କ’ଣ ଆପଣଙ୍କ କେଶ ବି ତେଲ ଲଗାଇବା ପରେ ଝଡ଼ୁଛି? ତ ଜାଣନ୍ତୁ ୫ଟି କାରଣ

କିଛି ଲୋକଙ୍କର କେଶ ବହୁତ ଡ୍ରାଏ ଥାଏ, ଯେଉଁ କାରଣରୁ ସେମାନଙ୍କୁ କୁଣ୍ଡାଇ ହେବା ସମସ୍ୟା ରହିଥାଏ। ନିଜର ଏହି ଡ୍ରାଏନେସ୍‌ ସମସ୍ୟାକୁ ଦୂର କରିବା ପାଇଁ ଲୋକେ କେଶରେ ଅଏଲିଂ କରି ଥାଆନ୍ତି। କିନ୍ତୁ ଅଏଲିଂ ପରେ ବି ଯଦି କେଶ ଝଡ଼ିବା ସମସ୍ୟା ରହୁଛି, ତା’ ହେଲେ ଏହା ପଛରେ କିଛି କାରଣ ରହିଛି। ଆଜି ଆମେ ଆପଣଙ୍କୁ କହିବୁ, ତେଲ ଲଗାବା ପରେ ବି କାହିଁକି ଲୋକଙ୍କ କେଶ ଝଡ଼ିଥାଏ।

-କିଛି ଲୋକ ଭୁଲ୍‌ ତରିକାରେ କେଶରେ ତେଲ ଲଗାଇ ଥାଆନ୍ତି। ଲୋକମାନଙ୍କୁ ପ୍ରଥମେ କେଶ ମୂଳରେ ତେଲ ଲଗାଇବା ଉଚିତ ଏବଂ ହାଲୁକା ହାତରେ ମାଲିସ୍‌ କରିବା ଦରକାର। ଅଧିକ ରଗଡି କିମ୍ବା ଅଧିକ ଜୋର୍‌ରେ ଅଏଲ୍‌ ମାଲିସ୍‌ କରିବା ଦ୍ୱାରା କେଶ ଝଡ଼ିପାରେ।

-ତେଲ ଲଗାଇବା ପରେ ପ୍ରାୟତଃ ମହିଳାମାନେ ନିଜ କେଶକୁ କଷିକରି ବାନ୍ଧି ଦେଇ ଥାଆନ୍ତି। ଏହି କାରଣରୁ ବି କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ। ଏମିତି କରିବା ଦ୍ୱାରା ନା କେବଳ ମୂଳକୁ କ୍ଷତି ପହଞ୍ଚିଥାଏ, ବରଂ କେଶ ଦୁର୍ବଳ ହେବାରେ ଲାଗିଥାଏ। ଏଥିପାଇଁ ତେଲ ଲଗାଇବା ପରେ କେଶକୁ ବାନ୍ଧି ରଖନ୍ତୁ ନାହିଁ।

-କିଛି ଲୋକ ନିଜ କେଶରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ତେଲ ଲଗାଇ ନିଅନ୍ତି, ଯେଉଁ କାରଣରୁ କେଶ ଝଡ଼ିଥାଏ। କହି ରଖୁଛୁ, ଅଧିକ ତେଲ ଲଗାଇବା ଦ୍ୱାରା ଲୋମ ଛିଦ୍ର ବନ୍ଦ ହୋଇପାରେ।

-ଲମ୍ବା ସମୟ ଧରି କେଶରେ ତେଲ ରହିବା କାରଣରୁ ବି କେଶ ଝଡ଼ିବା ଆରମ୍ଭ କରିଥାଏ। ଆମ କେଶ ମୂଳ ନିଜର ପ୍ରାକୃତିକ ତୈଳ ସୃଷ୍ଟି କରିଥାଏ। ଏମିତିରେ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ କେଶରେ ତେଲ ଲଗାଇ ରଖିବା, ତେବେ ଏଥିରେ ପିମ୍ପଲ୍ସ ସମସ୍ୟା ହୋଇପାରେ।

-ଅଧିକ ତତଲା ତେଲ ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶ ଝଡ଼ିଥାଏ। ଏହାଦ୍ୱାରା ଚର୍ମ ଫୁଲିଥାଏ, ଯେଉଁ କାରଣରୁ କେଶ ଝଡ଼ିବାରେ ଲାଗିଥାଏ।