ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟେଲେଟ୍ସ ବଢ଼ାଇବା ପାଇଁ କରନ୍ତୁ ପିଜୁଳି ପତ୍ର ସେବନ

ଡେଙ୍ଗୁ ଜର ଏକ ମାରାତ୍ମକ ରୋଗ । ଏହି ଜର ହେଲେ ବିପଦ ହେଉଛି ରକ୍ତରେ ପ୍ଲେଟେଲେଟ୍ସ ବା ରକ୍ତ କଣିକା କମିଯିବା । ରକ୍ତରେ ପ୍ଲେଟେଲେଟସ କମିଗଲେ ରୋଗୀର ମୃତ୍ୟୁ ଆଶଙ୍କା ବଢ଼ିଯାଇଥାଏ । ତେଣୁ ପ୍ଲେଟେଲେଟସ ବୃଦ୍ଧି ପାଇଁ ଡାକ୍ତରମାନେ ସର୍ବଦା ପରାମର୍ଶ ଦେଇଥାନ୍ତି ।

ଏବେ ବର୍ଷା ଦିନେ ଡେଙ୍ଗୁ ଜର ଅଧିକାଂଶ ଲୋକଙ୍କୁ ହେଉଥିବା ଦେଖାଯାଉଛି । ଏହି ଜର ହେଲେ ଭୀଷଣ ଭାବେ ଜର ଆଶିବା ସହ ବାନ୍ତି, ଦେହ ହାତ ବିନ୍ଧା ଓ ମୁଣ୍ଡ ବିନ୍ଧା ଆଦି ଦେଖାଯାଇଥାଏ । ଡେଙ୍ଗୁ ରୋଗୀଙ୍କ ଠାରେ ପ୍ଲେଟେଲେଟସ ଅତି ଦ୍ରୁତ ଗତିରେ ହ୍ରାସ ପାଇଥାଏ । ଏଥିପାଇଁ ଡାକ୍ତର ସର୍ବଦା ଡେଙ୍ଗୁ ରୋଗୀଙ୍କୁ ପ୍ଲେଟେଲେଟସ ବଢ଼ାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଗ୍ରୀନ ଟି, ସବୁଜ ପରିବା ଓ ଅମୃତ ଭଣ୍ଡା ପତ୍ର ପ୍ଲେଟେଲେଟସ ବଢ଼ାଇଥାଏ । ଏହାଛଡା ପିଜୁଳି ପତ୍ର ମଧ୍ୟ ପ୍ଲେଟେଲେଟସ ବଢ଼ାଇବାରେ ସାହାଯ୍ୟ କରିଥାଏ । ତେଣୁ ପିଜୁଳି ପତ୍ରର କାଢ଼ା ପ୍ରସ୍ତୁତ କରି ସେବନ କରନ୍ତୁ । ଏଥିରେ ଥିବା ଏଣ୍ଟିଅକ୍ସିଡାଣ୍ଟ, ଏଣ୍ଟ ବ୍ୟାକ୍ଟରିଆଲ ଓ ଏଣ୍ଟି ଇନଫ୍ଲାମାଟୋରୀ ଗୁଣ ଓ କେରୋଟେନାଇଡସ, ପଲିଫେନୋଲସ ଓ ଫ୍ଲେବୋନାଇଡସ ସବୁ ପ୍ରକାର ରୋଗର ପ୍ରତିଶେଧକ ପାଇଁ ବହୁତ ଫଳପ୍ରଦ ହୋଇଥାଏ ।

କେମିତି କରିବେ ସେବନ :

ଏଥିପାଇଁ ପିଜୁଳିର କିଛି ପତ୍ରକୁ ୫ କପ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ । ପରେ ଏଥିରେ ସ୍ୱାଦ ଅନୁସାରେ ମହୁ ମିଶାଇ ଡେଙ୍ଗୁ ରୋଗୀଙ୍କୁ ପିଇବାକୁ ଦିଅନ୍ତୁ । ଦିନରେ ଏହାକୁ ୩ ଥର ସେବନ କରନ୍ତୁ । ଦେଖିବେ ପ୍ଲେଟଲେଟ୍ସ ଦ୍ରୁତ ଗତିରେ ବଢ଼ିବ । ଏହାର ସେବନ ଦ୍ୱାରା ସୁଗାର ମଧ୍ୟ କଣ୍ଟ୍ରୋଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.