ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ହୋଇଥାଏ ସବୁଜ ଟମାଟୋ

ଲାଲ ଟମାଟୋ ଠାରୁ ସବୁଜ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ଏହି କଥା ବହୁତ କମ ଲୋକ ହୁଏତ ଜାଣିଥିବେ । ସବୁଜ ଟମାଟୋ ଖାଇବା ଶରୀର ପାଇଁ ଭଲ ହୋଇଥାଏ ।

ଟମାଟୋ ଆମ ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ପରିବା, ଯାହାକୁ କିଛି ନା କିଛି ମାଧ୍ୟମରେ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଲାଲ ଟମାଟୋ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଉ ଏହା ବଜାରରେ ଅତି ସହଜରେ ମିଳି ଯାଏ । ହେଲେ ଲାଲ ଟମାଟୋ ଠାରୁ ସବୁଜ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ଏହି କଥା ବହୁତ କମ ଲୋକ ହୁଏତ ଜାଣିଥିବେ । ସବୁଜ ଟମାଟୋ ଖାଇବା ଶରୀର ପାଇଁ ଭଲ ହୋଇଥାଏ । ସବୁଜ ଟମାଟୋରେ ଭିଟାମିନ୍‌  ଏବଂ ଅନେକ ପୋଷ୍ଟିକ ତତ୍ତ୍ବ ଭରପୁର ଥାଏ । ଯାହା ଶାରୀରିକ ଓ ମାନସିକ ସ୍ଥିତି ଭଲ ରଖିବାରେ ସାହାଯ୍ୟ କରିଥାଏ ।

ସବୁଜ ଟମାଟୋ ଲାଲ ଟମାଟୋ ଠାରୁ ଟିକେ ଅଲଗା ହୋଇଥାଏ । ସବୁଜ ଟମାଟୋରେ ଭିଟାମିନ, ଫାଇବର, ପ୍ରୋଟିନ, କ୍ୟାଲସିୟମ, ଆଇରନ ପରି ଅନେକ ଉପାଦାନ ଅଛି । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ଦୃଷ୍ଟି ଶକ୍ତି ଠାରୁ ଆରମ୍ଭ କରି ୟୁମିନିଟୀ ସିଷ୍ଟମକୁ ଶକ୍ତିଶାଳୀ କରିଥାଏ । ସବୁଜ ଟମାଟୋ ଲାଲ ଟମାଟୋ ଠାରୁ ଟିକେ ଖଟା ହୋଇଥାଏ । ହେଲେ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ସବୁଜ ଟମାଟୋ ଯୋଗାଇଥାଏ ଅନେକ ଲାଭ :

ଭିଟାମିନ୍‌ c ର ଉପାଦାନ :

ସବୁଜ ଟମାଟୋରେ ଭିଟାମିନ୍‌ c ର ଭଲ ଉପାଦାନ ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିଥାଏ । ଅନ୍ୟ ରୋଗରୁ ମଧ୍ୟ ଲଢିବାରେ ସାହାଯ୍ୟ କରିଥାଏ ।

ଫୋଲିକ୍‌ ଏସିଡ୍‌ର ଭରପୁର ପ୍ରଚୁରତା :

ସବୁଜ ଟମାଟୋରେ ଫୋଲିକ୍‌ ଏସିଡ୍‌ ପ୍ରଚୁର ପରିମାଣରେ ଥାଏ । ଯାହା ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ଶିଶୁମାନଙ୍କ ବିକାଶରେ ମଧ୍ୟ ଅନେକ ସହାୟତା କରିଥାଏ ।

ଲାଇକୋପିନ୍‌ର ଉପାଦନ :

ସବୁଜ ଟମାଟୋରେ ଲାଇକୋପିନ୍‌ ଉପାଦନ ଥାଏ । ଯାହା ସବୁଜ ଟମାଟରକୁ ଲାଲ ଟମାଟୋରେ ପରିଣତ କରିଥାଏ । ଏହାକୁ ଆମେ ପ୍ରାକୃତିକ ରଙ୍ଗ ବୋଲି ମାନି ଥାଉ ।

ହାଡକୁ ଶକ୍ତିଶାଳୀ କରିଥାଏ :

ଶରୀରରେ ହାଡ ଦୁର୍ବଳ ହେବା ଓ ବାରମ୍ବାର ଶରୀରରେ କଷ୍ଟ ଅନୁଭବ ହେଉଥିଲେ ସବୁଜ ଟମାଟୋ ଖାଇବା ଉଚିତ । ସବୁଜ ଟମାଟୋରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ମିଳିଥାଏ, ଯାହା ହାଡକୁ ଶକ୍ତି ଯୋଗାଇ ଥାଏ ।

ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ :

ସବୁଜ ଟମାଟୋ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ସବୁଜ ଟମାଟୋରେ ସୋଡିୟମ ମାତ୍ରା କମ ଓ ପୋଟାସିୟମ ମାତ୍ରା ଅଧିକ ରହିଥାଏ । ଯେଉଁ କାରଣରୁ ରକ୍ତଚାପ ନିୟନ୍ତ୍ରଣ ରହିଥାଏ ।

ଚର୍ମ ପାଇଁ ଲାଭଦାୟକ :

ସବୁଜ ଟମାଟୋ ଚର୍ମ ପାଇଁ ବହୁତ ଭଲ ପ୍ରମାଣିତ ହୋଇଥାଏ । ସବୁଜ ଟମାଟୋରେ ଥିବା ଭିଟାମିନ c ଆପଣଙ୍କ ତ୍ବଚାକୁ ଅନେକ ଦିନ ଧରି ଯୁବା ରଖିଥାଏ । ଆପଣଙ୍କ ସୌନ୍ଦର୍ଯ୍ୟକୁ ବଜାୟ ରଖିଥାଏ ଏହି ସବୁଜ ଟମାଟୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.