଡା ଦହି ବାହାର କରି ମୁହଁରେ ଲଗାଇ କିଛି ସମୟ ଛାଡିଦିଅନ୍ତୁ । ଏହାପରେ ହାଲୁକା ହାତରେ ମୁହଁକୁ ସ୍କ୍ରବ୍ କରନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ । ତେବେ ଆପଣ ଖରା ସମୟରେ ଏହି ଉପାୟରେ ସ୍କିନ୍‌କୁ ଥଣ୍ଡା ରଖିପାରିବେ । ସେଥିପାଇଁ ବାହାରୁ ଘରକୁ ଫେରିବା ମାତ୍ରେ ନିଜ ମୁହଁରେ ଏହି ସବୁ ଜିନିଷ ଲଗାଇବା ଉଚିତ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.