ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ କ’ଣ ? ଏହା ଦ୍ୱାରା ଆପଣଙ୍କ ବୟସରେ ପଡିପାରେ ପ୍ରଭାବ

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଶରୀର ଭିତରେ ଏପରି ଅନେକ ଜିନିଷ ଅଛି ଯାହା ଆପଣଙ୍କ ଷ୍ଟ୍ରେସ୍‌କୁ ବଢାଇଥାଏ । ସେହି ସବୁ ଜିନିଷ ଭିତରେ ଗୋଟିଏ ହେଉଛି ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌, ଯାହା ଶରୀରକୁ ଭିତରୁ ଅସୁସ୍ଥ ଏବଂ ବୃଦ୍ଧ କରିପାରେ ।

ବର୍ତ୍ତମାନ ସମସ୍ତ ଲୋକଙ୍କ ଜୀବନରେ ଚାପରେ ରହିବା ବା ଟେନ୍‌ସନ୍‌ରେ ରହିବା ଏକ ସାଧାରଣ ସମସ୍ୟାରେ ହୋଇଯାଇଛି । ତେବେ ଆପଣମାନେ ଯେତେ ବି ଚେଷ୍ଟ କରିବେ କି କୌଣସି ପ୍ରକାରର ଟେନ୍‌ସନ୍‌ ନ ନେବା ପାଇଁ, କିନ୍ତୁ ଆପଣଙ୍କ ପ୍ରତିଦିନ ଜୀବନରେ କିଛି ଏପରି ହୋଇଯାଏ । ଯାହାକୁ ନେଇ ଆପଣ ଟେନ୍‌ସନ୍‌ ହୋଇଯାଅନ୍ତି । ତେବେ ଏହି ଷ୍ଟ୍ରେସ୍‌ ଅନେକ ବିପଜ୍ଜନକ ରୋଗର କାରଣ ପାଲଟିଛି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଶରୀର ଭିତରେ ଏପରି ଅନେକ ଜିନିଷ ଅଛି ଯାହା ଆପଣଙ୍କ ଷ୍ଟେସ୍‌କୁ ବଢାଇଥାଏ । ସେହି ସବୁ ଜିନିଷ ଭିତରେ ଗୋଟିଏ ହେଉଛି ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌ , ଯାହା ଶରୀରକୁ ଭିତରୁ ଅସୁସ୍ଥ ଏବଂ ବୃଦ୍ଧ କରିପାରେ । ବାସ୍ତବରେ ଏହା ଏକ ଏପରି ଷ୍ଟ୍ରେସ୍‌ ଯାହା ସାଧାରଣତଃ ଟେନ୍‌ସନ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଯଦି ଠିକ୍‌ ସମୟରେ ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ କମ୍‌ ହୁଏ ନାହିଁ, ତେବେ ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସ୍କିନ୍‌ ଉପରେ ଦେଖାଯିବା ଆରମ୍ଭ ହୋଇଯାଏ । ଏହି ଷ୍ଟ୍ରେସ୍‌ ଆପଣଙ୍କୁ ଅକାଳରେ ବୟସ୍କ କରିପାରେ । ସେହିପରି ଭାବେ ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ କ’ଣ ଏବଂ ଆମେ ଏହାକୁ କିପରି ଏଡାଇ ପାରିବେ, ତାହା ଆଜି ଆମେ ଆପଣମାନଙ୍କୁ ଜଣାଇବୁ ।

ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ କ’ଣ ?
ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ର ଅର୍ଥ ହେଉଛି ଶରୀରରେ ଥିବା ଫ୍ରି ରେଡିକାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟରେ ଖରାପ ସମନ୍ୱୟ ରହିବା । ଯେଉଁ କାରଣରୁ କୋଷ ଏବଂ ଟିସୁକୁ ଏହାର ପରିଣାମ ଭୋଗିବାକୁ ପଡିଥାଏ । ଏହି ପରିଭାବେ ଏହା କୋଷ ଏବଂ ଟିସୁକୁ କ୍ଷତି ପହଞ୍ଚାଏ । ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ ପ୍ରଭାବ କେବଳ ସ୍କିନ୍‌ର ବାହ୍ୟ ଅଂଶରେ ଦେଖିବାକୁ ମିଳେ ନାହିଁ ବରଂ ଅନେକ ପ୍ରକାରର କ୍ରନିକ୍ ଅବସ୍ଥା ମଧ୍ୟ ସୃଷ୍ଟି କରିଥାଏ । ତେବେ ଅଧିକ ସମୟ ଧରି ଏହି ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ରେ ରହିବା ଯୋଗୁ ଆପଣଙ୍କୁ କ୍ୟାନ୍‌ସର, ଡାଇଭେଟିସ୍‌ ଏବଂ ହାର୍ଟ ଆଟାକ୍‌ ହେବାର ଆଶଙ୍କା ବଢିଯାଇଥାଏ ।

ବାସ୍ତବରେ ଆମ ଶରୀରରେ ଉପସ୍ଥିତ କୋଷଗୁଡ଼ିକ ମେଟାବୋଲିକ୍ ପ୍ରକ୍ରିୟା ସମୟରେ ଫ୍ରି ରେଡିକାଲ୍ ଉତ୍ପାଦନ କରିଥାଏ । ଏହି କୋଷଗୁଡ଼ିକରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଉତ୍ପାଦନ କରିଥାଏ । ଯାହା ଫ୍ରି ରେଡିକାଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆମ ଶରୀର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ରି ରେଡିକାଲ ମଧ୍ୟରେ ସନ୍ତୁଳନ ରଖିବାରେ ଅନେକ ସାହାଯ୍ୟ କରିଥାଏ । କିନ୍ତୁ ବେଳେବେଳେ ଏପରି କିଛି ହୋଇଥାଏ ଯାହା ଏହି ସନ୍ତୁଳନ ଖରାପ କରିଦେଇଥାଏ । ତେବେ ଏହି ଅବସ୍ଥାକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ କୁହାଯାଏ । ଏହାର ଅନେକ କାରଣ ହୋଇପାରେ ଯେପରି ଆପଣଙ୍କର ପ୍ରତିଦିନର ଡାଏଟ୍‌, ଲାଇଫ୍‌ ଷ୍ଟାଇଲ୍‌, ପ୍ରଦୂଷଣ ଏବଂ ରେଡିଏସନ୍‌ ସଂସ୍ପର୍ଶରେ ଆସିବା ।

ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌କୁ କିପରି କମ୍‌ କରିବେ :
ଆପଣଙ୍କୁ ଏହି ଷ୍ଟ୍ରେସ୍‌ରୁ ବଞ୍ଚି ରହିବା ପାଇଁ ଆପଣଙ୍କୁ ଏକ ହେଲ୍‌ଦି ଡାଏଟ୍‌ ଏବଂ ଲାଇଫ୍‌ ଷ୍ଟାଇଲ୍‌କୁ ସଠିକ୍‌ ରଖନ୍ତୁ । ଏହା ସହ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଆନ୍ତୁ । ଯଥାସମ୍ଭବ ଫଳ ଏବଂ ପନିପରିବା ଖାଆନ୍ତୁ । ନିୟମିତ ଭାବେ ବ୍ୟାୟାମ କରନ୍ତୁ । ରେଡିଏସନ୍‌ର ସଂସ୍ପର୍ଶରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରୁହନ୍ତୁ । ତେବେ ଏହି ପରି ଭାବେ ଆପଣ ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌କୁ କମ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.