ଏହି ଭିଟାମିନ ଅଭାବରୁ ରାତିରେ ହୁଏନାହିଁ ନିଦ, ଜାଣନ୍ତୁ କିପରି ଦୂର କରିବେ ସମସ୍ୟା

ନିଦ ନଆସିବା ଏକ ରୋଗ ସହ ସମାନ । ଏହା ସହିତ ଏହା ଅନେକ ରୋଗର କାରଣ ହୋଇପାରେ । ପ୍ରତ୍ୟେକ ମଣିଷ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ନିଦ ପୂରା କରିପାରେ ନାହିଁ ତେବେ ସେ ଶରୀରିକ ଏବଂ ମାନସିକ ସ୍ତରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ।

ଅନେକ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୁଏନାହିଁ । ତେବେ ଜାଣି ରଖନ୍ତୁ ନିଦ ନଆସିବା ଏକ ରୋଗ ସହ ସମାନ । ଏହା ସହିତ ଏହା ଅନେକ ରୋଗର କାରଣ ହୋଇପାରେ । ପ୍ରତ୍ୟେକ ମଣିଷ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ନିଦ ପୂରା କରିପାରେ ନାହିଁ ତେବେ ସେ ଶରୀରିକ ଏବଂ ମାନସିକ ସ୍ତରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏଥିପାଇଁ ହର୍ମୋନଲ ଗ୍ରୋଥ ମଧ୍ୟ ପ୍ରଭାବିତ ହୋଇଥାଏ । ଯେଉଁଥି ପାଇଁ ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇଥାଏ । ନିଦ ନଆସିବାର ଅନେକ କାରଣ ଥାଏ କିନ୍ତୁ ଡାକ୍ତରଙ୍କ ମତରେ ଭିଟାମିନ କାରଣରୁ ମଧ୍ୟ ନିଦ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ କେଉଁ ଭିଟାମିନ ଅଭାବରେ ନିଦ ହୋଇନଥାଏ ତାହା ଜଣାଇବୁ ।

ଭିଟାମିନ ଡି ଏବଂ ଭିଟାମିନ ବି୧୨ର ଅଭାବରୁ ନିଦ ନହେବା ସମସ୍ୟା ସୃଷ୍ଟି ହୋଇଥାଏ । ଭିଟାମିନ-ଡି ର ଅଭାବ ଛୋଟ ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଯାଇ ଥାଏ । ଏହା ଦ୍ୱାରା ରାତିରେ ନିଦ ନହେବା ଭଳି ସମସ୍ୟା ଦେଖା ଯାଇଥାଏ । ଭିଟାବିନ-ଡି ବ୍ରେନକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ବ୍ରେନର କିଛି ସ୍ଥାନ ପାଇଁ ଭିଟାମିନ-ଡି ରିସେପ୍ଟର୍ସ ପାଇଁ କାର୍ଯ୍ୟ କରିଥାଏ । ଏହାକୁ ପ୍ରେସମେକର ଟିସ୍ୟୁ କୁହାଯାଇଥାଏ । ଏହି ମେଲାଟୋନିନ, ନିଦ ହର୍ମୋନ ପାଇଁ ଜରୁରୀ ହୋଇଥାଏ ।

ବର୍ଷା ଦିନେ କ୍ଷୀର ପିଇବା ଦ୍ୱାରା ମେଲାଟୋନିନ କମ ହୋଇଯାଏ । ଯେଉଁଥିପାଇଁ ନିଦ କମ ହୋଇଥାଏ ଏବଂ ସ୍ଲିପ ସାଇକେଲ ଖରାପ ହୋଇଥାଏ । ଏହି କାରଣରୁ Obstructive sleep apnea ର ବିପଦ ବଢିଥାଏ । ଭିଟାମିନ-ଡି ଅଭାବକୁ ପୂରଣ କରିବା ପାଇଁ ସକାଳ ସମୟରେ ଶୀଘ୍ର ଉଠି ସୂର୍ଯ୍ୟ କିରଣରେ ବସିବା ଉଚିତ । ଏହାଦ୍ୱାରା ସ୍ଲିପ ସାଇକେଲ ଠିକ ରହିଥାଏ । ଆପଣଙ୍କୁ କାମ କରିବା ପାଇଁ ସତେଜ ଲାଗିଥାଏ । ସୂର୍ଯ୍ୟ କିରଣ ମସ୍ତିଷ୍କ ଏବଂ ଆଖି ପାଇଁ ବହୁତ ଜରୁରୀ ହୋଇଥାଏ । ସୂର୍ଯ୍ୟ କିରଣ ଦ୍ୱାରା ମସ୍ତିଷ୍କ ଏବଂ ଆଖି ଠିକ ଭାବେ କାର୍ଯ୍ୟ କରିଥାଏ । ଏହା ଦ୍ୱାରା ଆପଣ ନିଜ କାର୍ଯ୍ୟ ଭଲଭାବେ କରି ପାରିବେ । ଏହା ସହିତ ଭରପୁର ମାତ୍ରାରେ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.