ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀର ଉପରେ ପଡିଥାଏ ଅନେକ କୁପ୍ରଭାବ, ଜାଣନ୍ତୁ କ’ଣ

ଛିଡା ହୋଇ ପାଣି ପିଇବା ଶରୀର ପାଇଁ ଆଣିପାରେ ଅନେକ ରୋଗ । କିଡ୍‌ନୀ, ଫୁସଫୁସ ଏବଂ ପାଚନ କ୍ରିୟା ଉପରେ ଏହା ପ୍ରଭାବ ପକାଏ । କେବଳ ଏତିକି ନୁହେଁ ଏହା ଶିରା ଏବଂ ଗଣ୍ଠି ଉପରେ କୁପ୍ରଭାବ ପକାଇଥାଏ ।

ପାଣି ବିନା ମଣିଷ ହେଉ କିମ୍ବା ପଶୁ ବଞ୍ଚିବା ଅସମ୍ଭବ ହୋଇଥାଏ । ମଣିଷ ଶରୀରରେ ୬୦ ରୁ ୭୦ ପ୍ରତିଶତ ପାଣି ରହିଥାଏ । କମ୍‌ ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦିଏ । ଖାସ୍‌କରି ଅନ୍ୟ ଋତୁ ତୁଳନାରେ ଖରା ଦିନରେ ଅଧିକ ପାଣି ପିଇବା ଆବଶ୍ୟକ ହୋଇଥାଏ । କାରଣ ଖରା ଦିନରେ କମ୍‌ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ୍‌ର ଅଭାବ ଯୋଗୁଁ ଡିହାଇଡ୍ରେସନ ହୋଇଥାଏ । ସେଥିପାଇଁ  ଖରା ଦିନରେ ଅଧିକ ପାଣି ପିଇବା ଅତ୍ୟନ୍ତ ଜରୁରୀ  ।

ଅନେକ ସମୟରେ ଲୋକମାନେ ଠିଆ ହୋଇ ପାଣି ପିଇଥାନ୍ତି । ଯାହା ଶରୀର ପାଇଁ ଠିକ୍‌ ନୁହେଁ । ଯାହା ଦ୍ୱାରା ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦିଏ । ସେଥିପାଇଁ ପାଣି ପିଇବା ସମୟରେ ବସି କରି ପିଇବା ଉଚିତ ।

ଛିଡା ହୋଇ ପାଣି ପିଇବା ଦ୍ବାରା  କିଡ୍‌ନୀ ପାଇଁ ଖରାପ ହୋଇଥାଏ :

ଛିଡା ହୋଇ ପାଣି ପିଇବା ଦ୍ବାରା କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ ।  ଯେଉଁ ଲୋକମାନଙ୍କର କିଡ୍‌ନୀ ଜନିତ ସମସ୍ୟା ରହିଛି, ସେମାନେ ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ । କିଡନୀ ରକ୍ତରୁ ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଛିଡା ହୋଇ ପାଣି ପିଇବା ଦ୍ୱାରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ୟୁରିନ ଜନିତ ସମସ୍ୟା ଦେଖାଦିଏ ।

ଫୁସ୍‌ଫୁସରେ ପ୍ରଭାବ :

ଯେଉଁ ଲୋକମାନଙ୍କର ଫୁସ୍‌ଫୁସ୍‌ ଜନିତ ସମସ୍ୟା ରହିଛି, ସେମାନେ ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ । ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ଅସନ୍ତୁଳନ ହେବାର ସମ୍ଭାବନା ଥାଏ । ଯାହାର ଫୁସ୍‌ ଫୁସ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଛିଡା ହୋଇ ପାଣି ପିଇଲେ କେଉଁ କେଉଁ ସମସ୍ୟା ହୋଇଥାଏ :

ପ୍ରାୟତଃ ଛିଡା ହୋଇ ପାଣି ପିଇବା ସମୟରେ ମଣିଷ ଏକ ନିଶ୍ୱାସ ହୋଇ ପାଣି ପିଇଥାଏ, ଯାହା ଆମ ଶରୀର ପାଇଁ ଉଚିତ ନୁହେଁ । ଯାହା ଦ୍ୱାରା ଆମ ଗଣ୍ଠି ଓ ଶିରରେ ଖରାପ ପ୍ରଭାବ ପଡେ। ଅଧିକ ସମୟ ଛିଡା ହୋଇ ପାଣି ପିଇବା ଦ୍ୱାରା ଗଣ୍ଠି ଓ ଶିରରେ ଯନ୍ତ୍ରଣା ହେବା ମଧ୍ୟ ଆରମ୍ଭ ହୋଇଥାଏ ।

 ପାଚନରେ ପ୍ରଭାବ ପଡେ :

ଛିଡା ହୋଇ ପାଣି ପିଇବା ଦ୍ୱାରା ହଜମଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଛିଡା ହୋଇ ପାଣି ପିଇବା ପାଚନ ପାଇଁ କ୍ଷତି ହୋଇଥାଏ । ଏହା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ପାଚନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.