ଛାଡ଼ନ୍ତୁ ଏହି ଖରାପ ଅଭ୍ୟାସ ନଚେତ ପଡ଼ିପାରନ୍ତି ଅସୁବିଧାରେ, ଖୁବ୍ ଶୀଘ୍ର ହୋଇଯିବେ ରୋଗାଗସ୍ତ

ମଣିଷ ଜୀବନରେ ସ୍ୱାସ୍ଥ୍ୟ ହେଉଛି ଏକ ଅମୂଲ୍ୟ ସମ୍ପଦ। ସବୁବେଳେ ଏଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଭଲ ସ୍ୱାସ୍ଥ୍ୟ ବିନା ଆମର କୌଣସି କାମରେ ମନ ଲାଗେନାହିଁ। ସେଥି ପାଇଁ କୁହାଯାଏ ସବୁବେଳେ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଉଚିତ୍। ସ୍ବାସ୍ଥ୍ୟ ଉପରେ ଯଦି ଆମେ ଧ୍ୟାନ ନଦେବା ତେବେ ଭବିଷ୍ୟତରେ ଆମେ ଅନେକ ରୋଗରେ ପଡ଼ିବା।

ଆମର ଦୈନନ୍ଦିନ ଜୀବନକୁ ଯଦି ଆମେ ସଠିକ୍‌ ଢଙ୍ଗରେ ପରି ଚାଳନା କରିବା ନାହିଁ, ତେବେ ଆମେ ନିଶ୍ଚିତ ଅସୁବିଧାରେ ପଡ଼ିବା। ଆମର ଖାଦ୍ୟ ପେୟ ଠାରୁ ଆରମ୍ଭ କରି ଆମର ଶୋଇବା ପର୍ଯ୍ୟନ୍ତ ସବୁ ସ୍ଥିର ଏବଂ ନିୟମ ଅନୁସାରେ ଚାଲିଲେ ଆମେ ନିରୋଗ ରହି ପାରିବା। ସ୍ୱାସ୍ଥ୍ୟ ଠିକ୍‌ ରହିବା ପାଇଁ ବିଶେଷଜ୍ଞମାନେ ଦୈନନ୍ଦିନ ଜୀବନର ଖାଦ୍ୟପେୟ ପ୍ରତି ମଧ୍ୟ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଏସବୁର ବ୍ୟତିକ୍ରମ କରୁଛନ୍ତି, ତେବେ ଭବିଷ୍ୟତରେ ଆପଣ ଗମ୍ଭୀର ରୋଗରେ ପଡ଼ି ପାରନ୍ତି।

ଖାଦ୍ୟ ଆହରଣ:
ଖାଦ୍ୟ ଆହରଣର ଅସନ୍ତୁଳନ ହେଉଛି ବୟସ ବଢ଼ିବାର ଏକ ପ୍ରମୁଖ କାରଣ। ଚର୍ବି ଜାତୀୟ ଖାଦ୍ୟ, ଜଙ୍କ୍‌ ଫୁଡ୍‌, କାର୍ବୋହାଇଡ୍ରେଟ୍‌ ପରି ଖାଦ୍ୟ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହା ଛଡ଼ା ପ୍ରୋସେସ୍‌ଡ ଫୁଡ୍‌, ରେଡ୍‌ ମିଟ୍‌ ଏହି ସବୁ ଖାଦ୍ୟ ମଧ୍ୟ ଶରୀରରେ ଇମ୍ପ୍ଲିମେଶନରେ ବାଧା ଦେଇଥାଏ। ଏହା ମଧ୍ୟ ତ୍ୱଚା ଉପରେ ପ୍ରଭାବ ପକାଇ ଥାଏ ଏବଂ ଓଜନ ବଢ଼ାଇବାରେ କାରଣ ହୋଇଥାଏ। ତେଣୁ ଠିକ୍ ଭାବେ ଖାଦ୍ୟ କହିବା ଉଚିତ୍।

ମଦ୍ୟପାନ ଏବଂ ଧୂମ୍ରପାନ:
ମଦ୍ୟପାନ ଏବଂ ଧୂମ୍ରପାନ ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ। ମଦ୍ୟପାନ କରୁଥିବା ବ୍ୟକ୍ତି ଶରୀରକୁ ଦୁର୍ବଳ କରିଦିଏ। ଏହାର ପ୍ରଭାବ ସିଧା ତ୍ୱଚା ଉପରେ ପଡ଼େ। ଯେଉଁମାନେ ସବୁଦିନେ ମଦ୍ୟପାନ କରନ୍ତି ସେମାନେ ଅଧିକ ବୟସ୍କ ଦେଖାଯାଆନ୍ତି। ଅଧିକ ମଦ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ କରାଇଥାଏ। ଧୂମ୍ରପାନ ମଧ୍ୟ ଅନେକ କ୍ରୋନିକ ରୋଗର କାରଣ ହୋଇଥାଏ। ସରକାର ମଧ୍ୟ ସୋସିଆଲ ମିଡିଆ ଏବଂ ଖବରକାଗଜ ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଥାନ୍ତି।

ନିଦ ପୁରା ନ ହେବା:
ସ୍ୱାସ୍ଥ୍ୟ ପାଇଁ ନିଦ ନିହାତି ଜରୁରୀ ସଂପୂର୍ଣ୍ଣ ନିଦ। ଯଦି ଏହାର ଅଭାବ ଦେଖାଯାଏ ତେବେ ଶାରିରୀକ ଏବଂ ମାନସିକ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ନିରନ୍ତର ଶୋଇବା ପରିମାଣରେ କମ୍‌ର ପ୍ରଭାବରେ ମସ୍ତିଷ୍କ ଉପରେ ଖୁବ୍‌ ପ୍ରଭାବ ପକାଇଥାଏ। ସ୍ମରଣ ଶକ୍ତି କମ୍‌ କରିଦେଇଥାଏ। ଏହି କାରଣରୁ ଚର୍ମ ରେ ଉଜ୍ଜ୍ୱଳତା କମି ଯିବା ଆଖି ତଳ କଳା ପଡ଼ିଯିବା ଏହି ସବୁ ସମସ୍ୟା ସୃଷ୍ଟି ହୋଇଥାଏ ।

ସୂର୍ଯ୍ୟ କିରଣରେ ଅଧିକା ସମୟ ରହିବା:

ସୂର୍ଯ୍ୟ କିରଣରେ ଶରୀରରେ ‘ଭିଟାମିନ୍‌ –ଡି’ ମିଳିଥାଏ,କିନ୍ତୁ ଅଧିକ ସମୟ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ରହିଲେ ଶରୀର ଉପରେ ପ୍ରଭାବ ପଡ଼ିଥାଏ । ସାଧାରଣତଃ ଅଧିକ ସମୟ ଖରାରେ ରହିଲେ ଶରୀରରେ ଚର୍ମର କୋଷ ନଷ୍ଟ ହୋଇଯାଏ। ଯାହା ଫଳରେ ଭବିଷ୍ୟତରେ ଶରୀର ଉପରେ ପ୍ରଭାବ ପଡ଼ି ଥାଏ । ତେବେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ୍।