୫ ଦିନିଆ ରିମାଣ୍ଡରେ ଯିବେ କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଅନୁମତି ଦେଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ

୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କୋଟିପତି ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ହେବେ ପ୍ରଶାନ୍ତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। ଗତକାଲି ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

କଟକ (କେନ୍ୟୁଜ): ୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କୋଟିପତି ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ହେବେ ପ୍ରଶାନ୍ତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। ଗତକାଲି ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ । ତାଙ୍କ ଘରୁ ମିଳିଥିଲା ନଗଦ ୩ କୋଟି କ୍ୟାସ୍‌ । ମୋଟ୍‌ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା । ଭୁବନେଶ୍ୱର ଓ କଟକର ପ୍ରାଇମ୍‌ ଲୋକେସନରେ ୪ଟି ପ୍ଲଟ୍‌ ଅଛି । ଉମରକୋଟରେ ରଖିଛନ୍ତି ଗୋଟିଏ ବେନାମୀ ପ୍ଲଟ୍‌ । ଦୁଇଟି ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ଟଙ୍କା ନେଉଥିଲେ ପ୍ରଶାନ୍ତ ରଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.