ଏସିଡିଟି ଓ ଛାତି ଯନ୍ତ୍ରଣା ପାଇଁ ଖାଆନ୍ତୁ ଏହି ଖାଦ୍ୟ, ଦୂରେଇ ରୁହନ୍ତୁ ଏହି ଖାଦ୍ୟରୁ

ବେଳେ ବେଳେ କିଛି କାରଣରୁ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ ଓ ହେଭି ଏସିଡ ମଧ୍ୟ ହୋଇଯାଏ। ଯାହା ପାଇଁ କୌଣସି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏନି। ବାରମ୍ବାର ବାନ୍ତି ହେବା ସହିତ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏମିତିକି ଏହା ହୃଦଘାତ, ଛାତି ଯନ୍ତ୍ରଣା, କାଶ କରାଏ। ତେବେ ଏହା ହେଉଛି ଏସିଡ୍ ରିଫ୍ଲକ୍ସ । କହିବାକୁ ଗଲେ ୨୦ ପ୍ରତିଶତ ବୟସ୍କଙ୍କଠାରେ କ୍ରୋନିକ୍ ଏସିଡ୍ ରିଫ୍ଲକ୍ସ ଥାଏ, ଯାହା ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ ବା GERD ଭାବରେ ଜଣାଶୁଣା।

ପେଟରୁ ଏସୋଫ୍ୟାଗସ୍ ଭିତରକୁ ପଦାର୍ଥର ପ୍ରବାହ ହେତୁ ଏପରି ଅବସ୍ଥା ହୁଏ। ତେବେ ଆପଣଙ୍କୁ ଏସିଡକୁ ନିୟନ୍ତ୍ରଣ କରିବାକୁ ହେଲେ ଆପଣ ଓଟମିଲ୍, କଦଳୀ, ଗ୍ରୀନ ସାଲାଡ, ଦହି ଓ ଅଦା ଚା’ ଖାଦ୍ୟରେ ସାମିଲ କରନ୍ତୁ। କଦଳୀ ହେଉଛି ଲୋ-ଏସିଡ୍ ଫଳ, ଯାହା ଏସୋଫେଜ୍ ଲାଇନ୍ ଆବରଣ କରି ପେଟ ଏସିଡକୁ ନିରପେକ୍ଷ କରିବାରେ ସାହାଯ୍ୟ କରିଥାଏ।

ଖାଦ୍ୟକୁ ହଜମ ପ୍ରକ୍ରିୟାରେ ଭଲ ଭାବରେ ପ୍ରବାହିତ କରିବାରେ ସାହାଯ୍ୟ କରେ କଦଳୀ। ଆପଣ ଗ୍ରୀନ ସାଲାଡ୍ ମଧ୍ୟ ଖାଇ ପାରିବେ। ସାଲାଡ ଏସିଡ୍ ରିଫ୍ଲକ୍ସ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ସେଲେରି, କାକୁଡି ଏବଂ ତରଭୁଜ ଏସିଡକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ଛଡ଼ା ଆପଣ ଦହି ଖାଇ ପାରିବେ କାରଣ ଏସିଡ୍ ରିଫ୍ଲକ୍ସ ଏବଂ ହୃଦଘାତକୁ ରୋକିବାରେ ଏହା ସାହାଯ୍ୟ କରିଥାଏ। କ୍ଷୀର ଏବଂ ଦହି ଏସୋଫ୍ୟାଗସ୍ କୋଟ୍ କରେ।

ଆପଣ ଅଦା ଚା’ ପିଇ ପାରିବେ ହୃଦଘାତ ଏବଂ ଏସିଡ୍ ରିଫ୍ଲକ୍ସକୁ ରୋକିବା ପାଇଁ। ଦିନକୁ ଏକ କପ୍ କିମ୍ବା ଦୁଇଥର ଆପଣ ଅଦା ଚା’ ପିଇ ପାରିବେ। ଏହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମଧ୍ୟ ଅଟେ, ଯାହା ଗ୍ୟାଷ୍ଟ୍ରୋସୋଫେଜ୍ ଜ୍ୱଳନରୁ ମୁକ୍ତି ଦେଇ ପେଟକୁ ଠିକ୍ କରିଥାଏ। ଅଦା ମଧ୍ୟ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ।

ଖାଆନ୍ତୁ ନାହିଁ ଏହି ଖାଦ୍ୟ:

ଯଦି ଆପଣ ଏସିଡିଟିର ଶିକାର ହୋଇଛନ୍ତି ଆପଣ ଫ୍ରାଏଡ ଫୁଡ୍ ଓ ଫ୍ୟାଟି ଫୁଡ୍ ଠାରୁ ଦୂରେଇ ରହିବା ଦରକାର। ଏହା ଛଡ଼ା ସିଟରସ୍ ଫୁଡ୍ ଯେପରି ଲେମ୍ବୁ, କୋଳି, ଓରେଞ୍ଜ ଓ ଅଙ୍ଗୁର
ଖାଇବା ଅନୁଚିତ୍। ଏହା ଛଡ଼ା ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ଓ ଏସିଡିଟି ଅଛି ତେବେ ଆପଣ ବିଲାତି, ଡାର୍କ ଚକଲେଟ୍, କଫି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।
ଅନେକ ସମୟରେ ଛାତି ଓ ପେଟ ଯନ୍ତ୍ରଣା ସମୟରେ କିଛି ଲୋକ ପେପରମିଣ୍ଟ ବା ପୋଦିନା ପତ୍ର ରସ ମଧ୍ୟ ପିଅନ୍ତି ଯାହା ଅଧିକ ଅସୁବିଧାରେ ପକାଇଥାଏ ତେଣୁ ଆପଣ ପୋଦିନା ପତ୍ର ରସ ମଧ୍ୟ ପିଇବା ଅନୁଚିତ୍। ଏହା ଛଡ଼ା ଆମିଷ ଓ ନିଶା ଦ୍ରବ୍ୟ ଠାରୁ ମଧ୍ୟ ଆପଣ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.