ଭାରତ ଏବଂ ଆର୍ୟରଲ୍ୟାଣ୍ଡ ଟି୨୦ ସିରିଜ, ଅଗଷ୍ଟ ୧୮ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ବିଶ୍ୱକପ ୨୦୨୩ ପୂର୍ବରୁ ଆର୍ୟରଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ । ଯାହାର ସୂଚୀ ସାମ୍ନାକୁ ଆସିଛି । ଅଗଷ୍ଟ ୧୮ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ।

ବିଶ୍ୱକପ ୨୦୨୩ ପାଇଁ ସୂଚୀ ଜାରି ହୋଇସାରିଛି । ଚଳିତଥର ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେବ । ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ୪ଟି ଦେଶ ବିପକ୍ଷରେ ସିରିଜ ଖେଳିବ । େଓ୍ଵଷ୍ଟଇଣ୍ଡିଜ ସହିତ ମ୍ୟାଚ୍‌ ଖେଳିବା ପରେ ଆର୍ୟରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ତିନିଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଆର୍ୟରଲ୍ୟାଣ୍ଡ। ଯାହାର ସୂଚୀ ସାମ୍ନାକୁ ଆସିସାରିଛି । ଭାରତ ଏବଂ ଆର୍ୟରଲ୍ୟାଣ୍ଡ ଭିତରେ ପ୍ରଥମ ମ୍ୟାଚ୍‌ ୧୮ ଅଗଷ୍ଟରେ ଖେଳାଯିବ ।

ଟିମ୍‌ ଇଣ୍ଡିଆ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ, ଦିନିକିଆ ଟି୨୦ ମ୍ୟାଚ୍‌ ଖେଳିବ । ଏହାପରେ ଆର୍ୟରଲ୍ୟାଣ୍ଡ ସହିତ ଟି୨୦ ମ୍ୟାଚ ଖେଳିବ । ଭାରତ ଏବଂ ଆର୍ୟରଲ୍ୟାଣ୍ଡ ମଧ୍ୟରେ ଅଗଷ୍ଟ ୧୮ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ୨୦ ଅଗଷ୍ଟରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚ୍‌ ୨୩ ଅଗଷ୍ଟରେ ଆୟୋଜିତ ହେବ ।

ସୂଚନାଯୋଗ୍ୟ, ଭାରତ ଓ ଆର୍ୟରଲ୍ୟାଣ୍ଡ ମଧ୍ୟରେ ଗତବର୍ଷ ୨ଟି ଟି୨୦ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ୨-୦ରେ ଜିତିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତ ସିରିଜର ପ୍ରଥମ ମ୍ୟାଚ ୭ ଓ୍ଵିକେଟରେ ଜିତିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍‌ ଭାରତ ୪ ରନରେ ଜିତିଥିଲା । ଏହି ସିରିଜ ଜୁନ୍‌ର ଶେଷ ସପ୍ତାହରେ ଖେଳାଯାଇଥିଲା । କିନ୍ତୁ ଏଥର ଅଗଷ୍ଟରେ ମ୍ୟାଚ୍‌ ଖେଳାଯିବ । ଗତବର୍ଷ ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ପ୍ରଭାବିତ ହୋଇଥିଲା ।

ଟିମ୍‌ ଇଣ୍ଡିଆ ୨୦୨୨ରେ ସିରିଜରେ ସଞ୍ଜୁ ସାମସନ ଏବଂ ଦୀପକ ହୁଡ୍ଡା ଟିମରେ ରହିଥିଲେ । ହୁଡ୍ଡା ଦୁଇଟି ମ୍ୟାଚ ସିରିଜରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବିବେଚିତ ହୋଇଥିଲେ । ସେ ୧୫୧ ରନ୍‌ କରିଥିଲେ । ସେହିପରି ସଞ୍ଜୁ ସାମସନ ଗୋଟେ ମ୍ୟାଚରେ ୭୭ ରନ୍‌ କରିଥିଲେ ।

ଭାରତ ବନାମ ଆର୍ୟରଲ୍ୟାଣ୍ଡ ଟି୨୦ ସୂଚୀ :

୧୮ ଅଗଷ୍ଟ (ମାଲାହାଇଡ): ପ୍ରଥମ ମ୍ୟାଚ୍‌
୨୦ ଅଗଷ୍ଟ(ମାଲାହାଇଡ) : ଦ୍ୱିତୀୟ ମ୍ୟାଚ୍‌
୨୩ ଅଗଷ୍ଟ (ମାଲାହାଇଡ୍‌) : ତୃତୀୟ ମ୍ୟାଚ୍‌

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.